Posted inଜାତୀୟ

ନନ୍ଦିଗ୍ରାମରେ ଚଣ୍ଡୀପାଠ

କୋଲକାତା,୧୦ା୩: ମୁଁ ମଧ୍ୟ ଜଣେ ହିନ୍ଦୁ। ମୁଁ ପ୍ରତିଦିନ ଚଣ୍ଡୀପାଠ କରେ ବୋଲି ମଙ୍ଗଳବାର ଭାଜପାକୁ ବିଭାଜନବାଦୀ ରାଜନୀତି ନ କରିବାକୁ ଚେତାବନୀ ଦେଇଛନ୍ତି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ। ୭୦-୩୦ ଅନୁପାତ କଥା କହୁଥିବା ଲୋକେ ପବିତ୍ର ନନ୍ଦିଗ୍ରାମ ଆନ୍ଦୋଳନକୁ ଅପମାନିତ କରିଛନ୍ତି। କାରଣ ଏହି ଆନ୍ଦୋଳନକୁ ଉଭୟ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ଲଢ଼ିଥିଲେ ବୋଲି ମମତା କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ‘ମିଶନ ନନ୍ଦିଗ୍ରାମ’ ଆରମ୍ଭ କରିଛନ୍ତି। ବୁଧବାର ହଳଦିଆରେ ନାମାଙ୍କନପତ୍ର ଦାଖଲ କରିବାର ଦିନକ ପୂର୍ବରୁ ନନ୍ଦିଗ୍ରାମରେ ଟିଏମ୍‌ସି କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ମଧ୍ୟ ହିନ୍ଦୁ ପରିବାରର ଝିଅ। ମୋ ସହିତ ଭାଜପା ହିନ୍ଦୁ କାର୍ଡ ନ ଖେଳୁ। ଜଣେ ଭଲ ହିନ୍ଦୁ ହେବା ପାଇଁ କ’ଣ ଦରକାର ସେମାନେ ଜାଣିଛନ୍ତି କି? ହିନ୍ଦୁଧର୍ମ ସବୁ ସମ୍ପ୍ରଦାୟକୁ ସମ୍ମାନ ଦେବା ଶିଖାଏ। ଭାଜପା ବାରମ୍ବାର ୭୦-୩୦ ଅନୁପାତ କଥା କହୁଛି। କିନ୍ତୁ ଏଠାରେ ବିଭାଜନବାଦୀ ରାଜନୀତି ଚାଲିବ ନାହିଁ। ଘରୁ ପଦାକୁ ବାହାରିବା ପୂର୍ବରୁ ମୁଁ ଚଣ୍ଡୀପାଠ କରିଥାଏ ବୋଲି ମମତା କଡ଼ା ଜବାବ ଦେଇଛନ୍ତି।
ସହଯୋଗୀ ତଥା ବର୍ତ୍ତମାନର ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା ନେଇ ଘୋଷଣା କରିବା ପରେ ଏହା ହେଉଛି ମମତାଙ୍କ ପ୍ରଥମ କର୍ମୀ ସମ୍ମିଳନୀ। ଟିଏମ୍‌ସି କ୍ୟାଡରମାନଙ୍କୁ ସମ୍ବୋଧନ ବେଳେ ମମତା ଚଣ୍ଡୀପାଠର ଶ୍ଳୋକ ଆବୃତ୍ତି କରିଥିଲେ। ତାଙ୍କ ସରକାର ସଂଖ୍ୟାଲଘୁଙ୍କ ତୁଷ୍ଟୀକରଣରେ ଲାଗିଛି ବୋଲି ଭାଜପା ଅଭିଯୋଗ ଆଣୁଥିବାବେଳେ ହିନ୍ଦୁ ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମମତା ଏପରି କରିଥିବା କୁହାଯାଉଛି। ପଶ୍ଚିମବଙ୍ଗର ୨୯୪ ଆସନ ପାଇଁ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବ। ରାଜ୍ୟର ମୋଟ ଜନସଂଖ୍ୟାର ୩୦% ସଂଖ୍ୟାଲଘୁ ହୋଇଥିବାବେଳେ ନନ୍ଦିଗ୍ରାମରେ ମୁସଲିମ୍‌ ଭୋଟରଙ୍କ ସଂଖ୍ୟା ୪୦%।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri