ଆକାଶରେ ପରିବର୍ତ୍ତନ

ମଣିଷ ଆଭ୍ୟନ୍ତରୀଣ ଉପତ୍ୟକାରୁ ଉପକୂଳ, ଜଙ୍ଗଲରୁ ପର୍ବତ ଅଞ୍ଚଳକୁ ସ୍ଥାନାନ୍ତର ହୋଇଥିବାରୁ ତାହା ବିଭିନ୍ନ କାହାଣୀ ଓ ସଙ୍କେତ ବହନ କରିଥିଲା। ସେମାନଙ୍କ ସହ ଆକାଶ ଲଗାତର ଅନୁରକ୍ଷକ ମାର୍ଗସାଥୀ ହୋଇ ରହିଥିଲା। ତଥାପି ଆକାଶର ସ୍ଥିତି ସ୍ଥିର ରହୁ ନ ଥିଲା। ଅନେକ ପିଢ଼ି ଧରି ଲୋକମାନେ ଅନୁଭବ କରିଥିଲେ ଯେ, ଏକ ନିର୍ଦ୍ଦିଷ୍ଟ ଋତୁରେ ଗୋଟିଏ ସ୍ଥାନରେ ତାରାମଣ୍ଡଳ ଦୃଶ୍ୟମାନ ହେଉ ନ ଥିଲା। ଏକଦା ବସନ୍ତ ଋତୁ ଗୋଟିଏ ନକ୍ଷତ୍ର ଗୁଚ୍ଛ ଦ୍ୱାରା ଚିହ୍ନିତ ହେଉଥିଲା, କିନ୍ତୁ ପରେ ଆଉ ଗୋଟିଏ ଦ୍ୱାରା ଏହା ହେଲା। ଏହିଭଳି ଆକାଶରେ ଘଟୁଥିବା ପରିବର୍ତ୍ତନ ପୁରାତନ ଗବେଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲା। ଅତୀତରେ ପ୍ରତ୍ନତତ୍ତ୍ୱବିତ୍‌ମାନେ କଶ୍ମୀରରେ ଏକ ଶିଳାଲେଖ ପାଇଥିଲେ। ଏଥିରେ ଶିକାରୀ, ପ୍ରାଣୀମାନେ ଓ ସେମାନଙ୍କ ଉପରେ ଦୁଇଟି ସୂର୍ଯ୍ୟର ଛବି ରହିଥିଲା। ହେଲେ ଏବକାର ପୃଥିବୀରେ ଗୋଟିଏ ସୂର୍ଯ୍ୟ। ପାଖାପାଖି ଖ୍ରୀଷ୍ଟପୂର୍ବ ୪୩୦୦ରେ ଏକ ସୁପରନୋଭା ବିସ୍ଫୋରଣ ହୋଇ କିଛି କ୍ଷଣ ପାଇଁ ଆକାଶରେ ଦୁଇଟି ଉଜ୍ଜ୍ୱଳ ବସ୍ତୁ ଦୃଶ୍ୟମାନ ହୋଇଥିଲା। ସେହି ସମୟରେ ବସନ୍ତ ଋତୁର ଭୋର ସମୟରେ ଜଣେ ଧନୁର୍ଦ୍ଧର ଏକ ଷଣ୍ଢକୁ ତୀରବିଧ କରିବା ଭଳି ଦୃଶ୍ୟ ଦେଖାଯାଇଥିଲା। ସେହି ଧନୁର୍ଦ୍ଧର ଥିଲା ଶିକାରୀ ତାରାମଣ୍ଡଳ ବା ମୃଗ ନକ୍ଷତ୍ରମଣ୍ଡଳ। ସେହି ଷଣ୍ଢ ଥିଲା ବୃଷ ରାଶି। ଏହା ସୂଚିତ କରୁଛି ଯେ, ଏହି ଶିଳା ଚିତ୍ର ସମ୍ଭବତଃ ୬୦୦୦ ବର୍ଷରୁ ଅଧିକ ସମୟର। ସେହି ସମୟରେ ମିଥୁନ ରାଶିର ନକ୍ଷତ୍ରଗଣ ସହ ବସନ୍ତର ବିଷୁବ (ମାର୍ଚ୍ଚ ୨୧ରେ ସୂର୍ଯ୍ୟ ବିଷୁବରେଖା ଉପରେ ରହନ୍ତି ଓ ଦିନରାତି ସମୟ ସମାନ ରହେ) ସମୟ ଠିକ୍‌ ରହିଥିଲା ଏବଂ ପରେ ବୃଷରାଶିକୁ ଚାଲିଯାଇଥିଲେ। ଏହିଭଳି ଭାବେ ଆକାଶ ବିନା କ୍ୟାଲେଣ୍ଡର ସମୟକୁ ଧାରଣ କରିଥିଲା।
ଖ୍ରୀଷ୍ଟପୂର୍ବ ୨୦୦୦ ପୂର୍ବରୁ ହରପ୍ପା ସଭ୍ୟତାର ଲୋକମାନେ ଏହି ସମାନ ପ୍ରକାରର ବ୍ରହ୍ମାଣ୍ଡୀୟ ବା ଆକାଶ ସମ୍ବନ୍ଧୀୟ ପରିବର୍ତ୍ତନ ଅନୁଭବ କରିଥିଲେ। ବସନ୍ତ ବିଷୁବ ରାଶିଚକ୍ରର ବୃଷରେ ରହିଥିଲା। କିନ୍ତୁ ହରପ୍ପାର ଲୋକମାନେ ଆକାଶକୁ ରାଶିଚକ୍ରରେ ଭାଗ କରି ନ ଥିଲେ। ବୃଷର ତାରାମଣ୍ଡଳ ମଧ୍ୟରେ ଏକ କ୍ଷୁଦ୍ର ନକ୍ଷତ୍ର କୃତ୍ତିକା ଉପରେ ଜାଣିବା ପାଇଁ ସେମାନଙ୍କ ଆଗ୍ରହ ରହିଥିଲା। ଏହି ୬ଟି କିମ୍ବା ୭ଟି ତାରା ବସନ୍ତର ଭୋର ସମୟରେ ଦୃଶ୍ୟମାନ ହେଉଥିଲେ। ତାହାକୁ ଦେଖି ବସନ୍ତ ଋତୁର ଆଗମନ ଜାଣି ପାରୁଥିଲେ। ପରେ ବ୍ରାହ୍ମଣ ଭଳି ବୈଦିକ ଶାସ୍ତ୍ର ସେମାନଙ୍କ ମହତ୍ତ୍ୱକୁ ଲିପିବଦ୍ଧ କରିଥିଲେ। ଏବେ ୪୦୦୦ ବର୍ଷ ପରେ ସେହି ସମାନ ପ୍ରକାର ନକ୍ଷତ୍ରଗୁଡ଼ିକ ଶରତ ଋତୁର ପୂର୍ବାକାଶରେ ଦେଖାଯାଉଛନ୍ତି ଏବଂ ଶୀତଦିନିଆ ଫସଲ କରିବାର ସମୟ ସୂଚିତ କରୁଛନ୍ତି। ଦେଖିବାକୁ ଗଲେ, ପ୍ରକୃତି ଧୈର୍ଯ୍ୟର ସହ ସମୟକୁ ଧରି ରଖିଛି।
ଖ୍ରୀଷ୍ଟପୂର୍ବ ପାଖାପାଖି ୧୫୦୦ ବେଳକୁ ଯେତେବେଳେ ଆର୍ଯ୍ୟମାନେ ଭାରତରେ ପ୍ରବେଶ କରିଥିଲେ, ସେତେବେଳେ ବସନ୍ତ ବିଷୁବ ସମୟ ରାଶିଚକ୍ରର ବୃଷରୁ ମେଷକୁ ଚାଲିଯାଉଥିଲେ। ପାର୍ବତ୍ୟ ଅଞ୍ଚଳର ବାଣିଜ୍ୟପଥକୁ ନିୟନ୍ତ୍ରଣ କରିଥିବା ଗ୍ରୀକ୍‌ ଓ କୁଶାଣମାନେ ସେତେବେଳେ ମଧ୍ୟ ସମାନ ପ୍ରକାର ଆକାଶ ସ୍ଥିତି ଦେଖିଥିଲେ। ଖ୍ରୀଷ୍ଟପୂର୍ବ ୩୦୦ ପରେ ଯେତେବେଳେ ପୁରାଣ ରଚନା କରାଯାଇଥିଲା, ସେତେବେଳେ ବସନ୍ତ ବିଷୁବ ମୀନ ରାଶିକୁ ଚାଲିଯାଇଥିଲା। ଏହିପ୍ରକାର ଆକାଶର ସ୍ଥିତି ସହ ମୋଗଲ ଓ ଇଂରେଜମାନେ ପରିଚିତ ଥିଲେ। ଏବେ ଧୀରେ ଧୀରେ କିନ୍ତୁ ଅତି ମନ୍ଥର ଗତିରେ ଏହା କୁମ୍ଭକୁ ଚାଲିଯାଉଛି। ଆକାଶ ଏତେ ଧୀରେ ଧୀରେ ପରିବର୍ତ୍ତନ ହୋଇଛି ଯେ, କେବଳ ସଂସ୍କୃତି ବା ସଭ୍ୟତାଗୁଡ଼ିକ ହିଁ ତାହାକୁ ଜାଣିପାରିଛନ୍ତି।
ମନୁଷ୍ୟ ତାରାକୁ ଯୋଡ଼ି ଆକୃତି ଗଠନ କରି ସେମାନଙ୍କ ନାମ ଦେଇଛି। ଅତୀତରେ ଯେତେବେଳେ ଦୁଇଟି ସଂସ୍କୃତି ସମାନ ପ୍ରକାର କାହାଣୀ ଥିବା ସମାନ ତାରାମଣ୍ଡଳକୁ ସୂଚିତ କରିଛନ୍ତି, ସେତେବେଳେ ସେଥିରୁ ଜଣାପଡ଼େ ଯେ, ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା, ଅପ୍ରବାସ, ବାଣିଜ୍ୟ କିମ୍ବା ଆନ୍ତଃବିବାହ ହେଉଥିଲା। କୃତ୍ତିକା ତାରାମଣ୍ଡଳ ଏହାର ସର୍ବୋତ୍ତମ ଦୃଷ୍ଟାନ୍ତ। ଏହାର ଗଭୀର ଅର୍ଥ ରହିଛି। ପାଖାପାଖି ଖ୍ରୀଷ୍ଟପୂର୍ବ ୧୦,୦୦୦ରେ ଲୋକେ ୭ଟି ତାରାକୁ ଖାଲି ଆଖିରେ ସ୍ପଷ୍ଟ ଭାବେ ଦେଖିପାରୁଥିଲେ। ଖ୍ରୀଷ୍ଟପୂର୍ବ ୨୦୦୦ ସୁଦ୍ଧା, କେବଳ ୬ଟି ସ୍ପଷ୍ଟ ଭାବେ ଦେଖାଯାଉଥିଲେ, କାରଣ ଗୋଟିଏ ନକ୍ଷତ୍ର ଆଉ ଗୋଟିକର ଖୁବ୍‌ ନିକଟକୁ ଚାଲିଯାଇଥିଲା। ଅନେକ ପୁରାଣ ଅଦୃଶ୍ୟ ହୋଇଥିବା ସପ୍ତମ ଭଉଣୀ ବିଷୟରେ ସୂଚିତ କରିଛନ୍ତି। ପ୍ରାଚୀନ ବୈଦିକ ପୁରାଣଗୁଡ଼ିକରେ ବର୍ଣ୍ଣନା ରହିଛି ଯେ, ସାତ ଭଉଣୀ ୭ ଜଣ ଋଷିଙ୍କୁ ବିବାହ କରିଥିଲେ, ଯାହା ସପ୍ତର୍ଷି ଭାବେ ଜଣାଶୁଣା। ୬ ଭଉଣୀଙ୍କ ଉପରେ ବ୍ୟଭିଚାର ଅଭିଯୋଗ ଲଗାଯାଇ ସେମାନଙ୍କୁ ନିର୍ବାସିତ କରାଯାଇଥିଲା। ସେମାନେ ଏବେ ଅଲଗା ଭାବେ କୃତ୍ତିକା ନକ୍ଷତ୍ରମଣ୍ଡଳ ଭାବେ ରହିଛନ୍ତି। କେବଳ ବିଶ୍ୱସ୍ତ ଅରୁନ୍ଧତୀ ତାଙ୍କ ସ୍ବାମୀ ବଶିଷ୍ଠଙ୍କ ସହିତ ଧ୍ରୁବତାରା ପାଖରେ ରହିଛନ୍ତି। ତେବେ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ତାରାମଣ୍ଡଳକୁ ଭିନ୍ନ ଭାବେ ଦେଖିଥିଲେ। ବଞ୍ଜରାମାନେ (ଯାଯାବର ଗୋଷ୍ଠୀ) ଏହାକୁ ରତ୍ନ ଭାବେ ବିଚାର କରୁଥିଲେ। କୋଲାମ୍‌ମାନେ ପକ୍ଷୀ ସମୂହ ବୋଲି ଭାବୁଥିଲେ। ନିକୋବରିଜ୍‌ (ନିକୋବର ଦ୍ୱୀପରେ ଥିବା ଆଦିମ ଆଦିବାସୀ) ତାହାକୁ ସେମାନଙ୍କ ପୂର୍ବପୁରୁଷ ଭାବେ ଦେଖୁଥିଲେ। କୋର୍‌କୁ କଟାଯାଇଥିବା ଟୁକୁଡ଼ା ମାଂସ ଖଣ୍ଡ ବୋଲି କଳ୍ପନା କରୁଥିଲେ। ଗୋଣ୍ଡ ସମ୍ପ୍ରଦାୟ ତାରାମଣ୍ଡଳକୁ ପକ୍ଷୀଙ୍କୁ ମରାଯାଉଥିବା ପଥର କିମ୍ବା ଫସଲ ଜଗୁଥିବା କୃଷି ଯନ୍ତ୍ରପାତି ମଣୁଥିଲେ। ସାନ୍ତାଳମାନେ କହନ୍ତି ଯେ, ବାଘମୁହଁରୁ ଭଉଣୀଙ୍କୁ ରକ୍ଷା କରିବା ପାଇଁ ଭାଇମାନେ ମୃତ୍ୟୁବରଣ କରିଛନ୍ତି। ଭିଲମାନେ କଳ୍ପନା କରନ୍ତି ଯେ, ଜଣେ ଆକ୍ରମଣକରୀ ବ୍ୟକ୍ତିଙ୍କଠାରୁ ରକ୍ଷାପାଇବା ସକାଶେ ଭଉଣୀମାନେ ଦୌଡ଼ୁଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଭୟରେ ଅଟକିଯାଇଛି।
ଆକାଶର କାହାଣୀଗୁଡ଼ିକ ସାଂସ୍କୃତିକ ଭାବନାକୁ ପ୍ରକାଶ କରେ। ସେଗୁଡ଼ିକ ଦର୍ଶାଇଥାନ୍ତି କିଭଳି ସମ୍ପ୍ରଦାୟଗୁଡ଼ିକ ସମାନ ବାସ୍ତବତାକୁ ଭିନ୍ନ ଭାବରେ ବ୍ୟାଖ୍ୟା କରନ୍ତି। ରାମାୟଣ ଓ ମହାଭାରତ ନକ୍ଷତ୍ରକୁ ସୂଚିତ କରିଛନ୍ତି, ହେଲେ ରାଶିଚକ୍ର ନକ୍ଷତ୍ରମଣ୍ଡଳକୁ ନୁହେଁ। ଏହା ଏକ ପୁରୁଣା ଆକାଶ ବିଜ୍ଞାନକୁ ସୂଚିତ କରେ। ଋଗ୍‌ବେଦ କୃତ୍ତିକା ଏବଂ ରୋହିଣୀ ଭଳି ନକ୍ଷତ୍ରଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଛି। ଯଜୁଃ ଓ ଅଥର୍ବ ବେଦରେ ଅଧିକ କିଛି ଉଲ୍ଲେଖ ରହିଛି। ପାଖାପାଖି ଖ୍ରୀଷ୍ଟପୂର୍ବ ୮୦୦ରେ ବ୍ରାହ୍ମଣ ଶାସ୍ତ୍ରରେ ୨୭ ନକ୍ଷତ୍ରର ସମ୍ପୂର୍ଣ୍ଣ ତାଲିକା ଦେଖାଯାଏ। ନକ୍ଷତ୍ରର ନାମାନୁସାରେ ମାସଗୁଡ଼ିକର ନାମକରଣ କରାଯାଇଥିଲା, ଯେଉଁଥିରେ ପୂର୍ଣ୍ଣମୀ ଥିଲା। କିନ୍ତୁ ଏବେ ପୂର୍ଣ୍ଣିମା ସମୟ ସେହିସବୁ ନକ୍ଷତ୍ର ସହ ଠିକ୍‌ ନାହିଁ। ଜ୍ୟୋତିର୍ବିଜ୍ଞାନ ପ୍ରକାଶ କରେ ଯେ, ଏଭଳି ତାଳମେଳ କେବଳ ପାଖାପାଖି ଖ୍ରୀଷ୍ଟପୂର୍ବ ୩୦୦୦ରେ ଘଟିଥିଲା। ଏହା ହରପ୍ପା ସହର ଓ ଇଜିପ୍ଟ ପୀରାମିଡ୍‌ ସମୟଠାରୁ ମଧ୍ୟ ଅଧିକ ପୁରୁଣା।
ପୁରାତନ ଭାରତୀୟମାନେ କୁଶଳୀ ଜ୍ୟୋତିର୍ବିଦ୍‌ ଥିଲେ। ସେମାନେ ନକ୍ଷତ୍ରକୁ ଠାବ କରୁଥିଲେ, ଋତୁ ଜାଣିପାରୁଥିଲେ, ମାସ ଗଣନା କରିପାରୁଥିଲେ ଏବଂ ଆଧ୍ୟାତ୍ମିକତା ଅନୁଯାୟୀ ରୀତିନୀତି ଠିକ୍‌ କରୁଥିଲେ। ସେମାନେ ବିଷୁବ ଅଗ୍ରଗମନ ସମ୍ପର୍କରେ ଜାଣି ନ ଥିଲେ। ପ୍ରତି ୨୦୦୦ ବର୍ଷରେ ବିଷୁବ ଧୀରେ ଧୀରେ ରାଶିଚକ୍ର ସହ ସମ୍ବନ୍ଧିତ ନକ୍ଷତ୍ରକୁ ପରିବର୍ତ୍ତନ କରିଥାଏ। ଏହି କାରଣରୁ ଏବେ ପର୍ବପର୍ବାଣିର ସମୟ ସ୍ବାଭାବିକ ପାଳନ ତୁଳନାରେ ୩ ସପ୍ତାହ ଅନ୍ତର ରହୁଛି। ମକରସଂକ୍ରାନ୍ତି, ମେଷସଂକ୍ରାନ୍ତି, କର୍କଟସଂକ୍ରାନ୍ତି ଏବଂ ତୁଳାସଂକ୍ରାନ୍ତି ୧,୫୦୦ ବର୍ଷ ପୂର୍ବେ ଥିଲା। ସେତେବେଳେ ହିନ୍ଦୁ କ୍ୟାଲେଣ୍ଡର ତିଆରି କରାଯାଇଥିଲା, ଯେଉଁଥିରେ ଦକ୍ଷିଣାୟନ, ବସନ୍ତ ବିଷୁବ, ଉତ୍ତରାୟଣ, ଶରଦ ବିଷୁବ ସମୟ ସମନ୍ବିତ ରହିଥିଲା। ସେଥିରେ ଆଉ ଅଧିକ କିଛି ନ ଥିଲା। ଏବେ ୩ ସପ୍ତାହର ଅନ୍ତର ରହିଛି। ପରମ୍ପରା ଆକାଶକୁ ସ୍ମରଣ କରେ, ଯାହା ଏବେ ଆଉ ନାହିଁ। ମାନବଜାତି ଭୁଲିଯାଏ, କିନ୍ତୁ ଆକାଶ ଭୁଲେ ନାହିଁ। ଶାସ୍ତ୍ର, ସାମ୍ରାଜ୍ୟ, ପ୍ରବାସନ ଏବଂ ପୁରାଣ ପରେ ବି ଏହା ସବୁବେଳେ ସ୍ମୃତି ବହନ କରିଥାଏ। ଆକାଶ ବା ସ୍ବର୍ଗର ଅନୁଧ୍ୟାନ କରିବା ହିଁ ମାନବତାର ଆତ୍ମକଥାକୁ ପଢ଼ିବା ସହ ସମାନ।
-devduttofficial@gmail.com

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?