ସାବଧାନ! ଚନ୍ଦ୍ରଗ୍ରହଣ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ଜାଣନ୍ତୁ କ’ଣ କରିବା ଶୁଭ…

ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ବର୍ଷର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ରଗ୍ରହଣ ପଡ଼ିବାକୁ ଯାଉଛି। ଅନେକ ବର୍ଷ ପରେ ଏଭଳି ସଂଯୋଗ ସୃଷ୍ଟି ହୋଇଛି ଯେଉଁଥିରେ ସୂର୍ଯ୍ୟଗ୍ରହଣର ୧୫ ଦିନ ମଧ୍ୟରେ ଚନ୍ଦ୍ରଗ୍ରହଣ ଲାଗୁଛି। ଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ କାଳ ଅବଧି ଆରମ୍ଭ ହୁଏ। ଏହି ସମୟରେ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ କରିବା ନିଷେଧ। ଏଥିସହ ଭ୍ରମଣ, ଭୋଜନ ଏବଂ ରାନ୍ଧିବାକୁ ନିଷେଧ କରାଯାଇଥାଏ। ଆସନ୍ତୁ ଜାଣିବା ଗ୍ରହଣ ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚନ୍ଦ୍ରଗହଣ ନଭେମ୍ବର ୮ ମଙ୍ଗଳବାର ପଡ଼ୁଛି। ଅପରାହ୍ନ ୫.୩୨ରୁ ଆରମ୍ଭ ହୋଇ ଏହା ୬.୧୮ରେ ଶେଷ ହେବ। ଏହାର ସମୁଦାୟ ଅବଧି ୪୬ ମିନିଟ୍‌ ରହିବ। ଅନେକ ସ୍ଥାନରେ ଏଥିରେ ପରିବର୍ତ୍ତନ ହୋଇପାରେ।

ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ ନାହିଁ।
-ଏହି ସମୟରେ ସମସ୍ତ ଶୁଭ ଏବଂ ମାଙ୍ଗଳିବ କାର୍ଯ୍ୟ କରିବା ନିଷେଧ। ଏଥିଲାଗି କୌଣସି ଶୁଭ କାର୍ଯ୍ୟର ଆୟୋଜନ କରନ୍ତୁ ନାହିଁ।
-ଏହି ସମୟରେ ମନ୍ଦିରର କବାଟ ବନ୍ଦ କରନ୍ତୁ। କାରଣ ଏହି ସମୟରେ ପୂଜା ନିଷେଧ।
-ଗର୍ଭବତୀ ହୋଇଥିେ ଘରୁ ବାହାରକୁ ଆସନ୍ତୁ ନାହିଁ। ନଚେତ ଗର୍ଭସ୍ଥ ସନ୍ତାନ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
-ଗର୍ଭବତୀ ମହିଳାମାନେ ମଧ୍ୟ ଗ୍ରହଣ ସମୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ଉଚିତ ନୁହେଁ।
-ଏହି ସମୟରେ ଶୋଇବା ନିଷେଧ ବୋଲି କୁହାଯାଏ। ହେଲେ ପିଲା, ବୃଦ୍ଧା ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଏହା ଲାଗୁ ନୁହେଁ।

ଚନ୍ଦ୍ରଗ୍ରହଣ ସମୟରେ କ’ଣ କରିବେ?
-ଚନ୍ଦ୍ରଗ୍ରହଣ ସୂତକ କାଳ ଆରମ୍ଭ ହେବା ପୂର୍ବରୁ କିଛି ତୁଳସୀ ଛିଡ଼ାଇ ପାଖରେ ରଖନ୍ତୁ। ପରେ ଏହା କରିବା ଅନୁୁୁୁଚିତ।
-ଖାଇବା-ପିଇବା ସାମଗ୍ରୀରେ ତୁଳସୀ ପକାଇ ରଖନ୍ତୁ। ଏହା ଗ୍ରହଣର ନକରାତ୍ମକ ପ୍ରଭାବ ପକାଇବ ନାହିଁ।
-ନିର୍ଜନ ସ୍ଥାନରେ ବସନ୍ତୁ। ଭଗବାନ ଶିବଙ୍କ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ।
-ଗ୍ରହଣ ସମୟରେ ଦାନ କରିବା ଶୁଭ ବୋଲି ବିବେଚନା କରାଯାଏ।
-ଚନ୍ଦ୍ରଗ୍ରହଣ ସମାପ୍ତ ହେବା ପରେ ଗଙ୍ଗାଜଳରେ ସ୍ନାନ କରନ୍ତୁ
-ମନ୍ଦିର କବାଟ ଖୋଲନ୍ତୁ। ସମସ୍ତ ଦେବତାଙ୍କୁ ଗଙ୍ଗାଜଳରେ ସ୍ନାନ କରାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri