ବ୍ୟବସାୟରେ ସଫଳତା ପାଇବାକୁ ଚାହାନ୍ତି,କରନ୍ତୁ ଏହି କାମ…

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ଜଣେ ସଫଳ ବ୍ୟବସାୟୀ ସର୍ବଦା ବିପଦ ପାଇଁ ପ୍ରସ୍ତୁତଥାନ୍ତି। ଜଣେ ବେପାରୀ ଦୁନିଆର କୌଣସି ସ୍ଥାନରେ ବ୍ୟବସାୟ କରିବା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

समाने शोभते प्रीती राज्ञि सेवा च शोभते।

वाणिज्यं व्यवहारेषु स्त्री दिव्या शोभते गृहे॥

ଏହି ଶ୍ଳୋକର ଅର୍ଥ ବନ୍ଧୁତା ସମାନସ୍ତରର ଲୋକଙ୍କ ମଧ୍ୟରେ ହେବା ଉଚିତ। ବ୍ୟବସାୟରେ ସେହି ଲୋକ ସଫଳ ହୁଅନ୍ତି, ଯେଉଁମାନେ ଭଲ ବ୍ୟବହାର ସହ ଭଲ କଥା କହିପାରନ୍ତି। କାରଣ ବ୍ୟବହାର ଏବଂ ବାକ୍‌ଚାତୁରୀ ହିଁ ସଫଳତାର ମାଧ୍ୟମ।

କିଭଳି ସଫଳ ହେବେ ବ୍ୟବସାୟୀ:
-ଜଣେ ବ୍ୟବସାୟୀଙ୍କୁ କେବେ ହେଲେ ମନରେ ନକରାତ୍ମକ ଭାବନା ଆଣିବା ଉଚିତ ନୁହେଁ। ସକରାତ୍ମକ ଭାବନା ସହ କାମ ଆରମ୍ଭ କରନ୍ତୁ। ସଫଳତା ନିଶ୍ଚୟ ମିଳିବ।
– ଜଣେ ବ୍ୟବସାୟୀଙ୍କୁ ସର୍ବଦା ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବାର ସାହସ ରହିବା ଆବଶ୍ୟକ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ତା ବିଷୟରେ ସବୁ ଜାଣିବା ଆବଶ୍ୟକ। ଉକ୍ତ କାମ ପାଇଁ ସଠିକ୍‌ ରଣନୀତି ପ୍ରସ୍ତୁତ କରିବା ଉଚିତ। ଏଥିସହ ବ୍ୟବସାୟୀଙ୍କୁ ସର୍ବଦା ବର୍ତ୍ତମାନର ଟ୍ରେଣ୍ଡ ଅଥବା ନୂଆ ଚଳଣୀ ବିଷୟରେ ଜାଣିବାର ଆବଶ୍ୟକତା ରହିଛି।
– କୌଣସି ବ୍ୟାପାର ଆରମ୍ଭ କରିବା ସମୟରେ ଏକୁଟିଆ ନୁହେଁ ବରଂ ସହଯୋଗୀଙ୍କୁ ସାମିଲ କରନ୍ତୁ। ଫଳରେ ଶୀଘ୍ର ସଫଳ ହୋଇପାରିବେ।
– ବ୍ୟବସାୟ କେବଳ ପରିଶ୍ରମର କାମ ନୁହେଁ। ଏଥିପାଇଁ ବ୍ୟବହାରରେ କୁଶଳ ହେବା ଉଚିତ। କାରଣ ଗୁଣ ବିନା ସଫଳ ହେବା ଅସମ୍ଭବ। ଏଣୁ କୁଶଳ ବେପାରୀ ହେବା ଲାଗି ସର୍ବଦା ନିଜର ସମ୍ବନ୍ଧଙ୍କୁ ନେଇ ସତର୍କ ରୁହନ୍ତୁ। କାରଣ ସମ୍ବନ୍ଧ ଖରାପ ହେବା ଫଳରେ ବାଧା ସୃଷ୍ଟି ହୋଇଥାଏ। ଏଣୁ ସମସ୍ତଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ ବୋଲି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri