ଚାନ୍ଦି ଭଣ୍ଡାରର ‘ପାର୍ଟି ଏଡିଟ୍‌’ ସମ୍ଭାର

ଭୁବନେଶ୍ୱର,୨୫।୧୨: ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ପାର୍ଟି କଲେକ୍ସନ ‘ପାର୍ଟି ଏଡିଟ୍‌’ର ବ୍ୟାପକ ସମ୍ଭାରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି ନବ ବର୍ଷର ଆଗମନ ପୂର୍ବରୁ ଏହି କଲେକ୍ସନକୁ ବଜାର ପ୍ରବେଶ କରାଇବା ସହ ସେଲିବ୍ରେଶନ ୱାଡ୍ରୋବ୍‌ରେ ଗା୍ଲମର ଟଚ୍‌ ଯୋଡ଼ିବ ବୋଲି ପ୍ରତିଷ୍ଠାନ ପକ୍ଷରୁ ଆଶା କରାଯାଉଛି। ସେହିଭଳି ଅତି ଯତ୍ନର ସହ ପ୍ରସ୍ତୁତ ଗହଣା ପିସ୍‌ର ଏହି ଆକର୍ଷଣୀୟ କଲେକ୍ସନ ସହିତ ଚାନ୍ଦି ଭଣ୍ଡାର ନୂଆ ବର୍ଷ ସେଲିବ୍ରେଶନ୍‌ରେ ଉତ୍ସାହ ଭରି ଦେଇଛି। ଏପରିକି ୯୨.୫% ଶୁଦ୍ଧ ଷ୍ଟର୍ଲିଂ ସିଲ୍‌ଭରରେ ଜିର୍‌କନ ଖଚିତ ଗହଣାଗୁଡ଼ିକ ଅତ୍ୟନ୍ତ ଷ୍ଟାଇଲିସ୍‌ ଭାବେ ପ୍ରସ୍ତୁତ କରାଯାଇଛି। ବିଶେଷ କରି ନାଇଟ୍‌ ପାର୍ଟି କିମ୍ବା ସ୍ବତନ୍ତ୍ର ତଥା ଫେଷ୍ଟିଭ୍‌ ଅବସରରେ ଫ୍ୟାଶନେବଲ୍‌ ଦେଖାଯିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହି ଷ୍ଟାଇଲିସ୍‌ ଗହଣାଗୁଡ଼ିକ ସର୍ବୋତ୍ତମ ହୋଇଥିବାବେଳେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଉକ୍ତ ଗହଣା ସମ୍ଭାର ବେଶ୍‌ ସହାୟକ ହେବ। ସେହିପରି ଓଡ଼ିଶାର ଲୋକପ୍ରିୟ ୧୦ଜଣ କଳାକାରଙ୍କୁ ନେଇ ଚାନ୍ଦି ଭଣ୍ଡାର ‘ପାର୍ଟି ଏଡିଟ୍‌’ ବିଜ୍ଞାପନ କ୍ୟାମ୍ପେନ ମଧ୍ୟ ପ୍ରସ୍ତୁତ କରିଛି, ଉକ୍ତ କ୍ୟାମ୍ପେନ୍‌ରେ ‘ପାର୍ଟି ଏଡିଟ୍‌’ ଏବଂ ‘ଆମୋଘ’ ଗହଣା କଲେକ୍ସନ ପିନ୍ଧି ଉକ୍ତ ପ୍ରେରଣାଦାୟୀ କଳାକାରମାନେ ଷ୍ଟାଇଲ୍‌ ସହିତ ନୂଆ ଆରମ୍ଭକୁ ଦର୍ଶାଉଛନ୍ତି। ଏଥିସହିତ ମନୋରଞ୍ଜନ ଶିଳ୍ପର ଗ୍ଲାମର ଏବଂ ଚାନ୍ଦି ଭଣ୍ଡାର କ୍ରିଏସନ୍‌ର ଶୋଭା ଏକତ୍ରିତ ହୋଇଛି।
ଏ ସମ୍ପର୍କରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ନବ ବର୍ଷ ସେଲିବ୍ରେଶନ୍‌ର ଉତ୍ସାହକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଆଣିଛି। ଉକ୍ତ ଅଫର ୨୦୨୪ ଜାନୁୟାରୀ ୧ ପର୍ଯ୍ୟନ୍ତ ସମସ୍ତ ଚାନ୍ଦି ଭଣ୍ଡାରରେ ଉପଲବ୍ଧ। ଏପରିକି ଗ୍ରାହକମାନେ ରୁପା ଗହଣା ଏବଂ ଆର୍ଟିଫାକ୍ଟ୍‌ସର ଗଢ଼ାମଜୁରି ଉପରେ ୨୦% ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

ଘାସ କାଟିବାକୁ ଯାଇଥିଲେ ମହିଳା, ନିଶାଦେଇ ଗଣବଳାତ୍କାର କଲେ ୫ ଯୁବକ: ଆଉ ତା’ପରେ…

ମୁଜାଫରନଗର(ଉତ୍ତର ପ୍ରଦେଶ), ୧୫ା୬ (ପି.ଟି.):ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ନିଶାଦ୍ରବ୍ୟ ପିଆଇ ୫ ଜଣ ଯୁବକ ଗଣବଳାତ୍କାର କରିଥିବା ରବିବାର ପୋଲିସ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri