
ପ୍ଲାଷ୍ଟିକ ପ୍ରଦୂଷଣ ଏବେ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି ଓ ଭବିଷ୍ୟତରେ ଏହା ଜୀବଜଗତ ପ୍ରତି ଘାତକ ହେବ ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି। ଏ ଦୃଷ୍ଟିରୁ ଯେଉଁମାନେ ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ଉପଯୋଗ କରି ବ୍ୟବହାରଯୋଗ୍ୟ ତଥା ପରିବେଶ ଉପଯୋଗୀ ଜିନିଷ ତିଆରି କରୁଛନ୍ତି ସେମାନେ ବାସ୍ତବରେ ପ୍ରଶଂସାଯୋଗ୍ୟ। ଏଭଳି ଦୁଇ ଭାଇ ହେଉଛନ୍ତି ବିକାଶ କୁମାର ଓ ରାହୁଲ ବଶୁକି। ସେମାନେ ଏବେ ସୁଦ୍ଧା ୧୦୦୦ ଟନ୍ ପ୍ଲାଷ୍ଟିକ ବର୍ଜ୍ୟର ପୁନଃ ବିନିଯୋଗ କରି ଆକର୍ଷଣୀୟ ଓ ପରିବେଶ ସହନୀୟ ଜିନିଷ ତିଆରି କରୁଛନ୍ତି। ଏଥତ୍ରୁ ମାସକୁ ପାଖାପାଖତ୍ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ସେମାନେ ନିଜେ ନିର୍ମାଣ କରିଥତ୍ବା ମେଶିନରେ ଏହା କରୁଛନ୍ତି। ବିକାଶ ଆଇଆଇଟି ସ୍ନାତକୋତ୍ତର ଓ ରାହୁଲ ଏନ୍ଆଇଏଫ୍ଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ପ୍ରଥମେ ସେମାନେ ଘରକୁ ଘର ଯାଇ ବର୍ଜ୍ୟ ସଂଗ୍ରହ କରୁଥତ୍ଲେ। ସେମାନଙ୍କୁ ଲୋକେ କବାଡିବାଲା କହୁଥତ୍ଲେ ଓ ତାହାକୁ ଖାତିର ନ କରି ଦୁହେଁ ଆଗକୁ ବଢ଼ିଥତ୍ଲେ।