Posted inଜାତୀୟ

ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁୁତ୍ୱପୂର୍ଣ୍ଣ, ସୁପ୍ରିମ୍‌କୋର୍ଟଙ୍କୁ କହିଲେ ସରକାର…

ନୂଆଦିଲ୍ଲୀ,୧୦।୧୧: ଦେଶରେ ଜାରି ରହିଥିବା ଚାର୍‌ ଧାମ ପରିଯୋଜନା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ କୁହାଯାଇଛି। ନଚେତ୍‌ ୧୯୬୨ ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ସୀମା ସୁରକ୍ଷା ପ୍ରତି ଅବହେଳା ପ୍ରଦର୍ଶନ କରାଯାଇ ପାରିବ ନାହିଁ ବୋଲି ସରକାର କହିଛନ୍ତି। ଚାର୍‌ ଧାମ ହାଇୱେ ପ୍ରକଳ୍ପ ଅଧୀନରେ ରାସ୍ତା ପ୍ରଶସ୍ତିକରଣ ସହ ଜଡିତ ଏକ ଆବେଦନ ଉପରେ ଶୁଣାଣି ବେଳେ ସରକାର ଏହାର ଉତ୍ତରରେ ଏଭଳି କହିଛନ୍ତି।

ସରକାର କୋର୍ଟଙ୍କୁ କହିଛନ୍ତି ଯେ ଋଷିକେଶ ଠାରୁ ଗଙ୍ଗୋତ୍ରି, ଋଷିକେଶ ରୁ ମାନା ଏବଂ ତାନକପୁର ଠାରୁ ପିଥୋରାଗଡ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କରାଯାଉଛି। ଏସବୁ ରାସ୍ତା ଡେରାଡୁନ ଏବଂ ମିରଟର ସେନା ଶିବିରକୁ ଚାଇନା ସୀମା ସହିତ ସଂଯୋଗ କରୁଛି। ଏହି ଶିବିରଗୁଡିକରେ ମିଜାଇଲ ଲଞ୍ଚର୍‌ ଏବଂ ଭାରୀ ଆର୍ଟିଲିରି ମହଜୁଦ୍‌ ରହିଛି। କେନ୍ଦ୍ର ସରକାର କହିଛନ୍ତି ଯେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେନା ପ୍ରସ୍ତୁତ ହେବା ଆବଶ୍ୟକ ଏବଂ ଆମେ ୧୯୬୨ ପରି ଏହାକୁ ହେୟଜ୍ଞାନ କରିବା ଉଚିତ ନୁହେଁ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଆଟର୍ନି ଜେନେରାଲ କେ.କେ ଭେନୁଗୋପାଲ ବିଚାରପତି ଡ.ଓ୍ବାଇ ଚନ୍ଦ୍ରଚୂଡ଼, ସୂର୍ଯ୍ୟ କାନ୍ତ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ନିକଟରେ ଭାରତ-ଚାଇନା ସୀମାରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ସେନା ପାଇଁ ଆବଶ୍ୟକ ଉନ୍ନତ ରାସ୍ତା ଲାଗି ଏଭଳି ପରିଯୋଜନା ଅପରିହାର୍ଯ୍ୟ ହୋଇପଡ଼ିଛି।

ଚାଇନା ସୀମାରେ ଏୟାରଷ୍ଟ୍ରିପ, ହେଲିପ୍ୟାଡ, ସଡକ, ରେଳ ଲାଇନ ଭଳି ଭିତ୍ତିଭୂମି ନିର୍ମାଣ କରୁଛି। ଭାରତ ସରକାରଙ୍କ ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏକ ୯୦୦ କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରୁଛନ୍ତି। ଏହା ଚାର୍‌ ଧାମ ଯମୁନୋତ୍ରି, ଗାଙ୍ଗୋତ୍ରି, କେଦାରନାଥ ଏବଂ ବଦ୍ରିନାଥକୁ ସଂଯୋଗ କରିବ।

ଭେନୁଗୋପାଲ କହିଛନ୍ତି ଯେ ସେନା ପାଇଁ ଟ୍ୟାଙ୍କ, ଭାରୀ ଆର୍ଟିଲିରି ଏବଂ ଯନ୍ତ୍ରପାତି ପରିବହନ କରିବା ଗୁରୁତ୍ୱପୂର୍ଣ୍ଣ। ୧୯୬୨ ଯୁଦ୍ଧ ସମୟରେ, ରାଶନ ମଧ୍ୟ ଚାଇନା ସୀମାରେ ପହଞ୍ଚି ପାରି ନ ଥିଲା। ଯଦି ଦୁଇ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ନ ହୁଏ, ତେବେ ଏହାର କୌଣସି ଅର୍ଥ ରହିବ ନାହିଁ। ତେଣୁ ଏହି ରାସ୍ତାକୁ ୭ ମିଟର ପ୍ରଶସ୍ତ କରିବାକୁ ଅନୁମତି ପ୍ରଦାନ କରାଯିବା ଉଚିତ।

ଏହା ଉପରେ ଗ୍ରୀନ ଡୁନ ନାମକ ଏନଜିଓ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଡଭୋକେଟ କଲିନ ଗୋଞ୍ଜାଲଭସ କହିଛନ୍ତି ଯେ ସେନା ଲାଗି ବ୍ୟାପକ ରାସ୍ତାର ଅବାଶ୍ୟକତା ନାହିଁ। ସୈନ୍ୟମାନଙ୍କୁ ବିମାନ ଉଡ଼ାଣ ଦ୍ୱାରା ସୀମାକୁ ନିଆଯାଇ ପାରିବ।

ତେବେ ଖଣ୍ଡପୀଠ କହିଛନ୍ତି ଯେ ଏହାକୁ ବିରୋଧ କରାଯାଇପାରିବ ନାହିଁ । ଶତ୍ରୁ ସୀମାରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି। କୋର୍ଟ କହିଛନ୍ତି, ’ଆମେ ହିମାଳୟର ଅବସ୍ଥା ଜାଣିଛୁ। ଚଣ୍ଡିଗଡ଼ରୁ ସୀମା ପର୍ଯ୍ୟନ୍ତ ସୈନିକମାନଙ୍କୁ ଥରକରେ ବିମାନରେ ଉଡ଼ାଣ କରାଯାଇପାରିବ ନାହିଁ। ଯଦିଓ ଆମର ସି-୧୩୦ ହର୍କ୍ୟୁଲସ ପରି ଭାରୀ ପରିବହନ ବିମାନ ଅଛି। ତଥାପି ସେନାକୁ ଯିବା ପାଇଁ ସମୟ ଲାଗିବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେନା ଲାଗି ଟେଟ୍ରା ଟ୍ରକ ଏବଂ ଅନ୍ୟାନ୍ୟ ଭାରୀ ଯନ୍ତ୍ରକୁ ପରିବହନ କରାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୯୬୨ ପରଠାରୁ ଚାଇନା ସୀମାକୁ ଯାଉଥିବା ରାସ୍ତାରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପର୍ବତ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉଛି ବୋଲି ଗୋଞ୍ଜାଲଭସ କହିଛନ୍ତି। ଉତ୍ତରାଖଣ୍ଡର ଲୋକମାନେ ୨୦୧୩ ଭଳି ବିପର୍ଯ୍ୟୟ ଦେଖିଛନ୍ତି ଏବଂ ବର୍ତ୍ତମାନ ରାସ୍ତା ପାଇଁ ଲଗାତାର ପାହାଡ଼ରେ ହେଉଥିବା ବିସ୍ଫୋରଣ ଯୋଗୁ ସେମାନେ ଭୟଭୀତ ହୋଇ ଯାଇଛନ୍ତି। ଏହା ବ୍ୟତୀତ ଯାନବାହାନରୁ ବାହାରୁଥିବା କଳା ଧୂଆଁ ଗ୍ଲାସିଅର୍‌ ଉପରେ ପ୍ରଭାବ ପକାଉଛି। ଏହା ସହିତ ଗୋଞ୍ଜାଲଭସ କୋର୍ଟରେ ଭୂସ୍ଖଳନର ଏକ ଭିଡିଓ ମଧ୍ୟ ଦେଖାଇଥିଲେ।

ଏହା ଉପରେ କୋର୍ଟ କହିଛନ୍ତି ଯେ ଗା୍ଲସିୟର ତରଳିବାର କାରଣ କେବଳ କଳା ଧୂଆଁ ନୁହେଁ। ଏହାର ଅନ୍ୟାନ୍ୟ ଅନେକ କାରଣ ମଧ୍ୟ ରହିଛି।

୮ ସେପ୍ଟେମ୍ବର ୨୦୨୦ରେ, କୋର୍ଟ ଏକ ନିର୍ଦ୍ଦେଶ ଦେଇଛନ୍ତି ଯେଉଁଥିରେ ରାସ୍ତାର ଚୌଡ଼ା ୫.୫ ମିଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶରେ ସଂଶୋଧନ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପିଟିଶନ ଦାଖଲ କରାଯାଇଥିଲା। ଏହି ଆଦେଶରେ ସଂଶୋଧନ ଆଣିବାକୁ ଚେଷ୍ଟା କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଶର ସୁରକ୍ଷାପ୍ରତି ବିପଦ ଥିବା ସମ୍ପର୍କରେ ସୂଚିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

୩ ଘଣ୍ଟା କାନ୍ଦିଲେ ପରିଣୀତି: ପଛରେ ରହିଛି ଏମିତି କାରଣ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ମା’ ହେବା ପରେ ପୁଣିଥରେ କାମକୁ ଫେରିଛନ୍ତି। ତେବେ ପୁଅ ନୀରଙ୍କୁ ଘରେ ଛାଡ଼ି କାମ ପାଇଁ ବାହାରକୁ ଯିବା…

NDA ସହ ଯିବା ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କଲେ ଶରଦ ପାୱାର: ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୮।୯: ଗତ କିଛି ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା ଯେ, ଶରଦ ପାୱାର ବିଜେପି ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସହ ଯାଇପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?