ନିୟମ ବଦଳାଅ

ଅସହାୟ ଲୋକଙ୍କ ଉପରେ କ୍ଷମତା ପ୍ରୟୋଗ କରି ଅଧିକାଂଶ ସରକାରୀ ଅଧିକାରୀ ଓ କର୍ମଚାରୀ ଆନନ୍ଦ ପାଇଥାଆନ୍ତି। ୧୯ ଜୁଲାଇରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୧୩ ନମ୍ବର ଓ୍ବାର୍ଡର ଭିନ୍ନକ୍ଷମ ମହିଳା ପ୍ରତିମା ପୋଥାଳଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ସହ ତାଙ୍କୁ ଚଳିତ ମାସ ପାଇଁ ଦିଆଯାଇଥିବା ୫ କିଲୋଗ୍ରାମ ଚାଉଳ ଫେରାଇ ନିଆଯାଇଥିବା ଜଣାପଡ଼ିଛି। ପ୍ରତିମା ଓ ତାଙ୍କ ଭାଇ ଜନ୍ମରୁ ଭିନ୍ନକ୍ଷମ। ତେବେ ପ୍ରତିମାଙ୍କ ଆଖି ଓ ଟିପ ନମୁନା ଠିକ୍‌ ନ ଥିବାରୁ ତାଙ୍କର ଆଧାର କାର୍ଡ ହୋଇପାରି ନାହିଁ। ଜିଲାପାଳ ଓ ଯୋଗାଣ ବିଭାଗ ଅଧିକାରଙ୍କୁ ଗୁହାରି କରିବା ପରେ ଖାଦ୍ୟ ନିରାପତ୍ତା ଯୋଜନାରେ ତାଙ୍କୁ ଚାଉଳ ମିଳୁଥିଲା। ହେଲେ ଆଧାର କାର୍ଡଜନିତ ଅସଙ୍ଗତି ଦେଖାଦେବାରୁ ଯୋଗାଣ ବିଭାଗ ଅଧିକାରୀ ପ୍ରତିମାଙ୍କଠାରୁ ଚାଉଳ ଫେରାଇ ଆଣିବା ସକାଶେ ଡିଲରଙ୍କୁ ପରାମର୍ଶ ଦେଇଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶ ପାଇବା ପରେ ଡିଲର ପ୍ରତିମାଙ୍କଠାରୁ ଚାଉଳ ନେଇଯାଇଛନ୍ତି। ଯୋଗାଣ ଅଧିକାରୀ କହିଛନ୍ତି, ବାଟମାରଣାକୁ ରୋକିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। ଯେଉଁମାନଙ୍କ ଆଖି ଓ ଟିପ ନମୁନା ମିଶୁ ନାହିଁ ସେମାନେ ଦରଖାସ୍ତ ଦେଲେ ସେମାନଙ୍କୁ ସାମଗ୍ରୀ ଯୋଗାଇ ଦିଆଯିବ।
ତେବେ ପ୍ରତିମାଙ୍କ ପ୍ରତି ଏପରି ହେଲା କାହିଁକି। ଯେଭଳି ଭାବେ କେନ୍ଦ୍ର ସରକାର ଆଧାରକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏବେ ‘ଏକ ଦେଶ ଏକ ରାଶନ କାର୍ଡ’ (ଓଏନ୍‌ଓଆର୍‌ସି) ନୀତିକୁ କଡ଼ାକଡ଼ି ପ୍ରଣୟନ କରିଛନ୍ତି, ସେଥିରୁ ମନେହେଉଛି ଯେ ଭାରତବ୍ୟାପୀ ଅନେକ ଲକ୍ଷ ପ୍ରତିମା ଏହିଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବେ। ଏହାର ମୁଖ୍ୟ କାରଣ ହେଉଛି ଦିଲ୍ଲୀ ଓ ରାଜ୍ୟ ରାଜଧାନୀରେ ବସି ନୀତି ପ୍ରଣୟନ କରୁଥିବା ସରକାରୀ ବାବୁମାନେ ବାସ୍ତବ ଭାରତକୁ ଚିହ୍ନିବାରେ ଅସଫଳ। ସଚିବାଳୟରେ ଦସ୍ତଖତ କରି ନିୟମ ସୃଷ୍ଟି କରିଦେବା ସହଜ। ସେହି ନିୟମ ସର୍ବନିମ୍ନ ସାମାଜିକ ସ୍ତରରେ ଥିବା ଅସହାୟ ଗରିବ ନାଗରିକ ଉପରେ କେଉଁଭଳି ନକାରାତ୍ମକ ପ୍ରଭାବ ପକାଉଛି ତାହା ବୁଝିବାକୁ ମଧ୍ୟ ଚେଷ୍ଟା କରାଯାଉ ନାହିଁ। ଆଶ୍ଚର୍ଯ୍ୟର ବିଷୟ ଯେ ଓଡ଼ିଶାରେ ସରକାରୀ ବାବୁମାନେ ଅତ୍ୟନ୍ତ ଆଧାରପ୍ରେମୀ ପାଲଟି ଯାଇଛନ୍ତି। ପ୍ରତିମାଙ୍କ କଥା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ସାଧାରଣରେ ଜଣାପଡ଼ିଲା। ଆହୁରି ଅନେକ ଏହିଭଳି ଘଟଣା ଲୁଚିଯାଇଥିବ ବୋଲି କୌଣସି ସନ୍ଦେହ ନାହିଁ। ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ଜଣେ ନାଗରିକଙ୍କ କୌଣସି କ୍ଷତି ପାଇଁ ସର୍ବୋଚ୍ଚ ଅଧିକାରୀ ଦାୟୀ ହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri