Posted inଖେଳ

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ମାଞ୍ଚେଷ୍ଟର ସିଟିକୁ ହରାଇ ଚେଲ୍‌ସି ଚାମ୍ପିୟନ

ପୋର୍ଟେ (ପର୍ତ୍ତୁଗାଲ), ୩୧।୫(ଏପି)-ହାଇପ୍ରୋଫାଇଲ ଫୁଟ୍‌ବଲ ପ୍ରତିଯୋଗିତା ଚାମ୍ପିୟନ୍ସ ଲିଗ୍‌ରେ ଦ୍ୱିତୀୟଥର ପାଇଁ ଚେଲ୍‌ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ସ୍ଥାନୀୟ ଇଷ୍ଟାଡିଓ ଡୋ ଡ୍ରାଗାଓ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ ଚେଲ୍‌ସି ୧-୦ ଗୋଲରେ ମାଞ୍ଚେଷ୍ଟର ସିଟିକୁ ପରାସ୍ତ କରି ବାଜି ମାରିଛି। ପୂର୍ବରୁ ୯ ବର୍ଷ ତଳେ ଚେଲ୍‌ସି ଏହି ଟାଇଟଲ ହାସଲ କରିଥିଲା। କ୍ଲବରେ କୋଚ୍‌ ଥୋମାସ ଟୁଚେଲ ଯୋଗ ଦେବାର ଠିକ୍‌ ୧୨୩ ଦିନ ପରେ ଚେଲ୍‌ସିକୁ ଏହି ଐତିହାସିକ ସଫଳତା ମିଳିଛି। ୨୦୧୨ରେ ଚେଲ୍‌ସି ଏହି ଲିଗ୍‌ରେ ଚାମ୍ପିୟନ ହୋଇଥିଲା।
ପାଖାପାଖି ୧୪ ହଜାର ଦର୍ଶକଙ୍କ ସମ୍ମୁଖରେ ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ଉକ୍ତ ମ୍ୟାଚ୍‌ରେ ଇଂଲଣ୍ଡର ଏହି ଦୁଇ କ୍ଲବ ମଧ୍ୟରେ ଜବରଦସ୍ତ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଫାଇନାଲରେ ଚେଲ୍‌ସିର ୬ ହଜାର ଦର୍ଶକ ମଧ୍ୟ ଉପସ୍ଥିତ ଥିଲେ। ଜର୍ମାନୀ ଫରଓ୍ବାର୍ଡ କାଇ ହାଭେର୍ଜ ୪୨ତମ ମିନିଟ୍‌ରେ ଏହି ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ। ଏଥିସହିତ ମାଞ୍ଚେଷ୍ଟର ସିଟିର ଟାଇଟଲ ଆଶା ଧୂଳିସାତ୍‌ ହୋଇଛି। ମାଞ୍ଚେଷ୍ଟର ସିଟି ଟାଇଟଲ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ଶେଷରେ ନିରାଶ ହୋଇଛି। ପ୍ରଥମେ ଏହି ଫାଇନାଲ ମ୍ୟାଚ୍‌ ତୁର୍କୀ ଇସ୍ତାନବୁଲ୍‌ରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ କୋଭିଡ୍‌-୧୯ ପାଇଁ ସେଠାରେ ଯାତ୍ରାଜନିତ କଟକଣା ଜାରି କରାଯାଇଥିବାରୁ ଶେଷରେ ଏହି ମ୍ୟାଚ ପୋର୍ଟୋରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ଏହାପୂର୍ବରୁ ସେମିଫାଇନାଲରେ ଚେଲ୍‌ସି ୧୩ଥର ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲରେ ପ୍ରବେଶ କରିଥିବା ରିୟଲ ମାଡ୍ରିଡ୍‌କୁ ହରାଇ ଫାଇନାଲକୁ ଉଠିଥିଲା। ଅପରପକ୍ଷରେ ମାଞ୍ଚେଷ୍ଟର ସିଟି ସେମିଫାଇନାଲରେ ଗତ ସଂସ୍କରଣର ରନର୍ସଅପ୍‌ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି)କୁ ୨-୦ ଗୋଲରେ ହରାଇ ପ୍ରଥମଥର ଲିଗ୍‌ ଫାଇନାଲରେ ପ୍ରବେଶ କରିଥିଲା। ମାଞ୍ଚେଷ୍ଟର ସିଟି ମଧ୍ୟ ଇଂଲିଶ ପ୍ରିମିୟର ଲିଗ୍‌ ଚାମ୍ପିୟନ ରହିଛି। ମ୍ୟାଚ୍‌ରେ ଏକମାତ୍ର ଗୋଲ ସ୍କୋର କରିଥିବା ହାଭେର୍ଜ ନିଜ ପ୍ରଦର୍ଶନରେ ଖୁସି ଜାହିର କରିଛନ୍ତି। ସେହିପରି ଚେଲ୍‌ସି କୋଚ୍‌ ଟୁଚେଲ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି। ବିଜୟ ପାଇଁ ସବୁବେଳେ ବ୍ୟଗ୍ର ରହିଥାଏ ଓ ଆଗାମୀ ସେସନରେ ମଧ୍ୟ ଆମେ ଟାଇଟଲ ହାସଲ କରିବୁ ବୋଲି ଟୁଚେଲ କହିଛନ୍ତି। ଏହି ବିଜୟ ଚେଲ୍‌ସି ପାଇଁ ଏକ ବଡ଼ ଉପଲବ୍ଧି ଆଣି ଦେଇଛି ବୋଲି ଅଧିନାୟକ ସିଜର ଅଜିପିଲିକୁଏଟା କହିଛନ୍ତି। ଆଗାମୀ ଦିନରେ ଏହି ସଫଳତା ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

 

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri