ସରକାରୀ କର୍ମଚାରୀଙ୍କ ବଦଳି ସମସ୍ୟା

ସୁଧୀର କୁମାର ନାୟକ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପ୍ରତ୍ୟେକ ଶ୍ରେଣୀ ବା ବର୍ଗର କର୍ମଚାରୀମାନଙ୍କ ପାଇଁ ବଦଳି ଏକ ଶୃଙ୍ଖଳିତ ବ୍ୟବସ୍ଥା। କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ବଦଳି ନିୟମାବଳୀ ଓ ରାଜ୍ୟ ସରକାରଙ୍କ ନିୟମାବଳୀ ଏକା ହୋଇ ନ ଥାଏ। ଏହା କେତେକ ବିଭାଗରେ ସ୍ବତନ୍ତ୍ର ଅଲଗା କାର୍ଯ୍ୟକାରୀ ହୋଇଥାଏ। ଦୀର୍ଘଦିନ ଧରି କାର୍ଯ୍ୟକାରୀ ହୋଇଆସୁଥିବା ଓଡ଼ିଶା ସରକାରୀ କର୍ମଚାରୀଙ୍କ ସେବା ନିୟମାବଳୀକୁ ସରକାର ବିଭିନ୍ନ ବିଭାଗର ନିଯୁକ୍ତି ଏବଂ ପରିଚାଳନା ନିମନ୍ତେ ସାଧାରଣ ପ୍ରଶାସନ ଓଡ଼ିଶା ଗେଜେଟ୍‌ ନଂ.-୪୭୫୭/୧୯୫୯ରେ ପ୍ରଣୟନ କରିଥିଲେ। ସେହିପରି ଠିକା ନିଯୁକ୍ତି କର୍ମଚାରୀଙ୍କ ପାଇଁ ବିଭାଗଗୁଡ଼ିକ ସମୟକୁ ସମୟ ସ୍ବତନ୍ତ୍ର ନୀତିନିୟମ ପ୍ରଚଳିତ କରିଥାନ୍ତି। ତାଙ୍କର ନିଯୁକ୍ତି ଏବଂ କାର୍ଯ୍ୟକାଳ ବଦଳି ସାଧାରଣ ନିୟମିତ କର୍ମଚାରୀଙ୍କଠାରୁ ଅଲଗା ଥାଏ। କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ମଧ୍ୟରେ ବଦଳି ଏକ ଯନ୍ତ୍ରଣାଦାୟକ ଆଦେଶ ନୁହେଁ। କିନ୍ତୁ କେଉଁ ପରିସ୍ଥିତିରେ ଜଣେ କର୍ମଚାରୀ ବଦଳି ଆଦେଶ ପାଇ ଖୁସି ହୋଇଥାଏ ତ କେଉଁ ପରିସ୍ଥିତିରେ କଷ୍ଟ ଅନୁଭବ କରେ, ତାହା ବିଭିନ୍ନ କାରଣ ଦାୟୀ। ଓଡ଼ିଶା ସରକାରଙ୍କ ଓଏସ୍‌ସି-ରୁଲ୍‌-୧୯, ୬୮, ୯୬ରେ କର୍ମଚାରୀମାନଙ୍କ ବଦଳି ଆଦେଶରେ ଉଲ୍ଲେଖ ଅଛି। ସାଧାରଣ ଜଣେ କର୍ମଚାରୀଙ୍କର ପଦୋନ୍ନତି ହେଲେ ବଦଳି ହୋଇ ଅନ୍ୟ ସ୍ଥାନକୁ ଯାଇଥାନ୍ତି। କୌଣସି ସରକାରୀ କର୍ମଚାରୀ ଯଦି କାର୍ଯ୍ୟରେ ଅବହେଳା କରନ୍ତି, ଉପରିସ୍ଥ ଅଧିକାରୀଙ୍କୁ ଖରାପ ବ୍ୟବହାର ଦେଖାନ୍ତି, ଜନସାଧାରଣଙ୍କ ଅଭିଯୋଗ ଥାଏ, ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଆଦେଶକୁ ପାଳନ କରି ନ ଥାନ୍ତି କିମ୍ବା କୌଣସି ଅନୈତିକ କାମରେ ଲିପ୍ତ ଥା’ନ୍ତି ତାଙ୍କୁ କାରଣଦର୍ଶାଅ ନୋଟିସ ସହ କାର୍ଯ୍ୟରୁ ନିଲମ୍ବନ କରାଯାଇ ଅନ୍ୟତ୍ର ବଦଳି କରାଯାଏ। ସେହି ସମୟରେ ତାଙ୍କର ମୋଟ୍‌ ଦରମାର ଅଧା ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ସହ ମିଳିଥାଏ। ଓଡ଼ିଶା ସି.ସି.ଏ. ରୁଲ୍‌-୪୯ ଏବଂ ଏଫ୍‌.ଡି.-୨୨୦୮(୧୯୫୫) ସାଧାରଣ ତାଙ୍କ ବିରୁଦ୍ଧରେ କାର୍ଯ୍ୟକାରୀ ହୁଏ। ପରବର୍ତ୍ତୀ ସମୟରେ ନିଜର ଦୋଷ ସ୍ବୀକାର ସହ କ୍ଷମାପ୍ରାର୍ଥନା କରି ଲିଖିତ ଦେଲେ କର୍ତ୍ତୃପକ୍ଷ ସନ୍ତୋଷ ଅନୁଭବ କଲେ ନିଲମ୍ବନ ଆଦେଶକୁ ଉଠାଇ ପୁନଃ କାର୍ଯ୍ୟରେ ନିଯୁକ୍ତି ପାଇଁ ଆଦେଶ ଦିଅନ୍ତି। କିନ୍ତୁ ଯଦି ସଂପୃକ୍ତ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ଇଚ୍ଛାକୃତ ଭାବରେ ହେଳା କରନ୍ତି ବା ନିଲମ୍ବନ ଆଦେଶକୁ ଗଡ଼ାଇ ଚାଲନ୍ତି ଏ ପରିସ୍ଥିତିରେ କ୍ଷତିଗ୍ରସ୍ତ କର୍ମଚାରୀ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇପାରନ୍ତି। ଏପରି ସମସ୍ୟା ପୂର୍ବରୁ ସ୍ୟାଟ୍‌ ବୁଝୁଥିଲେ। ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟରେ ଏହି ମାମଲା ରୁଜୁ ହୋଇ ବୁଝାଯାଉଛି। ଏହି ପରିସ୍ଥିତିରେ ନିଲମ୍ବିତ କର୍ମଚାରୀଙ୍କ ପିଲାମାନଙ୍କ ପାଠପଢ଼ା, ପରିବାର ସଦସ୍ୟଙ୍କ ଚିକିତ୍ସା, ଔଷଧ ଖର୍ଚ୍ଚ, ଗୃହ ଚଳାଇବା ଖର୍ଚ୍ଚ ଆଦି ଉପରେ ସମସ୍ୟା ଆସିଥାଏ, ପରିବାରରେ ଅଶାନ୍ତି ଲାଗିରହେ। ଏଣୁ ନିଲମ୍ବିତ ପରବର୍ତ୍ତୀ ପୁନଃ ନିଯୁକ୍ତି ବ୍ୟବସ୍ଥାର ସମୟ ଅବଧି ଅନ୍ତତଃ କେତେଦିନ ହେବା ଉଚିତ ଏବଂ ତାହାକୁ କର୍ତ୍ତୃପକ୍ଷମାନେ ଆଇନଗତ ମାନିବା ଉଚିତ, ପୁରୁଣା ନିୟମାବଳୀ ସଂଶୋଧିତ ହୋଇ ନୂତନ ନିୟମାବଳୀ ଯୋଗ କରିବାର ଆବଶ୍ୟକତା ଅଛି।
ଭାରତ ସରକାରଙ୍କ ସାମ୍ବିଧାନିକ ଧାରା-୩୦୯ରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ନିଯୁକ୍ତି ଏବଂ ସେମାନଙ୍କ ଆଇନଗତ ପରିଚାଳନା ଉପରେ ଉଲ୍ଲେଖ ଅଛି। ସେହିପରି ଧାରା-୩୧୦, ୩୧୧ରେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ କାମ କରିବା, ସେମାନଙ୍କ ଉପରେ ରାଜ୍ୟ ସରକାରଙ୍କ କେଉଁ କେଉଁ ବିଷୟରେ ନିୟନ୍ତ୍ରଣ ରହିବ ଏବଂ କେତେକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିନା ଅନୁମତିରେ କୌଣସି ପଦବୀର କ୍ଷତି କଲାପରି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ତାହା ନିର୍ଦ୍ଦେଶ ଅଛି। କିନ୍ତୁ କେତେକ କ୍ଷେତ୍ରରେ କିଛି ଉଚ୍ଚ ପ୍ରଶାସନିକ ଅଧିକାରୀମାନଙ୍କ ଖାମଖିଆଲି ନୀତିବିରୁଦ୍ଧ କାର୍ଯ୍ୟ ଥାଇବି ଉପଯୁକ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ଏପରିକି ସାଧାରଣ ବଦଳି ବି କରିବା ସମ୍ଭବ ହୁଏନାହିଁ। ଏପରି ସ୍ଥିତିରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ନିଯୁକ୍ତିପ୍ରାପ୍ତ ସବୁବର୍ଗର କର୍ମଚାରୀଙ୍କ ପାଇଁ ଏକ ସ୍ବତନ୍ତ୍ର ପରିବର୍ତ୍ତିତ ସମୟ ଉପଯୋଗୀ ନିୟମାବଳୀର ଆବଶ୍ୟକତା ଅଛି।
ବଦଳି ଏକ ମୌଳିକ ପ୍ରଶାସନିକ ବ୍ୟବସ୍ଥା। ଏହା କର୍ମଚାରୀଙ୍କର ମୌଳିକ ଅଧିକାର ନୁହଁ। ୨୦୨୨ ମାର୍ଚ୍ଚ ୧୩ରେ ସୁପ୍ରିମ୍‌କୋର୍ଟ ଏକ କେସ୍‌ ବିଚାରକରି ଏପରି ଶୁଣାଣି କରିଥିଲେ। ତେବେ ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବଦଳି ନିୟମାବଳୀର ଅପବ୍ୟବହାର ହେଉଥିବାର ବହୁ ଅଭିଯୋଗ ଆସିଥାଏ। କର୍ମଚାରୀଙ୍କ ଲେଭଲ ଆଧାରରେ ବ୍ଲକ, ସଦର ମହକୁମା, ଜିଲା ଏବଂ ରାଜ୍ୟ ବିଭାଗୀୟ ମୁଖ୍ୟାଳୟ, ନିର୍ଦ୍ଦେଶାଳୟ, ସଚିବାଳୟମାନଙ୍କରେ ବଦଳି କମିଟି ଗଠନ କରାଯାଇଥାଏ। କର୍ମଚାରୀମାନଙ୍କ ସମସ୍ୟା କେଉଁ ସ୍ଥାନରେ କେତେଦିନ ରହିଛନ୍ତି, କେଉଁ ସ୍ଥାନକୁ ଯିବାପାଇଁ ଚାହୁଁଛନ୍ତି ସେମାନେ ଲିଖିତ ନିବେଦନ ସପ୍ତାହର ପ୍ରତ୍ୟେକ ସୋମବାର କର୍ତ୍ତୃପକ୍ଷଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଯାଇ ଉପସ୍ଥାପନ କରିପାରିବେ। କିନ୍ତୁ ଦୁର୍ଭାଗ୍ୟର କଥା ଅଭିଯୋଗ ଶୁଣାଣି ଓ ଏହାର ସମାଧାନ ପ୍ରକ୍ରିୟାର ମନ୍ଥରତା ଏବଂ ହାର ଅତି ନଗଣ୍ୟ। ଏପରି ଲିଖିତ ନିବେଦନ ବାରମ୍ବାର କରି ମଧ୍ୟ ଆବେଦନକାରୀ କର୍ମଚାରୀ କୌଣସି ସୁଫଳ ପାଇପାରୁନାହାନ୍ତି। ଅଭିଯୋଗ ଆସେ ଜଣେ ଦକ୍ଷ, ଦାୟିତ୍ୱବାନ୍‌ କର୍ମଚାରୀ ତାଙ୍କର କୌଣସି କାର୍ଯ୍ୟରେ ଅବହେଳା ନ ଥାଇ ମଧ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତି, ନେତାଙ୍କ ଆକ୍ରୋଶର ଶିକାର ହୋଇ ବାରମ୍ବାର ବଦଳି ନିର୍ଯାତନା ପାଉଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଦଳି ତାଲିକା ବଦଳି ନିୟମାବଳୀକୁ ଗୁରୁତ୍ୱ ଦିଆ ନ ଯାଇ ପ୍ରସ୍ତୁତ କରାଯାଉଛି। କିଛି କର୍ମଚାରୀ ଏପରି ବଦଳି ଆଦେଶ ପାଇବା ପାଇଁ ଅସାଧୁ ଅଧିକାରୀମାନଙ୍କୁ ବିଭିନ୍ନ ବାଟରେ ସନ୍ତୁଷ୍ଟ କରିବାକୁ ପଡ଼େ ବୋଲି କହିଥାନ୍ତି। କେତେକ କ୍ଷେତ୍ରରେ ବଦଳି ଆଦେଶକୁ ଅସ୍ତ୍ରକରି କିଛି କର୍ମଚାରୀଙ୍କୁ ତ୍ରୁଟି ନ ଥାଇ ମଧ୍ୟ ଶହ ଶହ କିଲୋମିଟର ଦୂରତ୍ୱକୁ ସ୍ଥାନାନ୍ତର କରାଯାଏ। କିଛି କର୍ମଚାରୀଙ୍କୁ ଆକ୍ରୋଶମୂଳକ ଭାବେ ବାରମ୍ବାର ବଦଳି କରି ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଥାଏ।
ଯେଉଁ କର୍ମଚାରୀମାନେ ଦୀର୍ଘଦିନ ଧରି ନିଜ ବ୍ଲକ କିମ୍ବା ଜିଲା ବାହାରେ ରହି କାମ କରୁଛନ୍ତି ସେମାନେ ଇଚ୍ଛା କରୁଥିବା ସ୍ଥାନକୁ ବଦଳି କରାଗଲେ କୌଣସି ଅସୁବିଧା ନାହିଁ। ସରକାରୀ ଚାକିରି କରୁଥିବା କର୍ମଚାରୀମାନଙ୍କ ବ୍ୟକ୍ତିଗତ, ପାରିବାରିକ, ସାମାଜିକ, ପିଲାମାନଙ୍କ ପାଠ ପଢ଼ାପଢ଼ି ସମସ୍ୟା ମଧ୍ୟ ଅଛି। ସମସ୍ତେ ସପରିବାର ନେଇ କର୍ମସ୍ଥାନରେ ରହୁନାହାନ୍ତି। ଗାଁରେ ରହୁଥିବା ବୃଦ୍ଧ ମାତାପିତାଙ୍କ ପ୍ରତି ମଧ୍ୟ ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ଅଛି। ସବୁ ଚାକିରିଆଙ୍କ ସମ୍ବଳ ନ ଥାଏ ବାହାରେ ଜାଗା କ୍ରୟକରି ଘର କରି ରହିବା। କିଛି ନିମ୍ନ ବେତନଭୋଗୀ କର୍ମଚାରୀ ଘରଭଡ଼ା ନେଇ ନିଜ ସଦର ମହକୁମାରେ ରହନ୍ତି ଏବଂ ସମୟକୁ ସମୟ ଗାଁକୁ ଆସି ନିଜ ପରିବାରର ସମସ୍ତ କଥା ବୁଝନ୍ତି। ଚାକିରି ଶେଷଆଡ଼କୁ ଯଦି କୌଣସି କର୍ମଚାରୀ ନିଜ ଗାଁ ବା ଜିଲା ପାଖକୁ ବଦଳି ହୋଇ ଆସିବା ପାଇଁ ଚାହାନ୍ତି, ତେବେ ସରକାର ଏବଂ ବିଭାଗର କର୍ତ୍ତୃପକ୍ଷ ତାଙ୍କ ପ୍ରତି ସକାରାତ୍ମକ ବିଚାର କରନ୍ତୁ। ବଦଳି ଜଣେ ଶୃଙ୍ଖଳିତ ଚାକିରିଆଙ୍କ ପାଇଁ ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ନିର୍ଯାତନାମୁକ୍ତ ହେଉ।
ଶ୍ୟାମପୁର, ଧାମନଗର, ଭଦ୍ରକ
ମୋ-୯୯୩୮୦୮୦୨୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri