Posted inଜାତୀୟ

ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍‌କୋର୍ଟଙ୍କୁ କହିଲେ ସରକାର…

ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ନଚେତ୍‌ ୧୯୬୨ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସୀମା ସୁରକ୍ଷା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇ ପାରିବ ନାହିଁ ବୋଲି ସରକାର କହିଛନ୍ତି। ଚାର୍‌ ଧାମ ହାଇୱେ ପ୍ରକଳ୍ପ ଅଧୀନରେ ରାସ୍ତା ପ୍ରଶସ୍ତିକରଣ ସହ ଜଡିତ ଏକ ଆବେଦନ ଉପରେ ଶୁଣାଣି ବେଳେ ସରକାର ଏହାର ଉତ୍ତରରେ ଏଭଳି କହିଛନ୍ତି।

ସରକାର କୋର୍ଟଙ୍କୁ କହିଛନ୍ତି ଯେ ଋଷିକେଶ ଠାରୁ ଗଙ୍ଗୋତ୍ରି, ଋଷିକେଶ ରୁ ମାନା ଏବଂ ତାନକପୁର ଠାରୁ ପିଥୋରାଗଡ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯାଉଛି। ଏସବୁ ରାସ୍ତା ଡେରାଡୁନ ଏବଂ ମିରଟର ସେନା ଶିବିରକୁ ଚାଇନା ସୀମା ସହିତ ସଂଯୋଗ କରୁଛି। ଏହି ଶିବିରଗୁଡିକରେ ମିଜାଇଲ ଲଞ୍ଚର୍‌ ଏବଂ ଭାରୀ ଆର୍ଟିଲିରି ମହଜୁଦ୍‌ ରହିଛି। କେନ୍ଦ୍ର ସରକାର କହିଛନ୍ତି ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ହେବା ଆବଶ୍ୟକ ଏବଂ ଆମେ ୧୯୬୨ ପରି ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ ବିଚାରପତି ଡ.ଓ୍ବାଇ ଚନ୍ଦ୍ରଚୂଡ଼, ସୂର୍ଯ୍ୟ କାନ୍ତ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ନିକଟରେ ଭାରତ-ଚାଇନା ସୀମାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ସେନା ପାଇଁ ଆବଶ୍ୟକ ଉନ୍ନତ ରାସ୍ତା ଲାଗି ଏଭଳି ପରିଯୋଜନା ଅପରିହାର୍ଯ୍ୟ ହୋଇପଡ଼ିଛି।

ଚାଇନା ସୀମାରେ ଏୟାରଷ୍ଟ୍ରିପ, ହେଲିପ୍ୟାଡ, ସଡକ, ରେଳ ଲାଇନ ଭଳି ଭିତ୍ତିଭୂମି ନିର୍ମାଣ କରୁଛି। ଭାରତ ସରକାରଙ୍କ ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ୯୦୦ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରୁଛନ୍ତି। ଏହା ଚାର୍‌ ଧାମ ଯମୁନୋତ୍ରି, ଗାଙ୍ଗୋତ୍ରି, କେଦାରନାଥ ଏବଂ ବଦ୍ରିନାଥକୁ ସଂଯୋଗ କରିବ।

ଭେନୁଗୋପାଲ କହିଛନ୍ତି ଯେ ସେନା ପାଇଁ ଟ୍ୟାଙ୍କ, ଭାରୀ ଆର୍ଟିଲିରି ଏବଂ ଯନ୍ତ୍ରପାତି ପରିବହନ କରିବା ଗୁରୁତ୍ୱପୂର୍ଣ୍ଣ। ୧୯୬୨ ଯୁଦ୍ଧ ସମୟରେ, ରାଶନ ମଧ୍ୟ ଚାଇନା ସୀମାରେ ପହଞ୍ଚି ପାରି ନ ଥିଲା। ଯଦି ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ନ ହୁଏ, ତେବେ ଏହାର କୌଣସି ଅର୍ଥ ରହିବ ନାହିଁ। ତେଣୁ ଏହି ରାସ୍ତାକୁ ୭ ମିଟର ପ୍ରଶସ୍ତ କରିବାକୁ ଅନୁମତି ପ୍ରଦାନ କରାଯିବା ଉଚିତ।

ଏହା ଉପରେ ଗ୍ରୀନ ଡୁନ ନାମକ ଏନଜିଓ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କଲିନ ଗୋଞ୍ଜାଲଭସ କହିଛନ୍ତି ଯେ ସେନା ଲାଗି ବ୍ୟାପକ ରାସ୍ତାର ଅବାଶ୍ୟକତା ନାହିଁ। ସୈନ୍ୟମାନଙ୍କୁ ବିମାନ ଉଡ଼ାଣ ଦ୍ୱାରା ସୀମାକୁ ନିଆଯାଇ ପାରିବ।

ତେବେ ଖଣ୍ଡପୀଠ କହିଛନ୍ତି ଯେ ଏହାକୁ ବିରୋଧ କରାଯାଇପାରିବ ନାହିଁ । ଶତ୍ରୁ ସୀମାରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି। କୋର୍ଟ କହିଛନ୍ତି, ’ଆମେ ହିମାଳୟର ଅବସ୍ଥା ଜାଣିଛୁ। ଚଣ୍ଡିଗଡ଼ରୁ ସୀମା ପର୍ଯ୍ୟନ୍ତ ସୈନିକମାନଙ୍କୁ ଥରକରେ ବିମାନରେ ଉଡ଼ାଣ କରାଯାଇପାରିବ ନାହିଁ। ଯଦିଓ ଆମର ସି-୧୩୦ ହର୍କ୍ୟୁଲସ ପରି ଭାରୀ ପରିବହନ ବିମାନ ଅଛି। ତଥାପି ସେନାକୁ ଯିବା ପାଇଁ ସମୟ ଲାଗିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେନା ଲାଗି ଟେଟ୍ରା ଟ୍ରକ ଏବଂ ଅନ୍ୟାନ୍ୟ ଭାରୀ ଯନ୍ତ୍ରକୁ ପରିବହନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୬୨ ପରଠାରୁ ଚାଇନା ସୀମାକୁ ଯାଉଥିବା ରାସ୍ତାରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପର୍ବତ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉଛି ବୋଲି ଗୋଞ୍ଜାଲଭସ କହିଛନ୍ତି। ଉତ୍ତରାଖଣ୍ଡର ଲୋକମାନେ ୨୦୧୩ ଭଳି ବିପର୍ଯ୍ୟୟ ଦେଖିଛନ୍ତି ଏବଂ ବର୍ତ୍ତମାନ ରାସ୍ତା ପାଇଁ ଲଗାତାର ପାହାଡ଼ରେ ହେଉଥିବା ବିସ୍ଫୋରଣ ଯୋଗୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି। ଏହା ବ୍ୟତୀତ ଯାନବାହାନରୁ ବାହାରୁଥିବା କଳା ଧୂଆଁ ଗ୍ଲାସିଅର୍‌ ଉପରେ ପ୍ରଭାବ ପକାଉଛି। ଏହା ସହିତ ଗୋଞ୍ଜାଲଭସ କୋର୍ଟରେ ଭୂସ୍ଖଳନର ଏକ ଭିଡିଓ ମଧ୍ୟ ଦେଖାଇଥିଲେ।

ଏହା ଉପରେ କୋର୍ଟ କହିଛନ୍ତି ଯେ ଗା୍ଲସିୟର ତରଳିବାର କାରଣ କେବଳ କଳା ଧୂଆଁ ନୁହେଁ। ଏହାର ଅନ୍ୟାନ୍ୟ ଅନେକ କାରଣ ମଧ୍ୟ ରହିଛି।

୮ ସେପ୍ଟେମ୍ବର ୨୦୨୦ରେ, କୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ରାସ୍ତାର ଚୌଡ଼ା ୫.୫ ମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶରେ ସଂଶୋଧନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହି ଆଦେଶରେ ସଂଶୋଧନ ଆଣିବାକୁ ଚେଷ୍ଟା କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଶର ସୁରକ୍ଷାପ୍ରତି ବିପଦ ଥିବା ସମ୍ପର୍କରେ ସୂଚିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri