ଚାନ୍ଦି ଭଣ୍ଡାରର ‘ପାର୍ଟି ଏଡିଟ୍‌’ ସମ୍ଭାର

ଭୁବନେଶ୍ୱର,୨୫।୧୨: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ପାର୍ଟି କଲେକ୍ସନ ‘ପାର୍ଟି ଏଡିଟ୍‌’ର ବ୍ୟାପକ ସମ୍ଭାରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ନବ ବର୍ଷର ଆଗମନ ପୂର୍ବରୁ ଏହି କଲେକ୍ସନକୁ ବଜାର ପ୍ରବେଶ କରାଇବା ସହ ସେଲିବ୍ରେଶନ ୱାଡ୍ରୋବ୍‌ରେ ଗା୍ଲମର ଟଚ୍‌ ଯୋଡ଼ିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ଆଶା କରାଯାଉଛି। ସେହିଭଳି ଅତି ଯତ୍ନର ସହ ପ୍ରସ୍ତୁତ ଗହଣା ପିସ୍‌ର ଏହି ଆକର୍ଷଣୀୟ କଲେକ୍ସନ ସହିତ ଚାନ୍ଦି ଭଣ୍ଡାର ନୂଆ ବର୍ଷ ସେଲିବ୍ରେଶନ୍‌ରେ ଉତ୍ସାହ ଭରି ଦେଇଛି। ଏପରିକି ୯୨.୫% ଶୁଦ୍ଧ ଷ୍ଟର୍ଲିଂ ସିଲ୍‌ଭରରେ ଜିର୍‌କନ ଖଚିତ ଗହଣାଗୁଡ଼ିକ ଅତ୍ୟନ୍ତ ଷ୍ଟାଇଲିସ୍‌ ଭାବେ ପ୍ରସ୍ତୁତ କରାଯାଇଛି। ବିଶେଷ କରି ନାଇଟ୍‌ ପାର୍ଟି କିମ୍ବା ସ୍ବତନ୍ତ୍ର ତଥା ଫେଷ୍ଟିଭ୍‌ ଅବସରରେ ଫ୍ୟାଶନେବଲ୍‌ ଦେଖାଯିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହି ଷ୍ଟାଇଲିସ୍‌ ଗହଣାଗୁଡ଼ିକ ସର୍ବୋତ୍ତମ ହୋଇଥିବାବେଳେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉକ୍ତ ଗହଣା ସମ୍ଭାର ବେଶ୍‌ ସହାୟକ ହେବ। ସେହିପରି ଓଡ଼ିଶାର ଲୋକପ୍ରିୟ ୧୦ଜଣ କଳାକାରଙ୍କୁ ନେଇ ଚାନ୍ଦି ଭଣ୍ଡାର ‘ପାର୍ଟି ଏଡିଟ୍‌’ ବିଜ୍ଞାପନ କ୍ୟାମ୍ପେନ ମଧ୍ୟ ପ୍ରସ୍ତୁତ କରିଛି, ଉକ୍ତ କ୍ୟାମ୍ପେନ୍‌ରେ ‘ପାର୍ଟି ଏଡିଟ୍‌’ ଏବଂ ‘ଆମୋଘ’ ଗହଣା କଲେକ୍ସନ ପିନ୍ଧି ଉକ୍ତ ପ୍ରେରଣାଦାୟୀ କଳାକାରମାନେ ଷ୍ଟାଇଲ୍‌ ସହିତ ନୂଆ ଆରମ୍ଭକୁ ଦର୍ଶାଉଛନ୍ତି। ଏଥିସହିତ ମନୋରଞ୍ଜନ ଶିଳ୍ପର ଗ୍ଲାମର ଏବଂ ଚାନ୍ଦି ଭଣ୍ଡାର କ୍ରିଏସନ୍‌ର ଶୋଭା ଏକତ୍ରିତ ହୋଇଛି।
ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ନବ ବର୍ଷ ସେଲିବ୍ରେଶନ୍‌ର ଉତ୍ସାହକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଆଣିଛି। ଉକ୍ତ ଅଫର ୨୦୨୪ ଜାନୁୟାରୀ ୧ ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାରରେ ଉପଲବ୍ଧ। ଏପରିକି ଗ୍ରାହକମାନେ ରୁପା ଗହଣା ଏବଂ ଆର୍ଟିଫାକ୍ଟ୍‌ସର ଗଢ଼ାମଜୁରି ଉପରେ ୨୦% ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri