ର଼୍ୟାଗିଂ ନେଇ ବନ୍ଧୁଙ୍କୁ କରିଥିଲେ ହ୍ବାଟ୍ସଆପ୍‌ ମେସେଜ୍‌

ବଲାଙ୍ଗୀର ଅଫିସ, ୨୪ା୪: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଥମ ବର୍ଷ ଏମ୍‌ବିବିଏସ୍‌ ଛାତ୍ର ନିଶାନ୍ତ କୁମାର (୧୯)ଙ୍କ ମୃତ୍ୟୁ ର଼୍ୟାଗିଂ ଯୋଗୁ ହୋଇଛି ବୋଲି ତାଙ୍କ ମାତାପିତା ଅଭିଯୋଗ କରିବାର ପ୍ରାୟ ୨୪ ଘଣ୍ଟା ପରେ ଏନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। କଲେଜ ଭିତରେ ସିନିୟର ଛାତ୍ରମାନେ ର଼୍ୟାଗିଂ କରୁଥିବା ନେଇ ମୃତ ଛାତ୍ର ନିଶାନ୍ତ ବିଦେଶରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କୁ ମୋବାଇଲ ଚାଟିଂ କରି ସୂଚନା ଦେଇଥିବା ଜଣାପଡ଼ିଛି। ଉକ୍ତ ମୋବାଇଲ ଚାଟିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଆଲୋଡ଼ନ ଖେଳାଇ ଦେଇଛି।
ଭାଇରାଲ ହୋଇଥିବା ମୋବାଇଲ ଚାଟିଂରେ ତାଙ୍କୁ କିଭଳି ମେଡିକାଲ କଲେଜ କ୍ୟାମ୍ପସରେ ସିନିୟର ଛାତ୍ରମାନେ ର଼୍ୟାଗିଂ କରୁଥିଲେ ତା’ର ସୂଚନା ଦେଇଛନ୍ତି। ଶନିବାର ନିଶାନ୍ତଙ୍କ ମାତାପିତା ପୁଅକୁ ଏବଂ କଲେଜରେ ର଼୍ୟାଗିଂ ସମ୍ପର୍କରେ ଯାହା ଅଭିଯୋଗ କରିଥିଲେ ଭାଇରାଲ ହୋଇଥିବା ଚାଟିଂରେ ତାହା ପ୍ରତିଫଳନ ହୋଇଛି। କ୍ୟାମ୍ପସରେ ଚାଲିଥିବା ସ୍ପୋର୍ଟମିଟ୍‌, ଭଲିବଲ କୋର୍ଟ ତିଆରିରେ ଜୁନିୟର ଛାତ୍ରମାନଙ୍କୁ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଉଥିବା ଏବଂ ପ୍ରତିଦିନ କିଭଳି ୩/୪ ଘଣ୍ଟା ବରବାଦ କରାଯାଉଥିଲା ସେ ଉଲ୍ଲେଖ କରିଛନ୍ତି। ଜୁନିୟର ଛାତ୍ରଙ୍କୁ ପାର୍କ ଓ କଲେଜ ବାହାରକୁ ଯିବା ପାଇଁ ବାରଣ କରାଯାଇଥିବା କୁହାଯାଇଛି। ନିଶାନ୍ତ ତାଙ୍କର ଯେଉଁ ବନ୍ଧୁଙ୍କୁ ଏହି ଚାଟିଂ କରିଛନ୍ତି ସେ ଏସବୁ ଘଟଣାକୁ କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣି ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ଏଭଳି ଅଭିଯୋଗ ଆଣିଲେ ତାଙ୍କ ପ୍ରତି ର଼୍ୟାଗିଂ ଭୟ ବଢ଼ିବ ବୋଲି ନିଶାନ୍ତ ଆଶଙ୍କା କରିଛନ୍ତି। ନିଶାନ୍ତଙ୍କୁ ର଼୍ୟାଗିଂ ସମ୍ପର୍କରେ ଅନ୍ୟ ଦୁଇ ବନ୍ଧୁଙ୍କ ଚାଟିଂ ମଧ୍ୟ ଭାଇରାଲ ହୋଇଛି। ସେଥିରେ ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣେ ନିଶାନ୍ତଙ୍କ ସହ ମୃତ୍ୟୁ ପୂର୍ବରୁ କଥା ହୋଇଥିବା ଏବଂ ସେଠାରେ ର଼୍ୟାଗିଂ ହେଉଥିବା ନେଇ ନିଶାନ୍ତ ଉଲ୍ଲେଖ କରିଥିବା ଚର୍ଚ୍ଚା କରିଛନ୍ତି।
ଅନ୍ୟପକ୍ଷରେ ଶନିବାର ମୃତଦେହ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ନିଶାନ୍ତଙ୍କ ପିତା ପ୍ରଫେସର କ୍ରିଷ୍ଣକୁମାର ଟାଉନ୍‌ ଥାନାରେ ତାଙ୍କ ପୁଅକୁ ର଼୍ୟାଗିଂ ଓ ହତ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ। ଏ ନେଇ ଟାଉନ୍‌ ଥାନାରେ ଏକ ମାମଲା (୧୯୧/୨୨) ରୁଜୁ ହୋଇଛି। ଅନ୍ୟପକ୍ଷେ ର଼୍ୟାଗିଂ ଅଭିଯୋଗକୁ ଭୀମଭୋଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ବାରମ୍ବାର ଖଣ୍ଡନ କରୁଥିବା ଏବଂ ହାଲୁକା ଭାବେ ନେଉଥିବା ନେଇ ବଲାଙ୍ଗୀର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି। ଘଟଣା ସମ୍ପର୍କରେ ସଦର ଏସ୍‌ଡିପିଓ ତୋଫାନ ବାଗଙ୍କୁ ପଚରାଯିବାରୁ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଛି ଓ ସବୁଦିଗକୁ ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭାରେ ମୋଦି ସରକାରଙ୍କୁ ଘେରିଲେ ଓଡ଼ିଶା ଏମ୍‌ପି: କେନ୍ଦ୍ରୀକରଣ ବଢ଼ିଲେ ସମନ୍ବୟ ନୁହେଁ, ବଢ଼ିବ ସଂଘର୍ଷ

ପଦ୍ମପୁର, ୩୧।୩(ପ୍ରଦୀପ୍ତ ଦାଶ): ରାଜ୍ୟ ସଭା ଏମ୍‌ପି ନିରଞ୍ଜନ ବିଶି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସାଧାରଣ ପ୍ରଶାସନ) ବିଧେୟକ, ୨୦୨୬ ଉପରେ ଚର୍ଚ୍ଚା କରି ବିଲ୍‌ରେ…

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri