Champions Trophy 2025: PCBକୁ ଆଉ ଏକ ବଡ଼ ଝଟ୍‌କା, ଏବେ ପାକିସ୍ତାନ ଯିବାକୁ ସଫା ସଫା ମନା କରିଦେଲେ…

ନୂଆଦିଲ୍ଲୀ,୫।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଅମ୍ପାୟାର ନୀତିନ ମେନନ ପାକିସ୍ତାନ ଯିବାକୁ ମନା କରିଦେଇଛନ୍ତି। ରିପୋର୍ଟ ଅନୁସାରେ, ICC ପ୍ୟାନେଲରେ ସାମିଲ ଏହି ଅମ୍ପାୟାର ପାକିସ୍ତାନ ଯାଉନାହାନ୍ତି। ପୂର୍ବରୁ ଭାରତୀୟ ଦଳ ମଧ୍ୟ ପାକିସ୍ତାନ ଯିବାକୁ ମନା କରିଦେଇଥିଲା। ଏବେ ଭାରତୀୟ ଅମ୍ପାୟାର ନୀତିନ ମେନନ ମଧ୍ୟ ଏହି ନିଷ୍ପତ୍ତି ନେଇ ପିସିବିକୁ ବଡ଼ ଝଟ୍‌କା ଦେଇଛନ୍ତି। ଏହି କାରଣରୁ ଚାମ୍ପିଅନ୍ସ ଟ୍ରଫି ପାଇଁ ଜାରି ହୋଇଥିବା ଅମ୍ପାୟାରଙ୍କ ତାଲିକାରେ ନୀତିନଙ୍କ ନାମ ନାହିଁ।

ଚାମ୍ପିଅନ୍ସ ଟ୍ରଫିରେ କୁମାର ଧର୍ମସେନା, କ୍ରିସ ଗାଫନି, ମାଇକେଲ ଗଫ୍‌, ଆଡ୍ରିଆନ ହୋଲ୍ଡଷ୍ଟକ୍‌, ରିଚାର୍ଡ ଇଲିଙ୍ଗୱର୍ଥ, ରିଚାର୍ଡ କେଟଲ୍‌ବ୍ରୋ, ଏହସାନ୍‌ ରାଜା, ପଲ୍‌ ରାଇଫଲ, ଶରାଫୁଦ୍ଦୌଲା ଇବ୍ନେ ଶାହିଦ, ରଡ୍‌ନି ଟକର୍‌, ଆଲେକ୍ସ ୱାର୍ଫ, ଜୋଏଲ ୱିଲସନ ପ୍ରମୁଖ ଅମ୍ପାୟାରିଂ କରିବେ।

ବଡ଼ ଖବର ହେଉଛି ଯେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏବଂ ଅଭିଜ୍ଞ ICC ମ୍ୟାଚ୍‌ ରେଫ୍‌ରି ଜାଭାଗଲ ଶ୍ରୀନାଥ ମଧ୍ୟ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ପଡ଼ିଛନ୍ତି। ତାଙ୍କୁ ମଧ୍ୟ ମ୍ୟାଚ୍‌ ରେଫରିଙ୍କ ପ୍ୟାନେଲରେ ସୁଯୋଗ ମିଳିନାହିଁ। ଚାମ୍ପିଅନ୍ସ ଟ୍ରଫି ସମୟରେ ଡେଭିଡ ବୁନ, ଆଣ୍ଡ୍ରୁ ପାଇକ୍ରଫ୍ଟ ଏବଂ ରଞ୍ଜନ ମାଦୁଗାଲେ ମ୍ୟାଚ୍‌ ରେଫରି ହେବେ।

ନୀତିନ ମେନନ ୪୦ଟି ଟେଷ୍ଟ ମ୍ୟାଚରେ ଅମ୍ପାୟାରିଂ କରିଛନ୍ତି, ଯେଉଁଥିରେ ସେ ୩୦ ଥର ଫିଲ୍ଡ ଅମ୍ପାୟାର ଏବଂ ୧୦ ଥର ଟିଭି ଅମ୍ପାୟାର ଥିଲେ। ସେ ୭୫ଟି ODI ମ୍ୟାଚ୍‌ରେ ଅମ୍ପାୟାରିଂ କରିଛନ୍ତି। ଯେତେବେଳେ ଟି-୨୦ରେ ମଧ୍ୟ ସେ ୭୫ଟି ମ୍ୟାଚ ରେ ଅମ୍ପାୟାରିଂ କରିଛନ୍ତି। ସେ ୧୩ଟି ମହିଳା ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଅମ୍ପାୟାରିଂ ମଧ୍ୟ କରିଛନ୍ତି। ଜାଭଗଲ ଶ୍ରୀନାଥଙ୍କର ମ୍ୟାଚ୍‌ ରେଫରି ଭାବରେ ଏକ ଲମ୍ବା କ୍ୟାରିୟର ଅଛି। ଏହି କିମ୍ବଦନ୍ତୀ ୭୯ ଟେଷ୍ଟ ଏବଂ ୨୭୨ ଦିନିକିଆରେ ମ୍ୟାଚ୍‌ ରେଫରି ରହିସାରିଛନ୍ତି। ଏହା ବ୍ୟତୀତ ସେ ୧୩୬ ଟି-୨୦ ମ୍ୟାଚ୍‌ରେ ମଧ୍ୟ ଏହା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri