କାହାକୁ ଭୁଲରେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏସବୁ କଥା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜ ‘ନୀତି ଶାସ୍ତ୍ର’ରେ ମନୁଷ୍ୟ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର ୧୭ ତମ ଶ୍ଲୋକରେ ଆଚାର୍ଯ୍ୟ ସେ କହିଛନ୍ତି, ଜଣେ ଜ୍ଞାନୀ ବ୍ୟକ୍ତି ନିଜ ବିଷୟରେ କିଛି କଥା କାହାକୁ କହିବା ଉଚିତ ନୁହେଁ। କାରଣ ଅନ୍ୟକୁ ବ୍ୟକ୍ତିଗତ କଥା କହିଲେ ଅପମାନର ସାମ୍ନା କରିବାକୁ ପଡିପାରେ। ନିଜର ଖରାପ ସମୟରେ ଲୋକଙ୍କ ସମର୍ଥନ ମିଳେନାହିଁ।

> ଔଷଧ ବିଷୟରେ- ଚାଣକ୍ୟଙ୍କ ଅନୁଯାୟୀ, ନିଜର ଔଷଧ ବିଷୟରେ କାହାକୁ କହିବା ଉଚିତ ନୁହେଁ। କେଉଁ ରୋଗ ହୋଇଛି ଏବଂ ଏଥିପାଇଁ କେଉଁ ଔଷଧ ସେବନ କରୁଛ ସେ ନେଇ କାହାକୁ କହିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିପାରେ ।

> ଘରର କଥା – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘର ସହ ଜଡ଼ିତ କଥା କାହାକୁ କହିିବା ଉଚିତ ନୁହେଁ। ଯେତେ ବିରକ୍ତ ହୁଅନା କାହିଁକି, ନିଜ ଘରର ଦୋଷ କାହାକୁ କୁହ ନାହିଁ। କାରଣ ଏହାଦ୍ୱାରା ଶତ୍ରୁମାନେ ଏହାର ଲାଭ ଉଠାଇବେ।

> ପରିବାରର ସଦସ୍ୟଙ୍କ ସମ୍ପର୍କରେ କୁଚର୍ଚ୍ଚା – ପରିବାର ସଦସ୍ୟଙ୍କ ପ୍ରତି କଦାପି ମନ୍ଦ ଚର୍ଚ୍ଚା କରିବା ଉଚିତ ନୁହେଁ। ଯଦି ଜଣେ ସଦସ୍ୟଙ୍କ ପାଖରେ କିଛି ଅଭାବ ରହିଛି ତେବେ ସେନେଇ କାହାକୁ କୁହନ୍ତୁ ନାହିଁ। କାରଣ ପରିବାର ବିଷୟରେ କୁଚର୍ଚ୍ଚା କରିବା ଦ୍ୱାରା ପରିବାରର ଉପହାସ ହୁଏ। ଏହାଦ୍ୱାରା ନିଜ ସମ୍ମାନ ହାନି ହୁଏ।

> ସମ୍ଭୋଗ କିମ୍ବା ନିଜ ପ୍ରେମସମ୍ପର୍କ ବିଷୟରେ- ସ୍ବାମୀସ୍ତ୍ରୀ ସେମାନଙ୍କର ବୈବାହିକ ଜୀବନ କିମ୍ବା ସମ୍ପର୍କ ବିଷୟରେ କାହାକୁ କହିବା ଉଚିତ ନୁହେଁ। ସମ୍ଭୋଗ ସମୟରେ ଯଦି କୌଣସି ଭୁଲ ହୋଇଥାଏ, ତେବେ ସେ ବିଷୟରେ ଅନ୍ୟ କାହାକୁ କହିବା ଉଚିତ ନୁହେଁ ।

> ଟଙ୍କା ଏବଂ ମନ୍ତ୍ର – ତୁମର ଧନ ବିଷୟରେ କାହାକୁ କୁହ ନାହିଁ । ଯଦି ତୁମେ କିଛି ମନ୍ତ୍ର ଜପ କର, ଏହାକୁ ତୁମ ମନରେ ରଖିବା ଦ୍ୱାରା ଅଧିକ ପ୍ରଭାବ ପଡ଼ିଥାଏ। ଏହା ବ୍ୟତିତ ମନ୍ଦ ଏବଂ ଅପମାନଜନକ କଥାକୁ ନିଜ ମନରେ ରଖିବା ଭଲ। ଏହି କାରଣରୁ ସମାଜରେ ସମ୍ମାନ ବଜାୟ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri