ନିୟମ ବଦଳାଅ

ଅସହାୟ ଲୋକଙ୍କ ଉପରେ କ୍ଷମତା ପ୍ରୟୋଗ କରି ଅଧିକାଂଶ ସରକାରୀ ଅଧିକାରୀ ଓ କର୍ମଚାରୀ ଆନନ୍ଦ ପାଇଥାଆନ୍ତି। ୧୯ ଜୁଲାଇରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୧୩ ନମ୍ବର ଓ୍ବାର୍ଡର ଭିନ୍ନକ୍ଷମ ମହିଳା ପ୍ରତିମା ପୋଥାଳଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରାଯିବା ସହ ତାଙ୍କୁ ଚଳିତ ମାସ ପାଇଁ ଦିଆଯାଇଥିବା ୫ କିଲୋଗ୍ରାମ ଚାଉଳ ଫେରାଇ ନିଆଯାଇଥିବା ଜଣାପଡ଼ିଛି। ପ୍ରତିମା ଓ ତାଙ୍କ ଭାଇ ଜନ୍ମରୁ ଭିନ୍ନକ୍ଷମ। ତେବେ ପ୍ରତିମାଙ୍କ ଆଖି ଓ ଟିପ ନମୁନା ଠିକ୍‌ ନ ଥିବାରୁ ତାଙ୍କର ଆଧାର କାର୍ଡ ହୋଇପାରି ନାହିଁ। ଜିଲାପାଳ ଓ ଯୋଗାଣ ବିଭାଗ ଅଧିକାରଙ୍କୁ ଗୁହାରି କରିବା ପରେ ଖାଦ୍ୟ ନିରାପତ୍ତା ଯୋଜନାରେ ତାଙ୍କୁ ଚାଉଳ ମିଳୁଥିଲା। ହେଲେ ଆଧାର କାର୍ଡଜନିତ ଅସଙ୍ଗତି ଦେଖାଦେବାରୁ ଯୋଗାଣ ବିଭାଗ ଅଧିକାରୀ ପ୍ରତିମାଙ୍କଠାରୁ ଚାଉଳ ଫେରାଇ ଆଣିବା ସକାଶେ ଡିଲରଙ୍କୁ ପରାମର୍ଶ ଦେଇଥିଲେ। ଅଧିକାରୀଙ୍କ ନିର୍ଦ୍ଦେଶ ପାଇବା ପରେ ଡିଲର ପ୍ରତିମାଙ୍କଠାରୁ ଚାଉଳ ନେଇଯାଇଛନ୍ତି। ଯୋଗାଣ ଅଧିକାରୀ କହିଛନ୍ତି, ବାଟମାରଣାକୁ ରୋକିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। ଯେଉଁମାନଙ୍କ ଆଖି ଓ ଟିପ ନମୁନା ମିଶୁ ନାହିଁ ସେମାନେ ଦରଖାସ୍ତ ଦେଲେ ସେମାନଙ୍କୁ ସାମଗ୍ରୀ ଯୋଗାଇ ଦିଆଯିବ।
ତେବେ ପ୍ରତିମାଙ୍କ ପ୍ରତି ଏପରି ହେଲା କାହିଁକି। ଯେଭଳି ଭାବେ କେନ୍ଦ୍ର ସରକାର ଆଧାରକୁ ଗୁରୁତ୍ୱ ଦେଉଛନ୍ତି ଏବଂ ଏବେ ‘ଏକ ଦେଶ ଏକ ରାଶନ କାର୍ଡ’ (ଓଏନ୍‌ଓଆର୍‌ସି) ନୀତିକୁ କଡ଼ାକଡ଼ି ପ୍ରଣୟନ କରିଛନ୍ତି, ସେଥିରୁ ମନେହେଉଛି ଯେ ଭାରତବ୍ୟାପୀ ଅନେକ ଲକ୍ଷ ପ୍ରତିମା ଏହିଭଳି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବେ। ଏହାର ମୁଖ୍ୟ କାରଣ ହେଉଛି ଦିଲ୍ଲୀ ଓ ରାଜ୍ୟ ରାଜଧାନୀରେ ବସି ନୀତି ପ୍ରଣୟନ କରୁଥିବା ସରକାରୀ ବାବୁମାନେ ବାସ୍ତବ ଭାରତକୁ ଚିହ୍ନିବାରେ ଅସଫଳ। ସଚିବାଳୟରେ ଦସ୍ତଖତ କରି ନିୟମ ସୃଷ୍ଟି କରିଦେବା ସହଜ। ସେହି ନିୟମ ସର୍ବନିମ୍ନ ସାମାଜିକ ସ୍ତରରେ ଥିବା ଅସହାୟ ଗରିବ ନାଗରିକ ଉପରେ କେଉଁଭଳି ନକାରାତ୍ମକ ପ୍ରଭାବ ପକାଉଛି ତାହା ବୁଝିବାକୁ ମଧ୍ୟ ଚେଷ୍ଟା କରାଯାଉ ନାହିଁ। ଆଶ୍ଚର୍ଯ୍ୟର ବିଷୟ ଯେ ଓଡ଼ିଶାରେ ସରକାରୀ ବାବୁମାନେ ଅତ୍ୟନ୍ତ ଆଧାରପ୍ରେମୀ ପାଲଟି ଯାଇଛନ୍ତି। ପ୍ରତିମାଙ୍କ କଥା ଗଣମାଧ୍ୟମରେ ପ୍ରକାଶ ପାଇଥିବାରୁ ସାଧାରଣରେ ଜଣାପଡ଼ିଲା। ଆହୁରି ଅନେକ ଏହିଭଳି ଘଟଣା ଲୁଚିଯାଇଥିବ ବୋଲି କୌଣସି ସନ୍ଦେହ ନାହିଁ। ଗୋଟିଏ ଜନମଙ୍ଗଳ ରାଷ୍ଟ୍ରରେ ଜଣେ ନାଗରିକଙ୍କ କୌଣସି କ୍ଷତି ପାଇଁ ସର୍ବୋଚ୍ଚ ଅଧିକାରୀ ଦାୟୀ ହେବା କଥା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

ସରକାର ଚାହୁଁଛନ୍ତି

ଲୋକଙ୍କର ଉପକାରରେ ଆସୁ ବା ନ ଆସୁ ରାଜ୍ୟର ଲାଭ ହେଉ ବା କ୍ଷତି, ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଉ ବା ନ ହେଉ ସରକାର...

ଜଗନ୍ନାଥ ଗ୍ରହଣୀୟ

‘ନାମରେ କ’ଣ ଅଛି ? ଯାହାକୁ ଆମେ ଗୋଲାପ କହୁଛୁ, ଅନ୍ୟ କୌଣସି ନାମରେ ଡାକିଲେ ମଧ୍ୟ ତା’ର ସୁଗନ୍ଧ ସେହିପରି ମିଠା ରହିବ।’ ନାମକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri