ଛତିଶା ନିଯୋଗ ବୈଠକ: ହବିଷ୍ୟାଳୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ, ୨୨।୯: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ଜଣାପଡିଛି। ଏଥିରେ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ ହେବା ସହ ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଓ  ନୀତି ଏବଂ ମହାପ୍ରସାଦ ଯୋଗାଣ ସ୍ବତନ୍ତ୍ର ବ୍ୟବସ୍ଥା ହେବ ବୋଲି ସ୍ଥିର ହୋଇଛି। ସେପଟେ ଆସନ୍ତା ଅକ୍ଟୋବର ୨୫ରେ ସୂର୍ଯ୍ୟପରାଗ ଏବଂ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।