ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ

ପୁରୀ ଅଫିସ,୨୬।୧: ପବିତ୍ର ଶ୍ରୀପଞ୍ଚମୀ ଅବସରରେ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଗୁରୁବାର ପରମ୍ପରା ଅନୁଯାୟୀ ରଥଖଳାରେ ୩ଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇଛି। ଏହି କାଠରେ ନନ୍ଦିଘୋଷ, ତାଳଓ୍ବଜ ଏବଂ ଦେବଦଳନ ରଥର ଗୁଜ ଅନୁକୂଳ କରାଯିବ। ଅନ୍ୟପଟେ, ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଅନୁଷ୍ଠିତ ହେବ।