ନୀତିରେ ପରିବର୍ତ୍ତନ

ମୋଦି ସରକାର ଏବେ ଯୁଗ୍ମ ସଚିବ ଚୟନ ପାଇଁ ନିୟମ କୋହଳ କରିଛନ୍ତି। ଅଧିକ ଆଇଏଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଦାୟିତ୍ୱ ନେବା ଲାଗି ଉତ୍ସାହିତ କରିବା ସକାଶେ ଏହା କରାଯାଇଛି। ତେବେ ସମୟ ସବୁ କିଛି ସ୍ପଷ୍ଟ କରୁଛି। କେନ୍ଦ୍ରରେ ୧୪୬୯ ଆଇଏଏସ୍‌ ଅଧିକାରୀ ଆବଶ୍ୟକ ଥିବାବେଳେ ୨୦୨୩ ସୁଦ୍ଧା ମାତ୍ର ୪୪୨ ଅଧିକାରୀ ଥିଲେ। ଏହା ଏକ ବିରାଟ ଅନ୍ତର। ପରିବର୍ତ୍ତିତ ନିୟମ ଅନୁଯାୟୀ, କେନ୍ଦ୍ରରେ ଅଣ୍ଡର-ସେକ୍ରେଟାରୀ ଭାବେ ଯେଉଁମାନେ ଦୁଇବର୍ଷ କାମ କରିଛନ୍ତି ସେମାନଙ୍କୁ ଯୁଗ୍ମ ସଚିବ ପଦବୀକୁ ପଦୋନ୍ନତି ଦିଆଯିବ। ପୂର୍ବ ନିୟମ ଅନୁଯାୟୀ ଏହି ପଦବୀ ପାଇଁ ଜଣଙ୍କୁ ପ୍ରଥମେ ନିର୍ଦ୍ଦେଶକ କିମ୍ବା ଉପ ସଚିବ ହେବାକୁ ପଡ଼ୁଥିଲା। ଏହିି ପଦକ୍ଷେପ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ବଢ଼ାଇଛି। ପରିବର୍ତ୍ତିତ ନିୟମ ଅଧିକାରୀମାନଙ୍କୁ ଆରାମଦାୟକ ଜିଲା ଡିଏମ୍‌ ପଦବୀରେ ରହିବା କିମ୍ବା କେନ୍ଦ୍ରକୁ ଯିବା ପାଇଁ ବାଧ୍ୟ କରେ। ଜଣେ ଅଧିକାରୀ ଉପହାସ ଛଳରେ କହିଛନ୍ତି, ଏହା ‘କର ବା ମର’ ଭଳି ସ୍ଥିତି। ଯଦି ତୁମେ ଏବେ କେନ୍ଦ୍ର ପଦବୀକୁ ହାତଛଡ଼ା କରିବ, ତେବେ ତୁମ ହାତରୁ ସବୁଦିନ ପାଇଁ ଯୁଗ୍ମ ସଚିବ ପଦବୀ ଚାଲିଯିବ। ଅନେକ ପର୍ଯ୍ୟବେକ୍ଷକ କହନ୍ତି, ଅଣ୍ଡର ସେକ୍ରେଟାରୀ ସ୍ତରକୁ ଯିବାରେ ସାମାନ୍ୟ ଲାଭ ଅଛି। କିନ୍ତୁ ସ୍ଥାନୀୟ ଅଧିକାରୀରୁ ନର୍ଥବ୍ଲକ୍‌ରେ ଗୁରୁତ୍ୱହୀନ ପଦବୀକୁ ଯିବାକୁ ଜଣେ କାହିଁକି ଚାହଁିବ? ଏହି ପଦକ୍ଷେପ କେନ୍ଦ୍ରରେ ଆଇଏଏସ୍‌ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରିବ ନାହିଁ। ଅନେକ ସମୟରେ ବାବୁମାନଙ୍କୁ ସେମାନଙ୍କ ରାଜ୍ୟ ରିଲିଭ୍‌ କରିବାକୁ ଅମଙ୍ଗ ହୋଇଥାନ୍ତି। ନିୟମ ପରିବର୍ତ୍ତନ ଆମୂଳଚୂଳ ପରିଚାଳନାର ସଙ୍କେତ ଦେଉଛି। କାର୍ଯ୍ୟରେ ସକ୍ରିୟତା ଆଣିବାକୁ କେନ୍ଦ୍ର ଚାହଁୁଥିବା ବେଳେ ରାଜ୍ୟଗୁଡ଼ିକ ସେମାନଙ୍କ ଅଧିକାର ଜାରି ରଖିବାକୁ ଚାହାନ୍ତି। କେବଳ ମଝିରେ ଅଧିକାରୀ ଜଣେ ଫସି ରହନ୍ତି କିମ୍ବା ଜଟିଳ ସମସ୍ୟାରେ ପଡ଼ନ୍ତି। ନୀତିରେ ପରିବର୍ତ୍ତନ ହେଉଛି ଏକ ପଦକ୍ଷେପ, କିନ୍ତୁ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ଯଥେଷ୍ଟ ହୋଇ ନ ପାରେ।
କାନ୍ତଙ୍କ କାର୍ଯ୍ୟକାଳ
ଚାରି ଦଶନ୍ଧି ଧରି ସିଭିଲ ସର୍ଭିସରେ ସେବା ଯୋଗାଇଥିବା ଅମିତାଭ କାନ୍ତ ନୀତି ଆୟୋଗର ସିଇଓ ଥିଲେ। ସେ ୨୦୨୨ରୁ ଭାରତର ଜି୨୦ର ଶେର୍‌ପା ବା ମାର୍ଗଦର୍ଶକ ଭାବେ ଦାୟିତ୍ୱ ତୁଲାଇବା ପରେ ପଦତ୍ୟାଗ କରି ତାଙ୍କର ୪୫ ବର୍ଷର ଦୀର୍ଘ ଉଲ୍ଲେଖନୀୟ କାର୍ଯ୍ୟକାଳ ଏହିଠାରେ ଶେଷ ହେଲା ବୋଲି ସୂଚିତ କରିଛନ୍ତି। ଦେଖିବାକୁ ଗଲେ ଅଳ୍ପ କେତେଜଣ ଅଧିକାରୀ ଲଗାତର ଭାବେ ଠିକ୍‌ ସ୍ଥାନରେ, ଠିକ୍‌ ସମୟରେ ଉଚିତ କ୍ଷମତା କେନ୍ଦ୍ରରେ ରହିଆସିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ହାଇ ପ୍ରୋଫାଇଲ୍‌ କାର୍ଯ୍ୟକ୍ରମ ୨୦୨୩ ଜି୨୦ ସମ୍ମିଳନୀ ସଞ୍ଚାଳନରେ ଶେର୍‌ପା ଭାବେ ଦେଶକୁ ସାହାଯ୍ୟ କରିଥିଲେ। ଜଳବାୟୁ ଓ ବିକାଶ ଉପରେ ସହମତି ଆଣିବାଠାରୁ ଆରମ୍ଭ କରି ଭୂ-ରାଜନୈତିକ ଜଟିଳତା ମଧ୍ୟରେ ଚତୁରତାର ସହ ଚାଲିବା ପର୍ଯ୍ୟନ୍ତ, ଅନେକ ଗମ୍ଭୀର ତଥା ପୁରୁଣା ବୁଝାମଣା ଶୈଳୀକୁ ପ୍ରତିପାଦିତ କରିଥିଲେ; ଯାହା ଲାଭଦାୟକ ହୋଇଥିଲା। ତାଙ୍କ କାର୍ଯ୍ୟକାଳ କେବଳ ଭାଷଣରେ ସୀମିତ ନ ଥିଲା, ତାହା ଫଳପ୍ରଦ ଥିଲା। ଶେର୍‌ପା କାର୍ଯ୍ୟକାଳ ପୂର୍ବରୁ ସେ ନୀତି ଆୟୋଗର ସିଇଓ ଥିଲେ ଏବଂ ଭାରତର ଷ୍ଟାର୍ଟଅପ୍‌, ନୂତନତ୍ୱରେ ଭାରତର ମିଶନର ସେ ଥିଲେ ଆଦ୍ୟ ପ୍ରଣେତା। ତାଙ୍କ ନୀତିର ସ୍ବର ବେଳେବେଳେ ଅମଲାତନ୍ତ୍ରୀଙ୍କ ବିବାଦକୁ ଥମାଇ ଦେଉପାରୁଥିଲା। ଏବେ ଆଗକୁ ପ୍ରି ଏଣ୍ଟରପ୍ରାଇଜେସ, ଷ୍ଟାର୍ଟଅପ୍‌ ଓ ଥିଙ୍କ୍‌ଟ୍ୟାଙ୍କ୍‌ଗୁଡ଼ିକୁ ସହଯୋଗ କରିବେ ବୋଲି ସଙ୍କେତ ଦେଇଛନ୍ତି। ଆଶା କରାଯାଏ, ଏହି ସଂସ୍ଥାଗୁଡ଼ିକୁ ଫାଇଲ ମଧ୍ୟରେ ଚାପି ନ ରଖି ସେ ଆଗକୁ ତାଙ୍କ ଦକ୍ଷତା ବଳରେ ବୃହତ୍‌ ଯୋଜନା କରିବେ। ସେ ସଫଳ ହେବେ କି ନାହିଁ ତାହା ଆଗକୁ ଜଣାପଡ଼ିବ।
ସ୍ଥାନାନ୍ତର ଆରମ୍ଭ
ସେଣ୍ଟ୍ରାଲ ଭିଷ୍ଟା ଜୋନ୍‌ରେ ଥିବା ତିନୋଟି ନୂଆ ଟାଓ୍ବାର ମନ୍ତ୍ରଣାଳୟଗୁଡ଼ିକ ପାଇଁ ପୂରା ପ୍ରସ୍ତୁତ। ପାଇଲ (ଫୁଲକୁଣ୍ଡ) ଏବଂ ପ୍ୟାକ କରି କମନ୍‌ ସେଣ୍ଟ୍ରାଲ ସେକ୍ରେଟାରିଆଟ୍‌କୁ ଯିବାକୁ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି। ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଓଏଚ୍‌ୟୁଏ) ତା’କାମ ଆରମ୍ଭ କରିଦେଇଛି। ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି। ସରକାରୀ ବିଭାଗଗୁଡ଼ିକ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଖରାପ ଓ ଗହଳିଆ ବିଲ୍ଡିଂରେ ଖେଳାଇ ହୋଇ ରହିଥିଲେ। ସେଗୁଡ଼ିକୁ ଗୋଟିଏ ଜାଗାକୁ ଆଣିଲେ ସମନ୍ବୟ ବଢ଼ିବ। ଜାଲିଆତି ବା ନକଲି କାର୍ଯ୍ୟ କମିବ ଓ ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ କାଗଜପତ୍ର ନେବା ଆଣିବାରେ କିଛି ଅର୍ଥ ବି ବଞ୍ଚାଯାଇପାରିବ। କିନ୍ତୁ ଶାସନ କୌଣସି ଭୌଗୋଳିକ ବିଷୟ ନୁହେଁ, ଗୋଟିଏ ନୂଆ ବିଲ୍ଡିଂକୁ ଗଲେ ବିଳମ୍ବ ଏବଂ ବିବାଦ ସଂସ୍କୃତିର ସମାଧାନ ହେବ ନାହିଁ କିମ୍ବା ଉତ୍ପାଦକତାକୁ କାଗଜ କଲମରେ ମାପିବାର ତଥାକଥିତ ପ୍ରବୃତ୍ତିକୁ ଦୂରେଇ ହେବ ନାହିଁ। ମୋଦି ସରକାରଙ୍କ ଦ୍ୱାରା ନିର୍ମିତ ସେଣ୍ଟ୍ରାଲ ଭିଷ୍ଟା ହେଉଛି ଆକାଂକ୍ଷୀ ଭାରତ ପାଇଁ ଏକ ଦୃଶ୍ୟମାନ ସଙ୍କେତ। ବିଲ୍ଡିଂଗୁଡ଼ିକ ସ୍ବଚ୍ଛତା ରକ୍ଷା କରିବ ବୋଲି ମନେହେଉଛି। ଅମଲାତନ୍ତ୍ରୀଙ୍କ ମାନସିକତା ତାହାକୁ ଅନୁସରଣ କରିବେ କି ନାହିଁ ତାହା ହିଁ ସମସ୍ୟା। ଆସନ୍ତୁ ସରକାରଙ୍କ ପଦକ୍ଷେପକୁ ସ୍ବାଗତ କରିବା। ଏହା ଏକ ସ୍ବଚ୍ଛ, କେନ୍ଦ୍ରୀକୃତ ତଥା ଅନେକ ଦିନର ବିଳମ୍ବିତ କାର୍ଯ୍ୟକୁ ପୂରଣ କରିବାର ପଦକ୍ଷେପ। କିନ୍ତୁ କେଉଁଠି କର୍ମଚାରୀମାନେ ବସିବେ ତାହା ଉପରେ ଶାସନର ସୁଧାର ନିର୍ଭର କରେ ନାହିଁ; ତାହା ସେମାନଙ୍କ ଭାବନା, ବିଚାର ଓ ସମନ୍ବୟ ଉପରେ ନିର୍ଭର କରେ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri