Posted inଖେଳ

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ବେୟର୍ନ ମ୍ୟୁନିକ୍‌କୁ ଷଷ୍ଠ ଟାଇଟଲ

ଲିସ୍‌ବନ,୨୫।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଚାମ୍ପିୟନ୍ସ ଲିଗ୍‌ରେ ଏଥର ଜର୍ମାନୀର ପେସାଦାର କ୍ଲବ୍‌ ବେୟର୍ନ ମ୍ୟୁନିକ୍‌ ବାଜି ମାରିଛି। ଦର୍ଶକଙ୍କ ଅନୁପସ୍ଥିତିରେ ରବିବାର ସ୍ଥାନୀୟ ଇଷ୍ଟାଡିଓ ଡି ଲୁଜ୍‌ରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ବେୟର୍ନ ମ୍ୟୁନିକ୍‌ ୧-୦ ଗୋଲରେ ଫ୍ରେଞ୍ଚ୍‌ ପେସାଦାର କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମାନ (ପିଏସ୍‌ଜି)କୁ ହରାଇ ଟାଇଟଲ ହାସଲ କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା। ଏଥିସହିତ ବେୟର୍ନ ଷଷ୍ଠ ଥର ପାଇଁ ଏହି ହାଇପ୍ରୋଫାଇଲ ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ୨୦୧୩ ପରେ ପିଏସ୍‌ଜି ପ୍ରଥମଥର ପାଇଁ ବେୟର୍ନ ପ୍ରଥମ ଫାଇନାଲ ଜିତିଛି। ଅପରପକ୍ଷରେ ପିଏସ୍‌ଜି ପ୍ରଥମଥର ପାଇଁ ଟାଇଟଲ ହାସଲ କରିବାର ସୁଯୋଗ ହାତଛଡ଼ା କରିଛି। ଗତ ୯ ବର୍ଷ ମଧ୍ୟରେ ଖେଳାଳିଙ୍କ ପାଇଁ ଏକ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ ମଧ୍ୟ ପିଏସ୍‌ଜି ହାତ ଖାଲି ରହିଛି। ନେମାର, କିଲିଆନ ଏମ୍‌ବାପେ ଓ ଆଞ୍ଜେଲ ଡି ମାରିଆ ପାଇଁ ୫୦୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଇଛି। ଫାଇନାଲରେ ଏମାନେ କିଛି କରି ଦେଖାଇବାରେ ବିଫଳ ହୋଇଥିଲେ।
କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ବେୟର୍ନ ପକ୍ଷରୁ କିଙ୍ଗ୍ସଲି କୋମାନ ୫୯ତମ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ୨୪ ବର୍ଷିଆ କୋମାନ ପିଏସ୍‌ଜି ଡିଫେନ୍ସକୁ ଭେଦ କରି ଏହି ଚମତ୍କାର ଗୋଲ ସ୍କୋର କରିଥିଲେ। ଏଥିସହିତ ବେୟର୍ନ ଲିଗ୍‌ରେ ୪୩ତମ ଗୋଲ ସ୍କୋର କରିଛି। ପୁଣି ପ୍ରଥମ ଦଳ ଭାବେ ବେୟର୍ନ ଚାମ୍ପିୟନ୍ସ ଲିଗ୍‌ର ସବୁ ୧୧ଟି ମ୍ୟାଚ୍‌ ଜିତି ଏକ ବିରଳ ସଫଳତା ହାସଲ କରିଛି। କୋଭିଡ୍‌-୧୯ ମହାମାରୀ ପାଇଁ ଫାଇନାଲ ମ୍ୟାଚ୍‌କୁ ପାଖାପାଖି ୩ ମାସ ଘୁଞ୍ଚାଇ ଦିଆଯାଇଥିଲା। ପୂର୍ବରୁ ଏହି ଲିଗ୍‌ରେ ଏସି ମିଲାନ ୭ ଥର, ରିୟଲ ମାଡ୍ରିଡ୍‌ ୧୩ଥର ଚାମ୍ପୟନ ହେବାର ଗୌରବ ଅର୍ଜନ କରିଛନ୍ତି। ବେୟର୍ନର ପରାଜୟ ପରେ ନେମାର କାନ୍ଦି ପକାଇଥିଲେ। ତେବେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ବେୟର୍ନ ଖେଳାଳି ଡେଭିଡ୍‌ ଅଲାବା ସାନ୍ତ୍ୱନା ଦେଉଥିବାର ଦେଖାଯାଇଥିଲା। ବେୟର୍ନ ଏଥିସହିତ କ୍ରମାଗତ ୨୧ତମ ବିଜୟ ହାସଲ କରିବା ସହ ଗତ ୩୦ଟି ମ୍ୟାଚ୍‌ରେ ଅପରାଜେୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri