ଥାନାକୁ ଡାକି ନାବାଳକଙ୍କୁ ଥାର୍ଡ ଡିଗ୍ରୀ, ଶାର୍ଟ-ପ୍ୟାଣ୍ଟ ଖୋଲିବାକୁ ଧମକ; ନ୍ୟାୟ ପାଇଁ…

ତିହିଡ଼ି,୯।୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ନାବାଳକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିବା ପରେ ନାବାଳକ ପିନ୍ଧିଥିବା ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ପୋଲିସ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଥାନାର ଜଣେ ଏସ୍‌ଆଇଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ମାଡ଼ ମାରିଥିବା ନେଇ ନାବାଳକଙ୍କ ବାପା ଶରତ ମାଝୀ ଶୁକ୍ରବାର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାଡ଼ ଘଟଣାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।

ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏକ ମୋବାଇଲ ଚୋରି ଘଟଣାକୁ ନେଇ ନରେନ୍ଦ୍ରପୁର ଗ୍ରାମର ଜଣେ ମହିଳା ଗତ ମାସ ୨୭ ତାରିଖରେ ତାଙ୍କ ନାବାଳକ ପୁଅଙ୍କ ନଁାରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ପରଦିନ ଶରତ ମଧ୍ୟ ଏହି ଘଟଣାକୁ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଗତ ୨ ତାରିଖ ରାତି ୮ଟାରେ ଥାନାରେ ହାଜର ହେବାକୁ ଶରତଙ୍କୁ ଫୋନ ଯୋଗେ ପୋଲିସ ଜଣାଇଥିଲେ। ତଦନୁଯାୟୀ ଶରତ ଏବଂ ତାଙ୍କ ନାବାଳକ ପୁଅ ଥାନାରେ ପହଞ୍ଚତ୍ଥିଲେ। ଥାନା ଅଧିକାରୀ ରୋଜାଲିନ ବେହେରା ଉଭୟ ପକ୍ଷଙ୍କୁ ଡାକି ମୋବାଇଲ ସମ୍ପର୍କରେ ପଚରାଉଚରା କରିଥିଲେ। ତାଙ୍କ ପୁଅ ମୋବାଇଲ ଚୋରି ଅଭିଯୋଗକୁ ଅସ୍ବୀକାର କରିବାରୁ ଥାନାର ଜଣେ ଏସ୍‌ଆଇ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଥାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ନାବାଳକଙ୍କ ଛାତିକୁ ଏକ ପାଇପ୍‌ରେ ପିଟିବା ସହ ଗାଳିଗୁଲଜ କରିଥିଲେ। ଏଥିସହ ସେହି କର୍ମଚାରୀ ନାବାଳକଙ୍କୁ ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ଧମକ ଦେବାରୁ ସେ ଶାର୍ଟ ଖୋଲିଥିଲେ। ରାତି ୧ଟା ପରେ ବାପ ପୁଅଙ୍କୁ ପୋଲିସ ଛାଡ଼ିଥିଲା। ତେବେ ପୋଲିସ ମାଡ଼ରେ ନାବାଳକ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନାବାଳକ ସୁସ୍ଥ ହେବା ପରେ ତାଙ୍କ ବାପା ଏ ସମ୍ପର୍କରେ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବା ସହ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଥାନାର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ବେହେରା କହିଛନ୍ତି, ଏକ ମୋବାଇଲ ଚୋରି ଘଟଣାର ତଦନ୍ତ ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ଥାନାକୁ ଡକାଯାଇଥିଲା। ମାତ୍ର ପୋଲିସ ମାଡ଼ ମାରିଥିବା ଅଭିଯୋଗର ସତ୍ୟତା ନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୈଳଶ୍ରୀ ପ୍ୟାଲେସ୍‌ରେ ନୂଆଁଖାଇ ପାଳିଲେ ରାଜ ପରିବାର

ବଲାଙ୍ଗୀର, ୧୫/୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ଅବସରରେ ମଙ୍ଗଳବାର ବଲାଙ୍ଗୀର ଶୈଳଶ୍ରୀ ପ୍ୟାଲେସ୍‌ରେ ରାଜପରିବାରର ସଦସ୍ୟମାନେ ନୂଆଁଖାଇ ପାଳନ କରିଥିଲେ। ପ୍ୟାଲେସ୍‌ ପରିସରରେ ଥିବା…

୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ରାଶିଙ୍କ ଗୋଲ୍ଡେନ ସମୟ: ହାତକୁ ଆସିବ ପ୍ରବଳ ଟଙ୍କା, ମିଳିବ ମନପସନ୍ଦ ଚାକିରି!

ଭୁବନେଶ୍ୱର: ବର୍ତ୍ତମାନ ବୁଧ ନିଜ ରାଶି କନ୍ୟାରେ ଅବସ୍ଥାନ କରିବା ସହ ହସ୍ତ ନକ୍ଷତ୍ରରେ ଗୋଚର କରୁଛନ୍ତି। ନିଜ ରାଶିରେ ବୁଧଙ୍କ ଅବସ୍ଥିତି ତାଙ୍କୁ ଅଧିକ ପ୍ରଭାବଶାଳୀ…

ବଲାଙ୍ଗୀରରେ ନୂଆଁଖାଇ ଉତ୍ସାହ: ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ

ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ଗଣପର୍ବ ନୂଆଁଖାଇ ପାଇଁ ମଙ୍ଗଳବାର ବଲାଙ୍ଗୀର ଜିଲାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଜିଲାର ବିଭିନ୍ନ ଗାଁ ଓ ସହରରେ ଉତ୍ସାହ…

ଏତିକିରୁ ଅଧିକ ଟ୍ରାଞ୍ଜାକ୍ସନ କଲେ ପଡ଼ିବ ଚାର୍ଜ, ରାହୁଲ ଆଣିଲେ ସାଂଘାତିକ ଅଭିଯୋଗ: ଆମେରିକା ଚାପରେ ସରକାର…

ନୂଆଦିଲ୍ଲୀ,୧୫।୯: ଦେଶର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ମାଧ୍ୟମ UPIକୁ ନେଇ ଏବେ ରାଜନୈତିକ ବିବାଦ ଚର୍ଚ୍ଚା ଜୋର୍‌ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ଆସୁଛି ୩ ଭୟଙ୍କର ବାତ୍ୟା! ଓଡ଼ିଶା ସମେତ ୬ ରାଜ୍ୟ ଉପରେ ବିପଦ, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ,୧୫।୯: ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗର, ବିଶେଷକରି ବଙ୍ଗୋପସାଗର ଓ ଆରବ ସାଗରରେ ଘୂର୍ଣ୍ଣିିଝଡ଼ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହେ। ଏହି ସମୟକୁ ଭାରତର…

ସିଂହବାହିନୀଙ୍କ ଆଗମନୀ ପାଇଁ ଦିଗପହଣ୍ଡିରେ ଜୋରଦାର ପ୍ରସ୍ତୁତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୧ ନଂ ୱାର୍ଡ଼ ପୁଞ୍ଜିକଂୟା ଛକ ସ୍ଥିତ ମା ‘ ସିଂହବାହିନୀ ଦୂର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ…

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ! ଫୋନ୍‌ରେ ରହିଛି ଏକାଧିକ ସୁରକ୍ଷା ତ୍ରୁଟି, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୧୫।୯: ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାର କରୁଥିଲେ ସାବଧାନ । ଭାରତ ସରକାରଙ୍କ କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ୍‌ (CERT-In) ପକ୍ଷରୁ ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ହାଇ-ରିସ୍କ ସୁରକ୍ଷା…

ସମ୍ବଲପୁରରେ ପାଳିତ ହେଲା ନୂଆଁଖାଇ; ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୧୫।୯(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ସାରା ସମ୍ବଲପୁର ଉତ୍ସବମୁଖର ହୋଇଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?