Posted inଫୁରସତ

ବିବାହ ପୂର୍ବରୁ ପ୍ରେମିକ କଲେ ଚାଟିଂ, ଯୁବତୀ ନେଲେ ଏମିତି ପ୍ରତିଶୋଧ

କୁହାଯାଏ, ଏମିତି ବନ୍ଧୁ ହେବା ଦରକାର ଯିଏ କି ହୃଦୟର ସମସ୍ତ କଥା ଶେୟାର କରିପାରୁଥିବ। ତାଙ୍କ ପ୍ରତି ଗଭୀର ବିଶ୍ୱାସ ଥିବା ଦରକାର। ଆଉ ଏହି ଅତୁଟ ବିଶ୍ୱାସ ପ୍ରତି ଯଦି କେହି ବନ୍ଧୁ ବିଶ୍ୱାସଘାତକତା କରେ ତେବେ ହୃଦୟ ଭାଙ୍ଗିଯାଏ। ଏମିତି ଜଣେ ଯୁବତୀଙ୍କ ସହ ଘଟିଛି। ଯୁବତୀଙ୍କୁ ଜଣାପଡ଼ିଲା ତାଙ୍କ ବେଷ୍ଟ ଫ୍ରେଣ୍ଡ ତାଙ୍କ ଭାବି ସ୍ବାମୀଙ୍କ ସହ ପ୍ରେମସମ୍ପର୍କ ରଖିଛନ୍ତି ସେତେବେଳେ ତାଙ୍କ ପାଦତଳୁ ମାଟି ଖସିଗଲା।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ରହୁଥିବା ଲିବ୍‌ ପୋର୍ଟିଲ ଏକ ଭିଡିଓ କ୍ଲିପ୍‌ ଶେୟାର କରି କହିଛନ୍ତି। ଏଥିରେ ସେ କହିଛନ୍ତି, ଧୋକା ମିଳିବା ପରେ ଯୁବତୀ ତାଙ୍କୁ ହାର ତିଆରି କରିବା ପାଇଁ କହିଥିଲେ। ଏହି ହାରକୁ ସେ ତାଙ୍କ ବେଷ୍ଟ ଫ୍ରେଣ୍ଡଙ୍କ ଜନ୍ମଦିନରେ ଗିଫ୍ଟ କରିଛନ୍ତି। ଏହି ଷ୍ଟୋରୀ ଭାଇରାଲ ହେବା ପରେ ଯୁବତୀ ଜଣକ ଜାଣିଲେ ଯେ, ତାଙ୍କ ଭାବିସ୍ବାମୀଙ୍କର ଆଉ କାହାସହ ପ୍ରେମସମ୍ପର୍କ ରହିଛି। ଏହା ଜାଣିବା ପରେ ତାଙ୍କ ହୃଦୟ ଭାଙ୍ଗିଗଲା। କାରଣ ସେ ତାଙ୍କ ପ୍ରେମିକଙ୍କୁ ବହୁତ ଭଲ ପାଉଥିଲେ। ସେ ଯେତେବେଳେ ଜାଣିଲେ ତାଙ୍କ ପ୍ରେମିକ ତଥା ଭାବିସ୍ବାମୀ ଯାହାକୁ ଭଲ ପାଉଛନ୍ତି ସେ ଆଉ କେହି ନୁହନ୍ତି, ତାଙ୍କ ଅନ୍ତରଙ୍ଗ ବାନ୍ଧବୀ। ସେ ତାଙ୍କ ଧୋକାବାଜ ପ୍ରେମିକଙ୍କଠାରୁ ପ୍ରତିଶୋଧ ମଧ୍ୟ ନେଲେ। ତାଙ୍କୁ ଏକ ହାର ତିଆରି କରିବାକୁ ଅର୍ଡର ଦେଇଥିଲେ। ସେହି ହାରକୁ ଆଣି ବାନ୍ଧବୀଙ୍କୁ ଦେଇଦେଲେ।

ଭାଇରାଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୨ ମିଲିୟନ ଥର ଦେଖାସରିଲାଣି। ୨ ଲକ୍ଷରୁ ଅଧିକ ଲୋକ ଲାଇକ୍‌ ବି କରିଛନ୍ତି। ଏହି ହାର ଉପରେ ଯୁବତୀ ଜଣଙ୍କ ତାଙ୍କ ଅନ୍ତରଙ୍ଗ ବାନ୍ଧବୀଙ୍କ ନାଁ ମଧ୍ୟ ଲେଖିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ମୁଁ ହେଲେ ତାଙ୍କ ବାନ୍ଧବୀ ହୋଇଥାନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ପଇସା ବରବାଦ ନ କରି ନିଜ ପାଇଁ କ’ଣ ଗୋଟେ କିଣିଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ହାଲ୍‌କା ମିଠା

ମିଠା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। କୌଣସି ଖାସ୍‌ ଅବସରରେ ମିଠାକୁ ବାଦ୍‌ ଦିଆଯାଇପାରେନା। ସେଇଥିପାଇଁ ତ ବଜାରରେ ପସନ୍ଦ ଅନୁସାରେ ବିଭିନ୍ନ ରକମର...

ଏହି ପକ୍ଷୀ ପାଇଁ ୩୫ ଦିନ ଅନ୍ଧାରରେ ରହିଲେ ଗ୍ରାମବାସୀ, ଜାଣନ୍ତୁ କାହିଁକି

କୁହାଯାଏ, ମଣିଷ ଯଦି ଚାହେଁ ତେବେ ମାନବିକତା ମାଧ୍ୟମରେ ସେ ସମଗ୍ର ଦୁନିଆକୁ ଆହୁରି ସୁନ୍ଦର କରିପାରିବ। ଠିକ୍‌ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି...

ବାଘଠୁ ବଞ୍ଚିବା ପାଇଁ ଏମିତି କଲା ମାଙ୍କଡ଼, ନିଜ ଜାଲରେ ଫସିଲା…

ବାଘର ନାଁ ଶୁଣିଲେ ସମସ୍ତଙ୍କ ଦେହ ଥରିବାକୁ ଲାଗିଥାଏ। ସେ ମଣିଷ ହୁଅନ୍ତୁ ଅବା ପଶୁ। ବାଘ ତା ନିଜର ଆହାର ପାଇଁ ଯେକୌଣସି ପ୍ରାଣୀଙ୍କୁ...

ଏହି ପ୍ରାଣିକୁ ଡରିଲା ବାଘ, ଜଙ୍ଗଲରେ ଦୌଡ଼ିଲା ଜୀବନ ନେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ସେନ୍‌ସରରୁ ଜାଣିହେବ ହୃଦ୍‌ରୋଗ

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି, ହାଇଦ୍ରାବାଦର ଗବେଷକମାନେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଗବେଷଣା ସଂସ୍ଥାମାନଙ୍କ ସହଯୋଗରେ ଏବେ ବିକାଶ କରିଛନ୍ତି ଏକ ନୂତନ ସେନ୍‌ସର। ଏହା...

ଫୁଲର ଏରୋପ୍ଲେନ୍‌

ଦୁବାଇର ମିରାକଲ୍‌ ଗାର୍ଡେନ, ସ୍ବର୍ଗର ଅନୁଭୂତି ଏଇ ପୃଥିବୀରେ ହିଁ ଦେଇଥାଏ। ଚାରିଆଡ଼େ ଫୁଲର ପସରା ସାଙ୍ଗକୁ ଫୁଲର ସୁନ୍ଦର ସୁନ୍ଦର କଳାକୃତି। ଯିଏ ଥରେ...

ଘୋଡ଼ା ପରି ଦେଖାଯାଉଥିବା ପ୍ରାଣୀ ଘୋଡ଼ା ନୁହନ୍ତି, ଚିହ୍ନିଲେ ଦେଖି…

ସୋସିଆଲ ମିଡିଆରେ ବେଳେବେଳେ ବିଚିତ୍ର ଫଟୋ ସବୁ ଭାଇରାଲ ହୋଇଥାଏ। ଫଟୋକୁ ଦେଖିଲେ ମଣିଷ ଅଧିକାଂଶ ସମୟରେ ଦ୍ୱନ୍ଦ୍ୱରେ ପଡ଼େ। ସେଗୁଡ଼ିକ ଅସଲି କିମ୍ବା ନକଲି...

ବିଶ୍ୱନାଥ ମୁଣ୍ଡିଆରୁ ଆସିଥିଲା ଅରୁଣସ୍ତମ୍ଭ ପାଇଁ ପଥର

ନୀଳଗିରିର ନିଧି ପଟ୍ଟନାୟକ ଦାୟିତ୍ୱ ନେଇଥିଲେ ନୀଳଗିରିରୁ ପଥର ଆଣିବା ପାଇଁ। ଚାପରେ ଲଦି ସେ ପଥର ପହଞ୍ଚେଇବା ପରେ ଖର୍ଚ୍ଚ ବାବଦକୁ ସେକାଳରେ ଦିଆଯାଇଥିଲା...

Advertisement
Archives

Model This Week