ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ କହିଛନ୍ତି। ଭୂରାଜନୈତିକ ଅନିଶ୍ଚିତତା ବୃଦ୍ଧି, ଆମେରିକାର ବିସ୍ତାରବାଦୀ ପଦକ୍ଷେପ ପୁଞ୍ଜି ବଜାରକୁ ବିପଜ୍ଜନକ ସ୍ଥିତିକୁ ଠେଲିଦେଇଥିବାରୁ ଭାରତର ଘରୋଇ ବଜାର ଚାପଗ୍ରସ୍ତ ହୋଇଛି। ଏହାର ପ୍ରଭାବରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ଭାରତୀୟ ବଜାରରୁ ମୁହଁ ଫେରାଇନେଉଥିବାରୁ ଟଙ୍କାର ଅବମୂଲ୍ୟାୟନ ଧାରା ଜାରି ରହିଛି। ଗ୍ରୀନ୍‌ଲାଣ୍ଡ ପ୍ରସଙ୍ଗକୁ ନେଇ ୟୁରୋପରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଥିବାବେଳେ ସମ୍ଭାବ୍ୟ ଉଚ୍ଚ ଟାରିଫ୍‌ ଏବଂ ଘରୋଇ ବଜାରରେ ନକାରାମତ୍କ ଟ୍ରେଣ୍ଡ୍‌ ଜାରି ରହିଲେ ନିବେଶକଙ୍କ ସେଣ୍ଟିମେଣ୍ଟ ଅଧିକ ପ୍ରଭାବିତ ହେବା ସହ ଟଙ୍କାର ଦୁର୍ବଳତା ଆହୁରି ବଢ଼ିପାରେ ବୋଲି ଫରେକ୍ସ ଟ୍ରେଡର୍ସ ସତର୍କ କରାଇଛନ୍ତି।
ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବାବେଳେ ଟଙ୍କାର ମୂଲ୍ୟ ୯୧.୦୫ ରହିଥିବାବେଳେ ପରେ ୯୧.୭୪ ପର୍ଯ୍ୟନ୍ତ ଖସିଥିଲା। କାରବାର ଶେଷରେ ମଙ୍ଗଳବାରର କ୍ଲୋଜିଂ ତୁଳନାରେ ୬୭ ପଇସା ଦୁର୍ବଳ ହୋଇ ୯୧.୬୪ ଟଙ୍କାରେ ସ୍ଥିର ରହିଛି। ଏଚ୍‌ଡିଏଫ୍‌ସି ସିକ୍ୟୁରିଟିଜ୍‌ ରିସର୍ଚ୍ଚ ଆନାଲିଷ୍ଟ ଦିଲୀପ ପରମାର କହିଛନ୍ତି, ୨୦୨୫ ନଭେମ୍ବର ୨୧ ପରଠୁ ଦିନକରେ ଏହା ହେଉଛି ଟଙ୍କାର ସବୁଠୁ ବଡ଼ ହ୍ରାସ। ମଙ୍ଗଳବାର ଟ୍ରେଡିଂ ଆରମ୍ଭରେ ଡଲାର ତୁଳନାରେ ଟଙ୍କା ୯୧.୦୬କୁ ଖସିଥିବାବେଳେ ପରେ ୭ ପଇସାର ଦୁର୍ବଳତା ସହ ୯୦.୯୭ ଟଙ୍କାରେ ସ୍ଥିର ରହିଥିଲା। ଭାରତ ଭଳି ବିକାଶଶୀଳ ଅର୍ଥନୀତିଗୁଡ଼ିକ ବର୍ତ୍ତମାନ ପୁଞ୍ଜି ସ୍ରୋତରେ ଦୁର୍ବଳତାର ଚାପର ସମ୍ମୁଖୀନ ହେଉଛନ୍ତି ବୋଲି କୋଟାକ୍‌ ମହିନ୍ଦା ଏଏମ୍‌ସିର ଅଭିଷେକ ବିସେନ୍‌ ମତ ଦେଇଛନ୍ତି।
ଭୂରାଜନୈତିକ ଉତ୍ତେଜନା ସହ ଗ୍ରୀନ୍‌ଲାଣ୍ଡ ବିବାଦ ଆମେରିକା-ୟୁରୋପ ସମ୍ପର୍କରେ ଫାଟ ସୃଷ୍ଟି କରିଛି। ଏଥିଯୋଗୁ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ବିଭାଜିତ ହେବା ଆଶଙ୍କା ଉପୁଜିଛି। ସେହିପରି ଭେନେଜୁଏଲାର ତୈଳ ଭଣ୍ଡାର ଉପରେ ଆମେରିକାର ନିୟନ୍ତ୍ରଣ ସାରା ବିଶ୍ୱର ବାଣିଜ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇଥିବା କୁହାଯାଉଛି। ଆମେରିକା ସହ ଭାରତର ବାଣିଜି୍ୟକ ଚୁକ୍ତି ସମ୍ପନ୍ନ ହୋଇ ନ ପାରିବା ବଜାର ଭାବାବେଗକୁ ଖରାପ କରୁଛି। ଏହି କାରଣରୁ ଏଫ୍‌ଆଇଆଇ ମଙ୍ଗଳବାର ୨,୯୩୮.୩୩ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର କରିନେଇଛନ୍ତି। ଏଫ୍‌ଆଇଆଇ ଗତବର୍ଷ ୧୯ ବିଲିୟନ୍‌ ଡଲାର ମୂଲ୍ୟର ଷ୍ଟକ୍ସ ବିକ୍ରି କରିଥିବାବେଳେ କେବଳ ଚଳିତ ମାସରେ ସେଲିଂ ପରିମାଣ ୨.୭ ବିଲିୟନ୍‌ ଡଲାର ରହିଥିବା ସୂଚନା ମିଳିଛି। ଏହି ପୃଷ୍ଠଭୂମିରେ ବୁଧବାର ସେନ୍‌ସେକ୍ସ ୨୭୦.୮୪ ପଏଣ୍ଟ ଖସି ୮୧,୯୦୯.୬୩ରେ ରହିଛି। ସେହିପରି ନିଫ୍ଟି୫୦ରେ ମଧ୍ୟ ୭୫ ପଏଣ୍ଟ ହ୍ରାସ ଦେଖିବାକୁ ମିଳିଛି। ନିଫ୍ଟି୫୦ ୨୫,୧୫୭.୫୦କୁ ଖସିଯାଇଛି। ଏଭଳି ସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଟଙ୍କାରେ ସ୍ଥିରତା ଆଣିବା ପାଇଁ ଯେପରି ଉଦ୍ୟମ ହେବା ଆବଶ୍ୟକ, ତାହା ହେଉନାହିଁ ବୋଲି ଶିନ୍‌ହାନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଟ୍ରେଜେରି ହେଡ୍‌ କୁନାଲ ସୋଧାନି କହିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?