Posted inଜାତୀୟ

ଚନ୍ଦ୍ରବାବୁ ସବୁଠୁ ଧନୀ, ମମତା ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୩୧।୧୨ (ପି.ଟି.):ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ୯୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ସୋମବାର ନିର୍ବାଚନରେ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ସଙ୍ଗଠନ ଆସୋସିଏଶନ ଅଫ୍‌ ଡେମୋକ୍ରାଟିକ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତର ୩୧ ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ ସମ୍ପତ୍ତି ୧,୬୩୦ କୋଟି ହୋଇଥିବା ଏହି ରିପୋର୍ଟ କହିଛି। ଭାରତରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ଆୟ ଦେଶର ମୁଣ୍ଡପିଛା ଆୟର ୭.୩ ଗୁଣା ରହିଛି। ୩୩୨ କୋଟିର ସମ୍ପତ୍ତି ସହ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ହେଉଛନ୍ତି ଦେଶର ଦ୍ୱିତୀୟ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ସେହିପରି ୫୧ କୋଟିର ସମ୍ପତ୍ତି ସହ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମୈୟା ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ, ୫୫ ଲକ୍ଷର ସମ୍ପତ୍ତି ସହ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଶର ଦ୍ୱିତୀୟ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୧.୧୮ କୋଟିର ସମ୍ପତ୍ତି ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଦେଶର ୧୩(୪୨%) ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୦ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଆପରାଧିକ ଧମକ ଏବଂ ଲାଞ୍ଚ ଆଦି ଗମ୍ଭୀର ଆପରାଧିକ ମାମଲା ରହିଥିବା ଏଡିଆର୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମ୍ୟାନ ଅଫ ଦି ସିରିଜ’ ବିବେଚିତ ହେବା ପରେ ହୃଦୟସ୍ପର୍ଶୀ ବୟାନ ଦେଇ ମନ କିଣିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୭।୭: ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତର ତିକ୍ତ ସ୍ମୃତିକୁ ପଛରେ ପକାଇ, ଟିମ ଇଣ୍ଡିଆ ଜିମ୍ବାୱେରେ ବିଜୟୀ ହୋଇଥିଲା। ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ…

ସଂସଦରେ ପହଞ୍ଚିବା ପରେ ହଠାତ୍‌ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘଟିଲା ଏମିତି, ଯାହା କେବେ ସେ ଭାବିନଥିଲେ…

ନୂଆଦିଲ୍ଲୀ, ୨୭॥୭: ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଦାବି କରି ଦେଶବ୍ୟାପୀ ଚାଲିଥିବା କକ୍ରୋଚ ଜନତା ପାର୍ଟିର ଛାତ୍ର ଆନ୍ଦୋଳନ ନିକଟରେ ଶେଷ ହୋଇଛି। ଏହି ଆନ୍ଦୋଳନ NEET-UG…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ: କହିଲେ-ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି…

ଭୁବନେଶ୍ୱର, ୨୭।୭: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ…

ଅଭିଜିତ ଦୀପକେ କରିବେ ବିବାହ! ଆସିଲା ପ୍ରସ୍ତାବ, ମାଆ କହିଲେ-‘ମୋତେ ଏମିତି ବୋହୂ ଦରକାର’

ନୂଆଦିଲ୍ଲୀ, ୨୭॥୭: କକ୍ରୋଚ ଜନତା ପାର୍ଟି (CJP)ର ନେତୃତ୍ୱରେ ଜନ୍ତରମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ସମାପ୍ତ ହୋଇଯାଇଛି। ସିଜେପି (CJP)ର ଏହି…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ଗାଦିଚ୍ୟୁତ ହେବେ ଭାଜପା ସରକାର! CJP ପରେ ମୁଣ୍ଡ ଟେକିଲାଣି RHA; ୩୫ ଲକ୍ଷ ଫଲୋୟର୍ସ, E20 ଜନତା ପାର୍ଟି ବି ଦେଲାଣି ଟେନସନ

ନୂଆଦିଲ୍ଲୀ,୨୭।୭: ‘କକ୍ରୋଚ ଜନତା ପାର୍ଟି’ (CJP) ସୋସିଆଲ ମିଡିଆ – ବିଶେଷକରି ଇନଷ୍ଟାଗ୍ରାମ – ମାଧ୍ୟମରେ ଏତେ ବଡ଼ ପ୍ରତିବାଦ କରିଥିଲା ଯେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷାମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri