ବଦଳିଲେ ପୁରୀ ଏସ୍‌ପି

ଭୁବନେଶ୍ୱର,୨୧। ୧୧(ବ୍ୟୁରୋ): ପୁରୀ ଏସ୍‌ପି ଅଖିଳେଶ ସିଂଙ୍କୁ ବଦଳି କରାଯାଇଛି। ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ସମ୍ବଲପୁର ଏସ୍‌ପି ଥିବା କେ. ବିଶାଳ ସିଂଙ୍କୁ ପୁରୀ ଏସପି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ ପୁରୀ ଗୌରାଙ୍ଗ ଖୁଣ୍ଟିଆ କଲୋନୀ ଗୌଡବାଡି ସାହିର କେ. ରମେଶଙ୍କର ଥାନା ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ହୋଇଥିଲେ। ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ବିଧାନସଭାରେ ହଟ୍ଟଗୋଳ କରିଥିଲେ।