Posted inଖେଳ

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ବେୟର୍ନ ମ୍ୟୁନିକ୍‌କୁ ଷଷ୍ଠ ଟାଇଟଲ

ଲିସ୍‌ବନ,୨୫।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଚାମ୍ପିୟନ୍ସ ଲିଗ୍‌ରେ ଏଥର ଜର୍ମାନୀର ପେସାଦାର କ୍ଲବ୍‌ ବେୟର୍ନ ମ୍ୟୁନିକ୍‌ ବାଜି ମାରିଛି। ଦର୍ଶକଙ୍କ ଅନୁପସ୍ଥିତିରେ ରବିବାର ସ୍ଥାନୀୟ ଇଷ୍ଟାଡିଓ ଡି ଲୁଜ୍‌ରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ବେୟର୍ନ ମ୍ୟୁନିକ୍‌ ୧-୦ ଗୋଲରେ ଫ୍ରେଞ୍ଚ୍‌ ପେସାଦାର କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ ଜର୍ମାନ (ପିଏସ୍‌ଜି)କୁ ହରାଇ ଟାଇଟଲ ହାସଲ କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା। ଏଥିସହିତ ବେୟର୍ନ ଷଷ୍ଠ ଥର ପାଇଁ ଏହି ହାଇପ୍ରୋଫାଇଲ ଲିଗ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ୨୦୧୩ ପରେ ପିଏସ୍‌ଜି ପ୍ରଥମଥର ପାଇଁ ବେୟର୍ନ ପ୍ରଥମ ଫାଇନାଲ ଜିତିଛି। ଅପରପକ୍ଷରେ ପିଏସ୍‌ଜି ପ୍ରଥମଥର ପାଇଁ ଟାଇଟଲ ହାସଲ କରିବାର ସୁଯୋଗ ହାତଛଡ଼ା କରିଛି। ଗତ ୯ ବର୍ଷ ମଧ୍ୟରେ ଖେଳାଳିଙ୍କ ପାଇଁ ଏକ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ ମଧ୍ୟ ପିଏସ୍‌ଜି ହାତ ଖାଲି ରହିଛି। ନେମାର, କିଲିଆନ ଏମ୍‌ବାପେ ଓ ଆଞ୍ଜେଲ ଡି ମାରିଆ ପାଇଁ ୫୦୦ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରାଯାଇଛି। ଫାଇନାଲରେ ଏମାନେ କିଛି କରି ଦେଖାଇବାରେ ବିଫଳ ହୋଇଥିଲେ।
କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ବେୟର୍ନ ପକ୍ଷରୁ କିଙ୍ଗ୍ସଲି କୋମାନ ୫୯ତମ ମିନିଟ୍‌ରେ ମ୍ୟାଚ୍‌ର ଏକମାତ୍ର ଗୋଲ ସ୍କୋର କରିଥିଲେ। ୨୪ ବର୍ଷିଆ କୋମାନ ପିଏସ୍‌ଜି ଡିଫେନ୍ସକୁ ଭେଦ କରି ଏହି ଚମତ୍କାର ଗୋଲ ସ୍କୋର କରିଥିଲେ। ଏଥିସହିତ ବେୟର୍ନ ଲିଗ୍‌ରେ ୪୩ତମ ଗୋଲ ସ୍କୋର କରିଛି। ପୁଣି ପ୍ରଥମ ଦଳ ଭାବେ ବେୟର୍ନ ଚାମ୍ପିୟନ୍ସ ଲିଗ୍‌ର ସବୁ ୧୧ଟି ମ୍ୟାଚ୍‌ ଜିତି ଏକ ବିରଳ ସଫଳତା ହାସଲ କରିଛି। କୋଭିଡ୍‌-୧୯ ମହାମାରୀ ପାଇଁ ଫାଇନାଲ ମ୍ୟାଚ୍‌କୁ ପାଖାପାଖି ୩ ମାସ ଘୁଞ୍ଚାଇ ଦିଆଯାଇଥିଲା। ପୂର୍ବରୁ ଏହି ଲିଗ୍‌ରେ ଏସି ମିଲାନ ୭ ଥର, ରିୟଲ ମାଡ୍ରିଡ୍‌ ୧୩ଥର ଚାମ୍ପୟନ ହେବାର ଗୌରବ ଅର୍ଜନ କରିଛନ୍ତି। ବେୟର୍ନର ପରାଜୟ ପରେ ନେମାର କାନ୍ଦି ପକାଇଥିଲେ। ତେବେ ତାଙ୍କୁ ପ୍ରତିଦ୍ୱନ୍ଦ୍ୱୀ ବେୟର୍ନ ଖେଳାଳି ଡେଭିଡ୍‌ ଅଲାବା ସାନ୍ତ୍ୱନା ଦେଉଥିବାର ଦେଖାଯାଇଥିଲା। ବେୟର୍ନ ଏଥିସହିତ କ୍ରମାଗତ ୨୧ତମ ବିଜୟ ହାସଲ କରିବା ସହ ଗତ ୩୦ଟି ମ୍ୟାଚ୍‌ରେ ଅପରାଜେୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri