Chanakya Niti: ଏହି ୫ କଥାକୁ କେବେ ବି କାହା ଆଗରେ ପ୍ରକାଶ କରନ୍ତିନି ପୁରୁଷ

ଆଚାର୍ଯ୍ୟ ଚାଣକ୍ୟ ବ୍ୟକ୍ତିଙ୍କୁ ସୁଖମୟ ଏବଂ ଧୈର୍ଯ୍ୟପୂର୍ଣ୍ଣ ଜୀବନ ବିତାଇବା ପାଇଁ କିଛି କଥା କହିଛନ୍ତି। ଚାଣକ୍ୟଙ୍କ ନିଜର ଗ୍ରନ୍ଥ ଚାଣକ୍ୟ ନୀତିରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଚାଣକ୍ୟଙ୍କ ନୀତିରେ ଜୀବନର ସଫଳତା, ଉଚିତ-ଅନୁଚିତ, ନୈତିକ-ଅନୈତିକ, ଧର୍ମ-ଅଧର୍ମ ସମ୍ପର୍କରେ ସ୍ପଷ୍ଟ ଭାବରେ ଲେଖାଯାଇଛି। ଯାହାକୁ ଆପଣାଇ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବେ। ସେହିପରି ଆଚାର୍ଯ୍ୟ ପୁରୁଷଙ୍କ ସମ୍ପର୍କରେ ଏକ କଥା କହିଛନ୍ତି, ପୁରୁଷମାନେ ଏହି ୫ କଥାକୁ କାହା ଆଗରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଚାଣକ୍ୟ କହିଛନ୍ତି, ବୁଝିବା ଶୁଝିବା ଲୋକ କେବେ ବି ନିଜର ମନ କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ। ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ମନରେ ଲୁଚେଇ ରଖିଥାନ୍ତି। କାରଣ ଲୋକେ ଏ ସମ୍ପର୍କରେ ଜାଣିଲେ ମଜା ଉଡ଼ାଇଥାନ୍ତି। ଏପରି ସ୍ଥିତିରେ ପୁରୁଷଟିଏ ନିଜର ମୁକାବିଲା ନିଜ ହିସାବରେ କରିବା ଉଚିତ।

ଜଣେ ବୁଦ୍ଧିମାନ ବ୍ୟକ୍ତି ଚାହାନ୍ତି ନିଜର ଧନ ଦ୍ୱାରା ହେଉଥିବା କଷ୍ଟ ମାନସିକ ଦୁଃଖ ଦେଇଥାଏ। ତେଣୁ କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ଘରର ଦୋଷ ଦୁର୍ବଳତା କୌଣସି ଲୋକ ଆଗରେ ପ୍ରକାଶ କରିବା ଉଚିତ୍‌ ନୁହେଁ।

ଚାଣକ୍ୟଙ୍କ ଅନୁସାରେ କିଛି କଥା ଗୁପ୍ତ ରଖନ୍ତୁ, କାହା ଆଗରେ ବି ପ୍ରକାଶ କରନ୍ତୁ ନାହିଁ। କେହି ଆପଣଙ୍କୁ ଠକିଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ଲୋକେ ପ୍ରଶ୍ନ ଉଠାନ୍ତି। ସହଜରେ ଲୋକେ ଆପଣଙ୍କୁ ମୁର୍ଖ ଭାବି ନିଅନ୍ତି।

ସେହିପରି କାହାଠାରୁ ଅପମାନ ପାଇଥିଲେ ମଧ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। କାରଣ ଆପଣ ଉପହସିତ ହେବେ। ଲୋକେ ଆପଣଙ୍କୁ ଥଟ୍ଟା ପରିହାସ କରିବାକୁ ପଛାଇବେ ନାହିଁ। ତେଣୁ ଚାଣକ୍ୟଙ୍କ ଏହି କଥାକୁ ମନେ ରଖି କାର୍ଯ୍ୟ କଲେ ଜୀବନ ସୁଖମୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri