Posted inଖେଳ

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ମାଞ୍ଚେଷ୍ଟର ସିଟିକୁ ହରାଇ ଚେଲ୍‌ସି ଚାମ୍ପିୟନ

ପୋର୍ଟେ (ପର୍ତ୍ତୁଗାଲ), ୩୧।୫(ଏପି)-ହାଇପ୍ରୋଫାଇଲ ଫୁଟ୍‌ବଲ ପ୍ରତିଯୋଗିତା ଚାମ୍ପିୟନ୍ସ ଲିଗ୍‌ରେ ଦ୍ୱିତୀୟଥର ପାଇଁ ଚେଲ୍‌ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ସ୍ଥାନୀୟ ଇଷ୍ଟାଡିଓ ଡୋ ଡ୍ରାଗାଓ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ ଚେଲ୍‌ସି ୧-୦ ଗୋଲରେ ମାଞ୍ଚେଷ୍ଟର ସିଟିକୁ ପରାସ୍ତ କରି ବାଜି ମାରିଛି। ପୂର୍ବରୁ ୯ ବର୍ଷ ତଳେ ଚେଲ୍‌ସି ଏହି ଟାଇଟଲ ହାସଲ କରିଥିଲା। କ୍ଲବରେ କୋଚ୍‌ ଥୋମାସ ଟୁଚେଲ ଯୋଗ ଦେବାର ଠିକ୍‌ ୧୨୩ ଦିନ ପରେ ଚେଲ୍‌ସିକୁ ଏହି ଐତିହାସିକ ସଫଳତା ମିଳିଛି। ୨୦୧୨ରେ ଚେଲ୍‌ସି ଏହି ଲିଗ୍‌ରେ ଚାମ୍ପିୟନ ହୋଇଥିଲା।
ପାଖାପାଖି ୧୪ ହଜାର ଦର୍ଶକଙ୍କ ସମ୍ମୁଖରେ ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ଉକ୍ତ ମ୍ୟାଚ୍‌ରେ ଇଂଲଣ୍ଡର ଏହି ଦୁଇ କ୍ଲବ ମଧ୍ୟରେ ଜବରଦସ୍ତ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଫାଇନାଲରେ ଚେଲ୍‌ସିର ୬ ହଜାର ଦର୍ଶକ ମଧ୍ୟ ଉପସ୍ଥିତ ଥିଲେ। ଜର୍ମାନୀ ଫରଓ୍ବାର୍ଡ କାଇ ହାଭେର୍ଜ ୪୨ତମ ମିନିଟ୍‌ରେ ଏହି ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଏଥିସହିତ ମାଞ୍ଚେଷ୍ଟର ସିଟିର ଟାଇଟଲ ଆଶା ଧୂଳିସାତ୍‌ ହୋଇଛି। ମାଞ୍ଚେଷ୍ଟର ସିଟି ଟାଇଟଲ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ଶେଷରେ ନିରାଶ ହୋଇଛି। ପ୍ରଥମେ ଏହି ଫାଇନାଲ ମ୍ୟାଚ୍‌ ତୁର୍କୀ ଇସ୍ତାନବୁଲ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୋଭିଡ୍‌-୧୯ ପାଇଁ ସେଠାରେ ଯାତ୍ରାଜନିତ କଟକଣା ଜାରି କରାଯାଇଥିବାରୁ ଶେଷରେ ଏହି ମ୍ୟାଚ ପୋର୍ଟୋରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହାପୂର୍ବରୁ ସେମିଫାଇନାଲରେ ଚେଲ୍‌ସି ୧୩ଥର ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲରେ ପ୍ରବେଶ କରିଥିବା ରିୟଲ ମାଡ୍ରିଡ୍‌କୁ ହରାଇ ଫାଇନାଲକୁ ଉଠିଥିଲା। ଅପରପକ୍ଷରେ ମାଞ୍ଚେଷ୍ଟର ସିଟି ସେମିଫାଇନାଲରେ ଗତ ସଂସ୍କରଣର ରନର୍ସଅପ୍‌ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି)କୁ ୨-୦ ଗୋଲରେ ହରାଇ ପ୍ରଥମଥର ଲିଗ୍‌ ଫାଇନାଲରେ ପ୍ରବେଶ କରିଥିଲା। ମାଞ୍ଚେଷ୍ଟର ସିଟି ମଧ୍ୟ ଇଂଲିଶ ପ୍ରିମିୟର ଲିଗ୍‌ ଚାମ୍ପିୟନ ରହିଛି। ମ୍ୟାଚ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିବା ହାଭେର୍ଜ ନିଜ ପ୍ରଦର୍ଶନରେ ଖୁସି ଜାହିର କରିଛନ୍ତି। ସେହିପରି ଚେଲ୍‌ସି କୋଚ୍‌ ଟୁଚେଲ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ବିଜୟ ପାଇଁ ସବୁବେଳେ ବ୍ୟଗ୍ର ରହିଥାଏ ଓ ଆଗାମୀ ସେସନରେ ମଧ୍ୟ ଆମେ ଟାଇଟଲ ହାସଲ କରିବୁ ବୋଲି ଟୁଚେଲ କହିଛନ୍ତି। ଏହି ବିଜୟ ଚେଲ୍‌ସି ପାଇଁ ଏକ ବଡ଼ ଉପଲବ୍ଧି ଆଣି ଦେଇଛି ବୋଲି ଅଧିନାୟକ ସିଜର ଅଜିପିଲିକୁଏଟା କହିଛନ୍ତି। ଆଗାମୀ ଦିନରେ ଏହି ସଫଳତା ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri