Posted inଜାତୀୟ

ଗୃହରେ ବିଶୃଙ୍ଖଳିତ ଆଚରଣ ଅକ୍ଷମଣୀୟ

ନୂଆଦିଲ୍ଲୀ, ୬।୭ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ ଏବଂ ବିଧାନସଭା ଭିତରେ ଆଇନ ପ୍ରଣେତାଙ୍କ ବିଶୃଙ୍ଖଳିତ ଆଚରଣକୁ କ୍ଷମା କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗୃହ ମଧ୍ୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ସେମାନଙ୍କୁ ବିଚାରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏମ୍‌.ଆର୍‌. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ମତ ଦେଇଛନ୍ତି। କେରଳ ସରକାରଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ରଞ୍ଜିତ୍‌ କୁମାରଙ୍କୁ ଖଣ୍ଡପୀଠ କହିଥିଲେ, ବିଧାନସଭାରେ ବିଧେୟକ ଉପସ୍ଥାପନ ହେଉଥିବାବେଳେ ମାଇକ ଫୋପାଡିବା ଓ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଭଳି ଆଚରଣ ଦେଖାଇଥିବା ବିଧାୟକଙ୍କୁ ଆମେ କ୍ଷମା ଦେଇପାରିବୁ ନାହିଁ। ପାର୍ଲାମେଣ୍ଟ ଓ ବିଧାନସଭାରେ ଉତ୍ତମ ବ୍ୟବହାର ଦେଖାଇବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଥିଲେ। ଜନସାଧାରଣଙ୍କୁ ଆପଣମାନେ କିପରି ବ୍ୟବହାର ଦେଖାଉଛନ୍ତି ବୋଲି ଜଷ୍ଟିସ୍‌ ଶାହା ପ୍ରଶ୍ନ କରିଥିଲେ। ଗୃହରେ ଅର୍ଥ ବିଲ୍‌ ଉପସ୍ଥାପନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଜଣେ ବିଧାୟକ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଦ୍ୱାରା କେଉଁ ବୃହତ୍ତର ଜନସ୍ବାର୍ଥ ପୂରଣ ହେଉଛି ବୋଲି ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ଜାଣିବାକୁ ଚାହିଁଥିଲେ। ଆଇନ ପ୍ରଣେତା ବିଧାନସଭାରେ ବଜେଟକୁ ଅଟକାଇବା ଘଟଣାରେ ଖଣ୍ଡପୀଠ ଜବାବ ଚାହିଁବାରୁ ସମ୍ପୃକ୍ତ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଆଇନଜୀବୀ ରଞ୍ଜିତ କହିଥିଲେ ଏବଂ କେରଳ ହାଇକୋର୍ଟଙ୍କ ରାୟକୁ ଦର୍ଶାଇଥିଲେ। କେରଳ ସରକାରଙ୍କ ପକ୍ଷରୁ ଆଇନଜୀବୀ ଅଧିକ ସମୟ ମାଗିବାରୁ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୫କୁ ଧାର୍ଯ୍ୟ କରାଯାଇଛି।
୨୦୧୫ରେ କେରଳ ବିଧାନସଭାରେ ତତ୍କାଳୀନ ବିରୋଧୀ ଦଳ ସିପିଆଇ-ଏମ୍‌ ନେତା ଭି. ସିଭାକୁଟ୍ଟି ଓ ଅନ୍ୟମାନେ ଭଙ୍ଗାରୁଜା କରିଥିଲେ। ସେମାନଙ୍କ ବିରୋଧରେ ଚାଲିଥିବା ମାମଲା ପ୍ରତ୍ୟାହାର ପାଇଁ ବର୍ତ୍ତମାନ କ୍ଷମତାରେ ଥିବା ବାମଦଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମାର୍ଚ୍ଚ ୧୨ରେ କେରଳ ହାଇକୋର୍ଟ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ।

 

ମହାରାଷ୍ଟ୍ର ବିଧାନସଭାରୁ ୧୨ ଭାଜପା ବିଧାୟକ ନିଲମ୍ବିତ

ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ପ୍ରଥମରୁ ଗୃହରେ ଉତ୍ତେଜନା ଲାଗି ରହିଥିଲା। ଏହି ସମୟରେ ଗୃହରେ ବାଚସ୍ପତି ଦାୟିତ୍ୱ ତୁଲାଉଥିବା ବରିଷ୍ଠ ନେତା ଭାସ୍କର ଯାଦବଙ୍କୁ ଗାଳିଦେବା ଓ ଠେଲାପେଲା କରିବା ଅଭିଯୋଗରେ ବିରୋଧୀ ଦଳ ଭାଜପାର ୧୨ ଜଣ ବିଧାୟକଙ୍କୁ ବର୍ଷକ ପାଇଁ ଗୃହରୁ ନିଲମ୍ବନ କରାଯାଇଛି। ତେବେ ମିଛ ଅଭିଯୋଗ ଅଣାଯାଇ ବିଧାୟକମାନଙ୍କୁ ନିଲମ୍ବିନ କରାଯାଇଛି ବୋଲି ଧସ୍ତାଧସ୍ତି ବେଳେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ କହିଛନ୍ତି। ଭାଜପାରୁ କେହି ବାଚସ୍ପତିଙ୍କୁ ଗାଳି କରିନାହାନ୍ତି। ସମ୍ପୂର୍ଣ୍ଣ କାହାଣୀ ସୃଷ୍ଟି କରାଯାଇଛି। ଅନ୍ୟାନ୍ୟ ପଛୁଆବର୍ଗ (ଓବିସି) ସ୍ଥାନ ସଂରକ୍ଷଣ ଲାଗି ଆମେ ୧୨ରୁ ଅଧିକ ବିଧାୟକଙ୍କୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଫଡ୍‌ନବିସ୍‌ କହିଥିଲେ।
ମୌସୁମୀ ଅଧିବେଶନରେ ଓବିସିକୁ ମୁଖ୍ୟ ପ୍ରସଙ୍ଗ ଭାବେ ଉପସ୍ଥାପନ କରି ଭାଜପା ଗୃହରେ ହଟ୍ଟଗୋଳ କରିଥିଲା। ଏହା ଉପରେ କହିବା ପାଇଁ ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଯଥେଷ୍ଟ ସମୟ ଦେଲେ ନାହିଁ ବୋଲି ଭାଜପା କହିଛି। ଗୃହକୁ ମୁଲତବୀ ଘୋଷଣା କରାଯିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ବିରୋଧୀ ଦଳ ନେତାମାନେ ତାଙ୍କ କ୍ୟାବିନକୁ ଆସି ବରିଷ୍ଠ ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ଏବଂ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପସ୍ଥିିତିରେ ଅସାମ୍ବିଧାନିକ ଭାଷାରେ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ ବୋଲି ଯାଦବ ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଭେଟିବାକୁ ଯାଇଥିବା ନେତାଙ୍କୁ ବାଚସ୍ପତି ଦାୟିତ୍ୱ ତୁଲାଉଥିବା ଯାଦବ ପ୍ରଥମେ ଗାଳିଗୁଲଜ କରିଥିଲେ। ଘଟଣାର ତଦନ୍ତ ପାଇଁ ଯାଦବ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି। ୧୨ ଭାଜପା ବିଧାୟକଙ୍କୁ ବର୍ଷେ ନିଲମ୍ବିନ କରିବା ନେଇ ପ୍ରସ୍ତାବ ଅଣାଯାଇଥିଲା। ମହାରାଷ୍ଟ୍ରର ଉଦ୍ଧବ ଠାକ୍‌ରେ ସରକାର ତାଲିବାନ ଭଳି କାର୍ଯ୍ୟ କରୁଛି। ଭାସ୍କର ଯାଦବଙ୍କୁ କୌଣସି ବିଧାୟକ ଗାଳି କରି ନ ଥିବା ଭାଜପା ବିଧାୟକ ଆଶିଷ ଶେଲାର କହିଛନ୍ତି। ପୂର୍ବତନ ବାଚସ୍ପତି ନାନା ପାଟୋଲ ଇସ୍ତଫା ଦେଇ କଂଗ୍ରେସ ରାଜ୍ୟ ସଭାପତି ଦାୟିତ୍ୱ ନେଇଥିବାବେଳେ ନୂଆ ବାଚସ୍ପତି ନିର୍ବାଚନ ହୋଇ ନାହିଁ। ବାଚସ୍ପତି ନିର୍ବାଚନ କରିବାରେ ଶାସକ ଦଳ ମହାରାଷ୍ଟ୍ର ବିକାଶ ଅଘାଡ଼ି(ଏମ୍‌ଭିଏ)ର ସାମର୍ଥ୍ୟ ରହିଥିବାବେଳେ ଭାଜପା ଏହି ପଦ ପାଇଁ ପ୍ରାର୍ଥୀ ଦେବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri