ରାଜ୍ୟବ୍ୟାପୀ ଖୁସି ବାଣ୍ଟୁଛି ଦାନ ଉତ୍ସବ

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ସାରା ଦେଶରେ ପାଳନ ହେଉଛି ଦାନ ଉତ୍ସବ। ଓଡ଼ିଶାର ଅନେକ ଜିଲାରେ ଏପରି ନିଆରା ଉତ୍ସାହପ୍ରଦ ଅଭିଯାନ ପ୍ରତି ଅଧିକରୁ ଅଧିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଯୋଡି ହେଉଛନ୍ତି। ବକୁଳ ଫାଉଣ୍ଡେଶନର ୩୦୦ ଭଲ୍ୟୁଣ୍ଟିୟର୍ସ ଭୁବନେଶ୍ୱରର ୫୦ରୁ ଅଧିକ ବସ୍ତି ଅଞ୍ଚଳରେ ପିଲାଙ୍କ ସହ ଖେଳ, ନାଚଗୀତ, ହସ୍ତଶିଳ୍ପ କାରିଗରି ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟିଥିଲେ। ସେହିପରି କଳାହାଣ୍ଡି ଜିଲା ଭାନୁପୁରନିବାସୀ ଜଗଦୀଶ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଦାନ ଉତ୍ସବରେ ସାମିଲ କରି ତମ୍ବୁ ତଳେ ଜୀବନ ବିତାଉଥିବା ୪୦ଟି ଜିପ୍ସି ସମ୍ପ୍ରଦାୟ ପରିବାରର ପିଲାଙ୍କୁ ଖାଦ୍ୟ ଓ ପାନୀୟ ବଣ୍ଟନ କରି ସେମାନଙ୍କ ମୁହଁରେ ହସ ଫୁଟାଇଥିଲେ। ପୁରୀରେ ରକ୍ତଦାନ କରି ଦାନ ଉତ୍ସବ ପାଳନ କରିଛି ମିଶନ ଓଡ଼ିଶା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲାପାଳ କୈଳାଶ ଚନ୍ଦ୍ର ନାୟକ ଯୋଗଦେଇ ୩୩ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ମହାବିଦ୍ୟାଳୟ ପକ୍ଷରୁ ଝଣ୍ଡୁ ଫାର୍ମାସୀ ସହଯୋଗରେ ୬୫ ଜଣଙ୍କର ମାଗଣା ବୋନ୍‌ ମିନେରାଲ ଡେନ୍‌ସିଟି ଟେଷ୍ଟ କରାଯାଇଥିଲା। ରାୟଗଡ଼ା ଜିଲାର ମୁନିଗୁଡ଼ାର ନାଗରିକ ମଞ୍ଚ ହାଟ ପକ୍ଷରୁ ଆଦିବାସୀ ସମ୍ପ୍ରଦାୟର ୨୦୦ ବୟସ୍କଙ୍କୁ ନୂତନ ବସ୍ତ୍ର ଉପହାର, ଅନ୍ନଦାନ ଓ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ବ୍ୟବହାର ଉପଯୋଗୀ ପୁରୁଣା ବସ୍ତ୍ର ପ୍ରଦାନର ବ୍ୟବସ୍ଥା କରାଯାଇଥିଲା। ଢେଙ୍କାନାଳ ଜିଲାର କଙ୍କଡ଼ାପାଳ ଓ କୋଟ୍ଟମରେ ୨ଟି ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଓଡ଼ିଶା ବୁକ୍‌ ଟ୍ରଷ୍ଟ ସହାୟତାରେ ବିଶ୍ୱ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଲୋକଙ୍କ ପାଖରୁ ପୁରୁଣା ଓ ଲାଇବ୍ରେରୀ ଉପଯୋଗୀ ବହି ଓ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ସଂଗ୍ରହ କରାଯାଉଛି। ଗଁଦିଆ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଗରିବ ଛାତ୍ରୀଛାତ୍ରୀଙ୍କ ଜେଜେ ବାପା ଓ ମା’ଙ୍କୁ ଇନର ହ୍ବିଲ କ୍ଲବ୍‌ ପକ୍ଷରୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଥିଲା। ଦିଲ୍ଲୀ ପବ୍ଲିକ୍‌ ସ୍କୁଲ ଢେଙ୍କାନାଳ ପକ୍ଷରୁ ଦାନ ଉତ୍ସବ ପାଳନ କରାଯିବା ସହ ସମସ୍ତ କର୍ମଚାରୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା। ରାଉରକେଲାର ପ୍ରଦୀପ ଗ୍ରୀନ୍‌ ଆଣ୍ଡ୍‌ କ୍ଲିନ୍‌ ଅଭିଯାନରେ ଢେଙ୍କାନାଳ ସିଆରିଆରେ ଫଳ ଗଛ ଲଗାଇବା, ସହର ସଫେଇ ସହ ଡେଙ୍ଗୁ ରୋଗୀଙ୍କୁ ରକ୍ତ ଦାନ କରିଥିଲେ। ମାଓବଦୀ ପ୍ରବଣ ଅଞ୍ଚଳ କଣ୍ଡାର ଉପତ୍ୟାକାରେ ସଂସ୍କାର ପବ୍ଲିକ୍‌ ସ୍କୁଲର ଛାତ୍ରୀଛାତ୍ରୀ ଓ କର୍ମଚାରୀମାନେ ଛୋଟ ପିଲାଙ୍କ ପାଇଁ ଶିକ୍ଷା ଉପକରଣ, ପାଣି ବୋତଲ, ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ। ଅବସରପ୍ରାପ୍ତ ଆର୍ମୀ ଅଫିସର ପ୍ରଫେସର ମଳୟ ପତି ଉପାନ୍ତ ଅଞ୍ଚଳରେ ଏକ ସିବିଏସଇ ସ୍କୁଲ ପ୍ରତିଷ୍ଠା କରି କର୍ମଚାରୀଙ୍କୁ ଡ୍ରେସ୍‌, ଶାଢି, ଚୁଡି ଆଦି ସାମଗ୍ରୀ କିଣିବା ପାଇଁ କୁପନ୍‌ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri