ବର୍ଷା ପାଇଁ ବେକେ ପାଣିରେ ଜପ

ପାଟଣା,୨୫ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଧାନଚାଷ ପ୍ରଭାବିତ ହୋଇଛି। ଶ୍ରାବଣ ମାସରେ ଜମି ଶୁଖିଲା ପଡ଼ିଥିବା ବେଳେ ବିଲରେ କେଉଁଠି ଧାନତଳି ବୁଢ଼ା ହେଲାଣି ତ କେଉଁଠି ଶୁଖି ମରି ଗଲାଣି। ବିଗତ ୫ବର୍ଷରେ ଜୁଲାଇ ମାସ ମଧ୍ୟରେ ୬୦୬ ମି.ମି. ବୃଷ୍ଟିପାତ ହେବା ରେକର୍ଡ ଥିବା ବେଳେ ଚଳିତ ବର୍ଷ ମାତ୍ର ୨୪୨.୮ ମି.ମି. ବୃଷ୍ଟିପାତ ହୋଇଥିବା ବ୍ଲକ୍‌ କୃଷି ଅଧିକାରୀ ପରେଶ କୁମାର ଦାଶ କହିଛନ୍ତି। ସ୍ବାଭାବିକ ବର୍ଷାଠାରୁ ୩୬୪ ମି.ମି. କମ୍‌ ବୃଷ୍ଟିପାତ ରେକର୍ଡ ହୋଇଛି। ଫଳରେ ବିଲ ପଡ଼ିଆ ପଡ଼ିଛି। ଏଭଳି ସ୍ଥଳେ ଚାଷୀକୁଳ ହତାଶ ହୋଇ ଈଶ୍ୱରଙ୍କ ଶରଣାପନ୍ନ ହୋଇଛନ୍ତି।
କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ବଡ଼ପାଟଣା ପଞ୍ଚାୟତ ସାମ ଶାସନରେ ବୁଧବାର ବୃଷ୍ଟିଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବର୍ଷା ପାଇଁ ବ୍ରାହ୍ମଣମାନେ ନଦୀର ବେକେ ପାଣିରେ ପଶି ୩ ଘଣ୍ଟାରୁ ଊଦ୍ଧର୍‌ବ ସମୟ ଧରି ଜପ କରିଛନ୍ତି।

ବୃଷ୍ଟିଯଜ୍ଞ ସକାଶେ ବୈତରଣୀ ନଦୀ ପାଣିରେ ୪ ବେଦ ବେଦଜ୍ଞ ବ୍ରାହ୍ମଣ ଚତୁର୍ବେଦ ମନ୍ତ୍ରରେ ୪ ମେଘଙ୍କୁ ୧ ହଜାର ୮ଥର ସଂଖ୍ୟା ଜଣକା ଜପ କରିଛନ୍ତି। ସମାନ ସମୟରେ ବୃଷ୍ଟିଯଜ୍ଞ ନିମନ୍ତେ ଗ୍ରାମ ମଧ୍ୟରେ ଥିବା ମଣ୍ଡପରେ ଶ୍ରୀରାମ, ଲକ୍ଷ୍ମଣ, ସୀତା, ଓ ହନୁମାନଙ୍କୁ ଅଧିଷ୍ଠିତ କରି ୪ ମେଘଙ୍କୁ ଆବାହନ, ପ୍ରଜନ୍ୟ, ଅଗସ୍ତି, ଋଷିଶୃଙ୍ଗ ଓ ଇନ୍ଦ୍ରାଦି ଦେବଗଣଙ୍କୁ ଆବାହନ ଓ ଯଜ୍ଞ ଅନୁଷ୍ଠାନ କରିଛନ୍ତି। ଏଥିସହ ଗ୍ରାମର ଆରାଧ୍ୟ ଦେବ ସୋମେଶ୍ୱର ମହାଦେବଙ୍କୁ ପାଣିରେ ବୁଡ଼ାଇ ରଖି ଜଳାଭିଷେକ କରିଛନ୍ତି। ଗ୍ରାମମଣ୍ଡପରେ ରାମାୟଣର ଆଦ୍ୟକାଣ୍ଡ ଆବୃତ୍ତି ସହ ସମସ୍ତ ଦେବତାଙ୍କୁ ସନ୍ତୁଷ୍ଟି ପାଇଁ ହୋମଯଜ୍ଞ କରିଛନ୍ତି। ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି ଏଭଳି ଶାସ୍ତ୍ର ମତେ ପୂଜାର୍ଚ୍ଚନା ସହ ଗ୍ରାମଦେବତୀଙ୍କୁ ମାର୍ଜନାକଲେ ଭଲ ବୃଷ୍ଟିପାତ ହେବ। ଠାକୁରଙ୍କୁ ନୀତିକାନ୍ତିରେ ପୂଜାର୍ଚ୍ଚନାକଲେ ଦେବତାଙ୍କ କୋପ ହ୍ରାସ ହୁଏ। ଭଲ ବୃଷ୍ଟିପାତ ହୋଇ ସୃଷ୍ଟି ଶସ୍ୟଶ୍ୟାମଳା ହୋଇଥାଏ। ବୈତରଣୀ ନଦୀରେ ପଣ୍ଡିତ ଲୋକନାଥ ମିଶ୍ର, ତରୁଣ କୁମାର ଦାଶ, ସନ୍ତୋଷ ତ୍ରିପାଠୀ, ଅମରେନ୍ଦ୍ର ମିଶ୍ର ଜଳ ଜପ କରିଥିବା ବେଳେ ଗ୍ରାମରେ ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ଶେଖର ଦାଶ, ତରୁଣ କୁମାର ତ୍ରିପାଠୀ, ଦୈତାରି ଶତପଥୀ, ଗୌରଚନ୍ଦ୍ର ତ୍ରିପାଠୀ, ଶିବପ୍ରସାଦ ଦାଶ, ରାଜବଲ୍ଲଭ ମିଶ୍ର, ବୀରମୋହନ ଦ୍ବିବେଦୀ ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ। ଅତୀତରେ ଅନାବୃଷ୍ଟି ହେଲେ ଏହି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନାକଲେ ଭଲ ବୃଷ୍ଟିପାତ ହେବାର ଦୃଷ୍ଟାନ୍ତ ରହିଛି ବୋଲି ପଣ୍ଡିତ ଅଲେଖ ଚନ୍ଦ୍ର ତ୍ରିପାଠୀ, ଲୋକନାଥ ମିଶ୍ର, ଗୌରଚନ୍ଦ୍ର ତ୍ରିପାଠୀ ଓ ରାଜବଲ୍ଲଭ ମିଶ୍ର ପ୍ରମୁଖ କହିଛନ୍ତି। କାର୍ଯ୍ୟକ୍ରମ ଭାଗୀରଥି ଦାଶ ଓ ଅଜିତ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶେଷରେ ଋଷିଶୃଙ୍ଗ ଋଷିଙ୍କ ମାଟି ମୂର୍ତ୍ତିକୁ ଭଜନ କୀର୍ତ୍ତନ କରି ଗଁାମୁଣ୍ଡ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ଭାରତରେ ୪୦୦କୋଟିରୁ ଅଧିକ ଆୟ କରେ ପେଙ୍ଗୁଇନ, ପ୍ରତିବର୍ଷ ଛପାଯାଏ ମାତ୍ର ଏତିକି ବହି…

ନୂଆଦିଲ୍ଲୀ,୧୧।୨: ଗତ କିଛି ଦିନ ଧରି ପୂର୍ୱତନ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେଙ୍କ ପୁସ୍ତକ “ଫୋର୍‌ ଷ୍ଟାର୍‌ ଅଫ ଡେଷ୍ଟିନି” ସମ୍ପର୍କରେ ଜାତୀୟ ରାଜନୀତି…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri