ଆଭିମୁଖ୍ୟ ବଦଳାଉଛନ୍ତି ‘ନିରପେକ୍ଷ’

ଲଣ୍ଡନ/ଓ୍ବାଶିଂଟନ୍‌, ୧୭ା୫: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କରିବା ପରଠାରୁ ସାରା ବିଶ୍ୱରେ ଭୂରାଜନୈତିକ ଦୃଶ୍ୟପଟ ଦ୍ରୁତଗତିରେ ବଦଳିବାରେ ଲାଗିଛି। ରୁଷିଆକୁ ବଳହୀନ କରିବାକୁ ନାଟୋ ଏହାର ସୀମା ବିସ୍ତାର ପ୍ରକ୍ରିୟା ଆରମ୍ଭ କରିଛି। ୟୁରୋପ-ଆଟଲାଣ୍ଟିକ୍‌ ନିରାପତ୍ତା ସହ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ପାଇଁ ଗ୍ଲୋବାଲ ନାଟୋ ଗଠନ ଜରୁରୀ ବୋଲି ବ୍ରିଟେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରୁସ୍‌ କହିବା ପରେ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆରମ୍ଭ ହୋଇଥିବା ଶୀତaଳ ଯୁଦ୍ଧରେ ଶକ୍ତିଶାଳୀ ଆମେରିକା ଓ ସୋଭିଏଟ୍‌ ୟୁନିୟନ ମଧ୍ୟରେ ଭୂରାଜନୈତିକ ଦ୍ୱନ୍ଦ୍ୱ ଲାଗି ରହିଥିଲା। ଏବେ ତାହାର ପୁନରାବୃତ୍ତି ଘଟିବାକୁ ଯାଉଥିବା ବିଶେଷଜ୍ଞ ଆଶଙ୍କା କରିଛନ୍ତି। ସମ୍ପ୍ରତି ଆମେରିକା ପାଇଁ କେବଳ ରୁଷିଆ ନୁହେଁ ବରଂ ଚାଇନା ମଧ୍ୟ ବଡ଼ ଆହ୍ବାନ ହୋଇ ଉଭା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା, ତାଇଓ୍ବାନକୁ ଚାଇନା ଆକ୍ରମଣରୁ ସୁରକ୍ଷା ଦେବା ସହ ବେଜିଂର ପ୍ରଭାବ ହ୍ରାସ ଆଦି ପ୍ରମୁଖ ପ୍ରସଙ୍ଗକୁ ଦେଖିଲେ ବିଶ୍ୱବ୍ୟାପୀ ନାଟୋର ଉପସ୍ଥିତିକୁ ଆମେରିକା ଅନୁଭବ କରିଛି। ରୁଷିଆ ସହ ବଡ଼ ସୀମା ଭାଗ କରୁଥିବା ଫିନ୍‌ଲାଣ୍ଡ ସମେତ ସୁଇଡେନ୍‌ ନାଟୋ ସଦସ୍ୟ ହେବାକୁ ଯାଉଥିବାବେଳେ ଏହି ଦୁଇ ଦେଶ ବ୍ୟତୀତଏ ପର୍ଯ୍ୟନ୍ତ ନିରପେକ୍ଷ ଆଭିମୁଖ୍ୟ ରଖିଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କଥା ଚିନ୍ତା କରିବାର ସମ୍ଭାବନା ବଢ଼ିଛି।
ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଧମକ ସତ୍ତ୍ୱେ ନାଟୋ ମୁହାଁ ହୋଇଛନ୍ତି ୟୁରୋପୀୟ ରାଷ୍ଟ୍ର ଫିନ୍‌ଲାଣ୍ଡ ଏବଂ ସୁଇଡେନ୍‌। ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲେନ୍‌ବର୍ଗ ଏହି ଦୁଇ ଦେଶକୁ ମେଣ୍ଟର ଫାଷ୍ଟ-ଟ୍ରାକ୍‌ ମେମ୍ବରଶିପ୍‌ ପ୍ରଦାନ କରାଯିବ ବୋଲି କହିଛନ୍ତି। ଫିନ୍‌ଲାଣ୍ଡ ନାଟୋରେ ସାମିଲ ହେଲେ ରୁଷିଆର ୧୩୦୦ କି.ମି. ସୀମା ପାଇଁ ବିପଦ ସୃଷ୍ଟି ହେବ। ସୀମାରେ ନାଟୋ ସୈନ୍ୟଙ୍କ ଉପସ୍ଥିତି ପୁଟିନ୍‌ଙ୍କ ଉପରେ ଚାପ ପକାଇବ। ଷ୍ଟୋଲେନ୍‌ବର୍ଗ କହିଛନ୍ତି, ରୁଷିଆ ଚାହୁଁଛି ୟୁକ୍ରେନ୍‌ର ପରାଜୟ ହେଉ। ନାଟୋର ଦକ୍ଷତା ଉପରେ ପ୍ରଶ୍ନବାଚୀ ଲାଗୁ। ୟୁରୋପ ଓ ଆମେରିକା ମଧ୍ୟରେ ଫାଟ ସୃଷ୍ଟି ହେଉ। କିନ୍ତୁ ତାହା କେବଳ ପୁଟିନ୍‌ଙ୍କ ଇଚ୍ଛା ହୋଇ ରହିଯିବ। ପୂର୍ବାପେକ୍ଷା ନାଟୋ ଅଧିକ ମଜଭୁତ ହୋଇଛି ଏବଂ ଆମେରିକା ଓ ୟୁରୋପ ମଧ୍ୟରେ ସମ୍ପର୍କ ଆହୁରି ଦୃଢ଼ ହୋଇଥିବା ସେ ପ୍ରକାଶ କରିଛନ୍ତି। ଏ ପର୍ଯ୍ୟନ୍ତ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ସୁଇଜରଲାଣ୍ଡ, ଅଷ୍ଟ୍ରିଆ, ଆୟର୍ଲାଣ୍ଡ, ମାଲ୍‌ଟା, ସାଇପ୍ରସ୍‌ ଆଦି ଦେଶ ସାମରିକ ଭାବେ ନିରପେକ୍ଷ ଆଭିମୁଖ୍ୟ ବଜାୟ ରଖିଛନ୍ତି। କିନ୍ତୁ ସଦ୍ୟ ବୈଶ୍ୱିକ ସ୍ଥିତିରେ ଏହି ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ପାଇଁ ଚିନ୍ତା କରିବା ଆରମ୍ଭ କରିଛନ୍ତି। ଅପରପକ୍ଷେ ଏସୀୟ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଗ୍ଲୋବାଲ ନାଟୋ ସପକ୍ଷରେ ଆଣିବାକୁ ଆମେରିକା ସମେତ ୟୁରୋପୀୟ ଦେଶ ଗୋଟି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

ୟୁନୁସଙ୍କ ଗୋଟିଏ ଭୁଲ, ଯାହା ପାଇଁ ଦଣ୍ଡ ପାଉଛି ବାଂଲାଦେଶ

ଢାକା,୨୬।୧୨: ବାଂଲାଦେଶ ଆଜି ହିଂସା ଏବଂ ଉଗ୍ରବାଦର ନିଆଁରେ ଜଳୁଛି। ମହମ୍ମଦ ୟୁନୁସଙ୍କ ଦ୍ୱାରା କରାଯାଇଥିବା ଭୁଲର ପରିଣାମ ବାଂଲାଦେଶ ଏବେ ଭୋଗୁଛି। ହିନ୍ଦୁ ହୁଅନ୍ତୁ...

ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ, ମୃତ ଆତଙ୍କୀଙ୍କୁ ବଡଦିନର ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୬।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ଘାତକ ଆକ୍ରମଣ ଆରମ୍ଭ କରିଛନ୍ତି। ଟ୍ରୁଥ୍ ସୋସିଆଲ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭାରତକୁ ନେଇ ଏମିତି କହିଦେଲା ଚାଇନା: ବିଶ୍ୱରେ ଖେଳିଗଲା ଚାଞ୍ଚଲ୍ୟ, ଆମେରିକା….

ନୂଆଦିଲ୍ଲୀ,୨୫।୧୨: ଭାରତ-ଚାଇନା ସମ୍ପର୍କକୁ ନେଇ ଆମେରିକାର ପ୍ରତିରକ୍ଷା ବିଭାଗ (ପେଣ୍ଟାଗନ)ର ଏକ ସାମ୍ପ୍ରତିକ ରିପୋର୍ଟକୁ ଦେଖି ଚାଇନା ରାଗିଯାଇଛି। ରିପୋର୍ଟରେ କୁହାଯାଇଛି, ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri