ଯାଜପୁର ରୋଡ୍‌ରେ ଚାନ୍ଦି ଭଣ୍ଡାର

ଯାଜପୁର ଅଫିସ,୨୪ା୩:ଯାଜପୁର ରୋଡ୍‌ର ରାଧାନାଥ ମାର୍ଗ ଉତ୍ସବ ପ୍ୟାଲେସ ନିକଟରେ ଗୁରୁବାର ଚାନ୍ଦି ଭଣ୍ଡାରର ଏକ ନୂଆ ଶୋ’ରୁମ୍‌ ଲୋକାର୍ପିତ ହୋଇଛି। ଚାନ୍ଦିରେ ନିର୍ମିତ ଅଳଙ୍କାର ସହ ଏଠାରେ ଚାନ୍ଦି ବାସନ କୁସନ, ଉପହାର ଏବଂ ବିଭିନ୍ନ ପ୍ରକାର ଘରସଜ୍ଜା ସାମଗ୍ରୀ ଉପଲବ୍ଧ ରହିଛି। ଏହାର ପ୍ରତିଟି କାରିଗରୀକୁ ଓଡ଼ିଶାର ଦକ୍ଷ ଅଳଙ୍କାର ନିର୍ମାତାମାନେ ନିଖୁଣରୂପ ଦେଉଥିବାରୁ ଗ୍ରାହକମାନଙ୍କ ଦ୍ୱାରା ଏହା ବିଶେଷ ଭାବରେ ଆଦୃତ ହେବ। ଗ୍ରାହକମାନେ ଏଠାରୁ ନିଜର ପସନ୍ଦ ମୁତାବକ ଡିଜାଇନ୍‌ ସହ ଉତ୍କୃଷ୍ଟମାନର ଅଳଙ୍କାର ପାଇପାରିବେ ବୋଲି ଷ୍ଟୋର କର୍ମକର୍ତ୍ତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଚାନ୍ଦି ନିର୍ମିତ ପାଉଁଜି, ଗୋଡ଼ମୁଦି, ମୁଦି, ଗଳାହାର, କାନଫୁଲ, ବ୍ରେସ୍‌ଲେଟ୍‌ ଆଦି କିଣିପାରିବେ। ବିବାହ, ବ୍ରତଘର, ଜନ୍ମଦିନ, ବିବାହ ବାର୍ଷିକୀ ଆଦି ପାଇଁ ଆବଶ୍ୟକ ଉପହାର ସାମଗ୍ରୀ ଏହି ଷ୍ଟୋର୍‌ରେ ରହିଛି। ଶୋରୁମ୍‌ ଉଦ୍‌ଘାଟନ ଅବସରରେ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର୍‌ର ବ୍ୟବସ୍ଥା କରାଯାଇଛି। ଏପ୍ରିଲ୍‌ ୨ ପର୍ଯ୍ୟନ୍ତ ଗ୍ରାହକମାନେ ସମସ୍ତ ସାମଗ୍ରୀର ଗଢ଼ାମଜୁରି ଉପରେ ୫୦% ରିହାତି ପାଇପାରିବେ ବୋଲି ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତିି। ଯାଜପୁରବାସୀଙ୍କୁ ନିଆରା ତଥା ସ୍ମରଣୀୟ ଅନୁଭୂତି ଦେବା ପାଇ ଚାନ୍ଦି ଭଣ୍ଡାର ଏହାର ଉଦ୍ୟମ ଜାରି ରଖିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନୂତନ ଷ୍ଟୋର୍‌ ପୂର୍ବାହ୍ନ ସାଢ଼େ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଖୋଲା ରହିବ। ଭୁବନେଶ୍ୱରସ୍ଥିତ ଶହୀଦନଗରରେ ପ୍ରଥମ ଷ୍ଟୋର୍‌ ଖୋଲିବା ପରେ ଚାନ୍ଦି ଭଣ୍ଡାର ଓଡ଼ିଶାର ଏକ ଲୋକପ୍ରିୟ ବ୍ରାଣ୍ଡ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛି। ସେହିପରି ଭୁବନେଶ୍ୱରର ପଟିଆ ସହ ରାଉରକେଲାର ଉଦିତନଗର, ଅନୁଗୋଳର ଅମଲାପଡ଼ା, କଟକର କ୍ୟାଣ୍ଟନ୍‌ମେଣ୍ଟ୍‌ରୋଡ୍‌ରେ ମଧ୍ୟ ଚାନ୍ଦି ଭଣ୍ଡାର ଶୋ’ରୁମ୍‌ ରହିିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri