ବରଷକରେ ଥରେ ହୁଏ ବାପ-ପୁଅ ମିଳନ

ବରୀ,୧୪ା୪(ଡି.ଏନ.ଏ.): ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ବରୀ ବ୍ଲକ ଅଧୀନ ରତ୍ନଗିରିସ୍ଥିତ ମହାକାଳ ମନ୍ଦିରରେ ବାପ-ପୁଅଙ୍କ ମିଳନ ହୋଇଥାଏ। ଏହି ଦିନ ବିଶ୍ୱପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ରତ୍ନଗିରି ପାହାଡ଼ ଉପରେ ଥିବା ଧର୍ମରାଜ ମହାକାଳଙ୍କ ପୀଠରେ ପ୍ରସିଦ୍ଧ ଚାଙ୍ଗୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବର୍ଷରେ ଗୋଟିଏ ଦିନ ପଣା ସଂକ୍ରାନ୍ତିରେ ପଶ୍ଚିମମୁଖୀ ମହାକାଳଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ବିଛୁରିତ ହୋଇପଡ଼ିଥାଏ। ସୂର୍ଯ୍ୟ ଦେବତା ହେଉଛନ୍ତି ମହାକାଳଙ୍କ ପିତା। ତେଣୁ ବାପାଙ୍କ ମିଳନକୁ ମହାକାଳ ଅପେକ୍ଷା କରି ରହିଛନ୍ତି। ପରମ୍ପରା ଅନୁଯାୟୀ ଏକ ନୂଆ ଚାଙ୍ଗୁଡ଼ିରେ ୭ଟି ଆମ୍ବ ମହାକାଳିଙ୍କ ପାଖରୁ ପୂଜା ହୋଇ ନିକଟ କେଲୁଅ ନଈ କୂଳକୁ ଯାଏ ଓ ଏକ କୁମ୍ଭୀର ଆସି କୂଳରେ ପହଞ୍ଚତ୍ବା ପରେ ତା’ମଥାରେ ସିନ୍ଦୂର ମରାଯାଇ ପୂଜାର୍ଚ୍ଚନା କରାଯାଏ। ଏହାପରେ ଆମ୍ବଚାଙ୍ଗୁଡ଼ା ମହାକାଳଙ୍କ ନିକଟକୁ ଫେରି ଆସେ। କିନ୍ତୁ କ୍ରମଶଃ ରକ୍ଷଣାବେକ୍ଷଣା ଅଭାବରୁ ଏବେ କେଲୁଅ ନଈ ପୋତି ହୋଇ ଯାଇଥିବା ବେଳେ ଆଉ କୁମ୍ଭୀର ମଧ୍ୟ ନାହାନ୍ତି।

ପରମ୍ପରା ଅନୁଯାୟୀ ନଈ କୂଳରେ ଚାଙ୍ଗଡ଼ାରେ ଆମ୍ବ ରଖି ପୂଜାପାଠ କରାଯାଉଛି। ନିଃସନ୍ତାନ ଦମ୍ପତି ଏହି ଆମ୍ଭ ଖାଇଲେ ସନ୍ତାନ ପ୍ରାପ୍ତି ହେବା ବିଶ୍ୱାସ ରହିଛି। ୧୦୮ ବେତ ବାଡ଼ି ଧରି ବ୍ରାହ୍ମଣମାନେ ଚାଙ୍ଗୁଡ଼ା ଆମ୍ବକୁ ସୁରକ୍ଷା ବଳୟରେ ନଈ କୂଳ ପର୍ଯ୍ୟନ୍ତ ନେଇଥାନ୍ତି। ଏହି ମହାକାଳ ଦେବତାଙ୍କୁ ଧର୍ମରାଜ ଯମରାଜ/ଶିବଚଣ୍ଡୀ ଦେବତା ଓ ଦେବୀ ଭାବେ ପୂଜା କରାଯାଇଥାଏ ବୋଲି ପଣ୍ଡାମାନେ କୁହନ୍ତି। ଏହି ଠାକୁରଙ୍କ ନିକଟରେ କୃଷ୍ଣପକ୍ଷରେ ବେଲ ପତ୍ର ଓ ଶୁକ୍ଳ ପକ୍ଷରେ ତୁଳସୀ ପତ୍ର ଭୋଗ ଲାଗିଥାଏ। ଠାକୁରଙ୍କ ରକ୍ଷଣାବେକ୍ଷଣ ପାଇଁ ୯୦ ଏକରରୁ ଊର୍ଦ୍ଧ୍ୱ ଜମି ରହିଛି। ୧୫ ଘର ବ୍ରାହ୍ମଣ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି। ପୀଠରେ ମା’ ଦୁର୍ଗା ମହିଷାସୁରଙ୍କୁ ବଧ କରିଥିଲେ ବୋଲି କୁହାଯାଏ। ତେଣୁ ଏହି ପୀଠର ନାମ ବ୍ରହ୍ମପୀଠ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି। ଏଠାରେ ୩୩ କୋଟି ଦେବତା ଅଛନ୍ତି ବୋଲି ପଣ୍ଡାମାନେ ଯୁକ୍ତି ବାଢ଼ନ୍ତି। ପ୍ରସିଦ୍ଧ ଚାଙ୍ଗୁଡ଼ା ଯାତ୍ରା ଉପଭୋଗ ପାଇଁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ଏଠାରେ ପହଞ୍ଚତ୍ଥାନ୍ତି। ଗୁରୁବାରଠାରୁ ୩ ଦିନ ଧରି ଏହି ଯାତ୍ରା ଚାଲିବ। ପାହାଡ଼ ଉପରେ ବିଦ୍ୟୁତ୍‌ ଆଲୋକ, ପାନୀୟ ଜଳର ବ୍ୟାପକ ଅବ୍ୟବସ୍ଥା ରହିଛି। ପାହାଡ଼ର ପାଚେରି ଭାଙ୍ଗିରୁଜି ଯାଇଛି। ପାଚେରି ନିର୍ମାଣ ଚାଲିଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇନାହିଁ। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମହାକାଳ ମନ୍ଦିର ନିର୍ମାଣ କରାଯାଇଥିଲେ ହେଁ ୨୧ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନାହିଁ। ଏନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମନ୍ଦିର ନିକଟରେ ଯାତ୍ରୀ ବିଶ୍ରାମାଗାର ଭାଙ୍ଗିରୁଜି ଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ପାହାଡ଼ ଉପରେ ଜଙ୍ଗଲ ସୃଷ୍ଟି ହୋଇଛି। ତେଣୁ ବିଶ୍ୱପ୍ରସିଦ୍ଧ ରତ୍ନଗିରିକୁ ରେଳପଥ ସଂଯୋଗ ସହ ଓଟିଡିସି ପକ୍ଷରୁ ଯାତ୍ରୀବାହୀ ବସ୍‌ ଯାତାୟାତ, ପାନୀୟ ଜଳ, ବିଦ୍ୟୁତ୍‌ ଆଲୋକର ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri