ବିନା ଭକ୍ତରେ କେନ୍ଦୁଝରରେ ଗଡ଼ିଲା ଶ୍ରୀ ବଳଦେବଜୀଉଙ୍କ ରଥ

କେନ୍ଦୁଝର,୧୨ା୭(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମନ୍ଦିର ପରିସରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବିନା ଭକ୍ତରେ ରୀତି ନୀତି ଅନୁଯାୟୀ ଗଡ଼ିଛି ରଥ। କେବଳ ସେବାୟତ, ବ୍ରାହ୍ମଣ ତଥା ପହଣ୍ଡିଆ ତଥା କେତେକ ସରକାରୀ ପଦାଧିକାରୀ ମନ୍ଦିର ମଧ୍ୟରେ ନୀତିନିୟମ ମୁତାବକ ରଥ ଯାତ୍ରା ପାଳନ କରୁଛନ୍ତି। ମନ୍ଦିର ଚାରି ପାଖରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରିବା ସହ କାଠ ବ୍ୟାରିକେଡ ଲଗାଯାଇଛି। ମନ୍ଦିର ଚାରି ପାଖରେ ବ୍ୟାପକ ପୋଲିସ ମୁତୟନ କରଯାଇଛି। ବଡ଼ଦାଣ୍ଡ ଶୂନ୍‌ଶାନ ହୋଇଥିବା ବେଳେ ଭକ୍ତମାନେ ଘରେ ରହି ଠାକୁରଙ୍କୁ ଡାକୁଛନ୍ତି।