ସାବଧାନ! ଚନ୍ଦ୍ରଗ୍ରହଣ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ’ଣ କରିବା ଶୁଭ…

ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ବର୍ଷର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ରଗ୍ରହଣ ପଡ଼ିବାକୁ ଯାଉଛି। ଅନେକ ବର୍ଷ ପରେ ଏଭଳି ସଂଯୋଗ ସୃଷ୍ଟି ହୋଇଛି ଯେଉଁଥିରେ ସୂର୍ଯ୍ୟଗ୍ରହଣର ୧୫ ଦିନ ମଧ୍ୟରେ ଚନ୍ଦ୍ରଗ୍ରହଣ ଲାଗୁଛି। ଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଅବଧି ଆରମ୍ଭ ହୁଏ। ଏହି ସମୟରେ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ କରିବା ନିଷେଧ। ଏଥିସହ ଭ୍ରମଣ, ଭୋଜନ ଏବଂ ରାନ୍ଧିବାକୁ ନିଷେଧ କରାଯାଇଥାଏ। ଆସନ୍ତୁ ଜାଣିବା ଗ୍ରହଣ ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚନ୍ଦ୍ରଗହଣ ନଭେମ୍ବର ୮ ମଙ୍ଗଳବାର ପଡ଼ୁଛି। ଅପରାହ୍ନ ୫.୩୨ରୁ ଆରମ୍ଭ ହୋଇ ଏହା ୬.୧୮ରେ ଶେଷ ହେବ। ଏହାର ସମୁଦାୟ ଅବଧି ୪୬ ମିନିଟ୍‌ ରହିବ। ଅନେକ ସ୍ଥାନରେ ଏଥିରେ ପରିବର୍ତ୍ତନ ହୋଇପାରେ।

ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ ନାହିଁ।
-ଏହି ସମୟରେ ସମସ୍ତ ଶୁଭ ଏବଂ ମାଙ୍ଗଳିବ କାର୍ଯ୍ୟ କରିବା ନିଷେଧ। ଏଥିଲାଗି କୌଣସି ଶୁଭ କାର୍ଯ୍ୟର ଆୟୋଜନ କରନ୍ତୁ ନାହିଁ।
-ଏହି ସମୟରେ ମନ୍ଦିରର କବାଟ ବନ୍ଦ କରନ୍ତୁ। କାରଣ ଏହି ସମୟରେ ପୂଜା ନିଷେଧ।
-ଗର୍ଭବତୀ ହୋଇଥିେ ଘରୁ ବାହାରକୁ ଆସନ୍ତୁ ନାହିଁ। ନଚେତ ଗର୍ଭସ୍ଥ ସନ୍ତାନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
-ଗର୍ଭବତୀ ମହିଳାମାନେ ମଧ୍ୟ ଗ୍ରହଣ ସମୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।
-ଏହି ସମୟରେ ଶୋଇବା ନିଷେଧ ବୋଲି କୁହାଯାଏ। ହେଲେ ପିଲା, ବୃଦ୍ଧା ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଏହା ଲାଗୁ ନୁହେଁ।

ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ?
-ଚନ୍ଦ୍ରଗ୍ରହଣ ସୂତକ କାଳ ଆରମ୍ଭ ହେବା ପୂର୍ବରୁ କିଛି ତୁଳସୀ ଛିଡ଼ାଇ ପାଖରେ ରଖନ୍ତୁ। ପରେ ଏହା କରିବା ଅନୁୁୁୁଚିତ।
-ଖାଇବା-ପିଇବା ସାମଗ୍ରୀରେ ତୁଳସୀ ପକାଇ ରଖନ୍ତୁ। ଏହା ଗ୍ରହଣର ନକରାତ୍ମକ ପ୍ରଭାବ ପକାଇବ ନାହିଁ।
-ନିର୍ଜନ ସ୍ଥାନରେ ବସନ୍ତୁ। ଭଗବାନ ଶିବଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
-ଗ୍ରହଣ ସମୟରେ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ।
-ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଗଙ୍ଗାଜଳରେ ସ୍ନାନ କରନ୍ତୁ
-ମନ୍ଦିର କବାଟ ଖୋଲନ୍ତୁ। ସମସ୍ତ ଦେବତାଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri