ପଟ ପରିବର୍ତ୍ତନ

ତାସ ଖେଳୁଛନ୍ତି ଯଦି ପଟ ପରିବର୍ତ୍ତନ ହୋଇଗଲା, ଜାଣ ଆପଣଙ୍କ ଖରାପ ବେଳା ଆସିଗଲା। ନିଜର ଆବଶ୍ୟକତା ଥତ୍ବା ପଟ ତୁମ ବିରୋଧୀ ଖେଳାଳି ପାଖକୁ ଆସିଗଲା ମାନେ ଆପଣଙ୍କ ଅବସ୍ଥା ସାଂଘାତିକ। ଅର୍ଥ ସହ ତାସ ଖେଳୁଥତ୍ବେ ଯଦି ଆପଣ ହାରିବା ସୁନିଶ୍ଚିତ। ତାସ ଖେଳରେ ଗୋଟେ ଖଣ୍ଡ କାର୍ଡ ଜଣକୁ ଜିତାଇ ଦିଏ, ଆଉଜଣକୁ ହରାଇ ଦିଏ। ତାସ ଖଣ୍ଡର ପଟ ପରିବର୍ତ୍ତନ ହୁଏତ ମଣିଷକୁ କିଛି ସମୟ ପାଇଁ ଅସ୍ତବ୍ୟସ୍ତ କରିଦିଏ। କିନ୍ତୁ ମଣିଷର ପଟ ପରିବର୍ତ୍ତନ ସେହି ମଣିଷର ଚରିତ୍ରକୁ ଧ୍ୱସଂକରେ ଏବଂ ତାସହ ଯୋଡିହୋଇଥତ୍ବା ମଣିଷଙ୍କୁ ଯନ୍ତ୍ରଣା ଦିଏ। କେବଳ ଯନ୍ତ୍ରଣା ନୁହେଁ ପ୍ରଭୂତ କ୍ଷତି ମଧ୍ୟ ସହିବାକୁ ହୁଏ। ଆର୍ଥିକ କ୍ଷତିଠାରୁ ମାନସିକ ଆଘାତ ଆହୁରି ଗୁରୁତର ମନେହୁଏ। ସେହି ପଟ ପରିବର୍ତ୍ତନକାରୀ ଯଦି ନିଜ ମଣିଷ ହୁଅନ୍ତି ତେବେ ଦୁଃଖ ଅବର୍ଣ୍ଣନୀୟ। ଅଣ୍ଟି ଛୁରି ତଣ୍ଟିକାଟିବା ନ୍ୟାୟରେ ଯନ୍ତ୍ରଣାରୁ ଉପଶମ ମିଳିବା ସେତେଟା ସହଜ ନ ଥାଏ।
ପଟ ପରିବର୍ତ୍ତନ ଅର୍ଥ ପକ୍ଷ ପରିବର୍ତ୍ତନ। ଦିଗ ପରିବର୍ତ୍ତନ। ମାନସିକତା ପରିବର୍ତ୍ତନ। ନିଜ ସଂକଳ୍ପ ଓ ଚିନ୍ତାଧାରାର ପରିବର୍ତ୍ତନ। ମଣିଷ ନିଜ ବିଚାରବୋଧକୁ ଛାଡି ଅନ୍ୟ ଦିଗରେ ମୁହଁାଇବା। ରଙ୍ଗ ପରିବର୍ତ୍ତନ କରିବା। ମଣିଷ ସାଧାରଣତଃ ସୁବିଧା ଓ ସ୍ବାର୍ଥ ଆଧାରରେ ନିଜ ରଙ୍ଗସହ ପଟ ପରିବର୍ତ୍ତନ କରେ। ଯେଉଁଠି ସ୍ବାର୍ଥ ହାସଲର ସମ୍ଭାବନା ଥାଏ ସେଇ ପଟକୁ ଢଳିଯାଏ। କେବେ କେବେ କ୍ୱଚିତ ସମୟରେ ମଣିଷ ପରିସ୍ଥିତି ତଥା ଚାପରେ ପଡ଼ି ପଟ ପରିବର୍ତ୍ତନ କରେ। କିନ୍ତୁ ସେଇଟା ସାମୟିକ ହୋଇପାରେ, ଯଦି ସେହି ବ୍ୟକ୍ତିଜଣକ ଆପଣଙ୍କ ଅନ୍ତରଙ୍ଗ ଓ ପ୍ରକୃତ ବନ୍ଧୁ ହୋଇଥାଏ। କିନ୍ତୁ ଆଜିର ଦୁନିଆରେ ଏଭଳି ପ୍ରକୃତ ବନ୍ଧୁ ମିଳିବା ସହଜ ନୁହଁ। ସହମତିରେ ପଟ ପରିବର୍ତ୍ତନ ସାଂଘାତିକ ହୋଇଥାଏ। ଜାଣିଶୁଣି ଅନ୍ୟକୁ ଆଘାତ ଦେବାଲାଗି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ହୋଇଥତ୍ବା ପରିବର୍ତ୍ତନ ବାସ୍ତବରେ ଧୋକାବାଜମାନେ କରିପାରନ୍ତି। ଏମାନଙ୍କ ଅପକର୍ମ ଯୋଗୁ ଯୁଦ୍ଧର ଘନଘଟା ହୋଇଛି। ଜାତୀୟ ସ୍ବାର୍ଥରେ ଗୁରୁତର କ୍ଷତି ପହଁଚିଛି। ଏବେ ମଧ୍ୟ ସମାଜରେ ଏଇ କିସମର ବ୍ୟକ୍ତିଙ୍କ ଅଭାବ ନାହିଁ। ଯାବତୀୟ ଲୋଭ, ଅର୍ଥ, ସୁନ୍ଦରୀନାରୀଙ୍କ ମୋହ, ମୂଲ୍ୟବାନ ଜିନିଷ ପ୍ରାପ୍ତିରେ ମଣିଷ ନିଜ ଆଦର୍ଶକୁ ବିକି ଦେଇପାରେ। ଏମିତିକି ଦେଶର ଗୁପ୍ତ ତଥ୍ୟ ପ୍ରଦାନ କରିବାରେ ପଛଘୁଞ୍ଚା ଦିଅନ୍ତିନି।
ପଟ ପରିବର୍ତ୍ତନ କରିଥତ୍ବା ମଣିଷକୁ ଆପଣ ଚିହ୍ନିବେ କେମିତି? ଏହାବଡ଼ କଥା। ଯିଏ ପଟ ପରିବର୍ତ୍ତନ କରିବ ସେ ଆପଣଙ୍କ ସହ କଥା ହେବାକୁ ସାହସ କରି ପାରିବନି। ଆଖିକୁ ଆଖି ମିଶାଇ କଥା କହିପାରିବନି। କଥା କହିଲାବେଳେ ଥଙ୍ଗେଇବା ଆରମ୍ଭ କରିବ। ନିଜକୁ ଦୋଷୀ ଭାବିବ। ତାରି ଭିତରେ ତାର ବିବେକ ମାରିଗୋଡ଼ାଉଥତ୍ବ। ପୂର୍ବପରି ମିଳାମିଶା କରିବାକୁ ମନ କୁଳେଇବ ନାହିଁ। ମୋଟାମୋଟିଭାବେ ଆପଣଙ୍କ ନିକଟରେ ସ୍ବାଭାବିକ ହେବାକୁ ତାକୁ ଡର ଲାଗିବ। ଆପଣଙ୍କ ବିଷୟରେ ପର ନିକଟରେ ଚର୍ଚ୍ଚାକରିବ। ଯଦି ସମ୍ଭବ ହେବ ସେ ଆପଣଙ୍କ ଶତ୍ରୁଙ୍କ ନିକଟକୁ ଯିବ। ତାପରେ ଆପଣ ଦେଖିଲାଭଳି ଶତ୍ରୁଙ୍କ ସହ ଆତଯାତ ହେବ। ଏଭଳି କରିବା ଦ୍ୱାରା ଆପଣ ବୁଝିବା ଆବଶ୍ୟକ ଆପଣଙ୍କ ମିତ୍ର ଆଉ ଆପଣଙ୍କର ନୁହେଁ। ସେ ପଟ ପରିବର୍ତ୍ତନ କରିଛି। କେବଳ ପଟ ପରିବର୍ତ୍ତନ କରିନି କପଟ ଆଚରଣ ମଧ୍ୟ କରିଛି। ଦୋମୁହଁାପଣକୁ ସେ ପ୍ରଦର୍ଶିତ କରିଛି। ଏଭଳି ପଟ ପରିବର୍ତ୍ତନକାରୀଙ୍କ ପ୍ରତି ଆପଣ ବେଶି ଚିନ୍ତାକରିବା ଆବଶ୍ୟକ ନାହିଁ। ଏତିକି ମନେରଖିଥତ୍ବେ ସେମାନେ ସେଇଠି ବି ତିଷ୍ଠି ପାରିବେନି। କାରଣ ଆପଣଙ୍କ ମାନସିକତାର ବିପରୀତ ବ୍ୟକ୍ତିତ୍ୱସମ୍ପନ୍ନ ଶତ୍ରୁପକ୍ଷଙ୍କ ନିଜର ହେବା ଦ୍ୱାରା କେବେନା କେବେ ସେଇଠୁ ବି ସେ ତଡ଼ାଖାଇବ ନତୁବା ସେମାନଙ୍କୁ ବି ପ୍ରତାରିତ କରିବ। ପୁନଶ୍ଚ ପଟ ପରିବର୍ତ୍ତନ କରିବ। ସେମାନେ ଅସ୍ଥାୟୀ ଶିବିରର ମଣିଷ। ସେମାନେ ନଷ୍ଟ ବୁଦ୍ଧି, ଅପରାଧପ୍ରବଣ, ମିଥ୍ୟାଚାରୀ, ଚରିତ୍ରହୀନ, ଖଳ ପ୍ରକୃତି ସର୍ବୋପରି ଚାଟୁକାର ଶ୍ରେଣୀୟ। ଆପଣଙ୍କଠାରୁ ଦୂରେଇଗଲା ବୋଲି ଦୁଃଖକରିବା ଅପେକ୍ଷା ଆନନ୍ଦରେ ବିଭୋର ହେବା ଉଚିତ। ଜଣେ ହିତଶତ୍ରୁ ଆପଣଙ୍କ ନିକଟରୁ ଚାଲିଗଲା।
ନିଜଲୋକଙ୍କ ପଟ ପରିବର୍ତ୍ତନ ଅବଶ୍ୟ ଅସହ୍ୟଲାଗେ। ମାତ୍ର ଏହାକୁ ଜୀବନର ଆଉ ଏକ ସିଦ୍ଧାନ୍ତ ବୋଲି ଧରିବାକୁ ହେବ। ଯେଉଁମାନେ ଆପଣଙ୍କ ନିକଟରେ ରହି ସମସ୍ତ ସୁବିଧା ସୁଯୋଗ ଏବଂ ଦୁନିଆରେ ପରିଚୟ ପାଇଥତ୍ବେ ସେମାନେ ପ୍ରଥମେ ପଟ ପରିବର୍ତ୍ତନ କରିବେ। ସେମାନଙ୍କ ଭିତରେ ବଢୁଥତ୍ବା ମହତ୍‍ ଆକାଂକ୍ଷା ସେମାନଙ୍କୁ ଖରାପ ଦିଗକୁ ନେବ। ସାମାନ୍ୟ ସ୍ବାର୍ଥ ଓ ଲାଲସାରେ ସହଜରେ ବିକ୍ରିହୋଇଯିବେ ସେମାନେ। ସମାଜସହ ସେମାନଙ୍କ ସମ୍ପର୍କର ମାନେ କିଛି ନ ଥାଏ। ଚରିତ୍ର ଓ ଲଜ୍ଜାହୀନ ବ୍ୟକ୍ତିତ୍ୱମାନେ ପଟ ପରିବର୍ତ୍ତନ କରିପାରନ୍ତି ସହଜରେ। ଜଣେ ଦୁର୍ନୀତିଗ୍ରସ୍ତ ଓ ଟାଉଟର ଭାବେ ପରବର୍ତ୍ତୀ ସମୟରେ ସମାଜରେ ଗଣାହୁଅନ୍ତି ସେମାନେ।
ସାଧାରଣତଃ ରାଜନୀତିରେ ପଟ ପରିବର୍ତ୍ତନ ଦେଖାଯାଏ। କ୍ଷମତାଲୋଭରେ ଆଦର୍ଶ ଓ ନୀତି ନୈତିକତା ନ ଥତ୍ବା ରାଜନେତାମାନେ ପଟ ପରିବର୍ତ୍ତନ କରିଥାନ୍ତି। ସମୟର ଆବଶ୍ୟକତା ବୋଲି ଦ୍ୱାହିଦେଇ କ୍ଷମତା ଉପଭୋଗ କରିବାର ଇଚ୍ଛାକୁ ସାକାର କରନ୍ତି। ଆଉକିଛି ରାଜନେତା ବର୍ଷା ଯେଉଁଆଡେ ଛତା ସେଇ ଦିଗରେ ନ୍ୟାୟରେ ରାଜନୀତି କରନ୍ତି। ଭାରତୀୟ ରାଜନୀତିରେ ଏଭଳି ପଟ ପରିବର୍ତ୍ତନକାରୀଙ୍କ ଉଦାହରଣର ଅଭାବ ନାହିଁ।
ପଟ ପରିବର୍ତ୍ତନକାରୀ ସବୁବେଳେ ଆପଣଙ୍କ ପ୍ରେରଣା। ଜୀବନରେ ଅନେକ ବାସ୍ତବତାକୁ ଆପଣଙ୍କୁ ଦେଖାଏ। ମଣିଷ ଭିତରେ ଥତ୍ବା ଆଉ ଏକ ରୂପକୁ ଚିହ୍ନାଏ। ଆଜିକା ସମାଜରେ ବଞ୍ଚତ୍ବା ଲାଗି ଗୁରୁଜ୍ଞାନ ପ୍ରଦାନ କରେ। ପଟ ପରିବର୍ତ୍ତନରେ ଧକ୍କାଲାଗେ ସତ କିନ୍ତୁ ଏହା ଆପଣଙ୍କୁ ନିଜର ଓ ଦୁନିଆର ସତ୍ୟକୁ ଉନ୍ମୋଚନ କରିବାରେ ସହାୟକ ହୁଏ। ଜୀବନରେ ଅନେକ ମଣିଷ ପଟ ପରିବର୍ତ୍ତନ କରି ଦୁଃଖ ଦେବେ। ଏହାକୁ ନଗନ୍ୟ ମନେକରିବା ଉଚିତ। କାରଣ ସମୟ ଅନେକ ସମୟରେ ପଟ ପରିବର୍ତ୍ତନ କରେ। ତଥାକଥତ୍ତ ମଣିଷଙ୍କୁ ନିଃସ୍ବ ଓ ଅସହାୟକରେ। ସେତେବେଳେ ଜୀବନ ସେମାନଙ୍କୁ ଅସଲି ରଙ୍ଗ ଦେଖାଇବା ଆରମ୍ଭ କରେ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ : ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri