ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭଦ୍ରକ ଅଫିସ, ୩୧।୮: ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ କରୋନା ସଂକ୍ରମିତ ହୋଇଥିବା ନିଜ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେହିଭଳି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର କରୋନା ସଂକ୍ରମିତ ଥିବା ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଟୁଇଟର ଯୋଗେ ସୂଚନା ଦେଇଛନ୍ତି। ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାରଙ୍କୁ ଦାୟିତ୍ୱ ଦିଆ ଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି।