ସଂଗ୍ରାମୀଙ୍କ ଗାଁ ଚମ୍ପାଇଲୋ ଅବହେଳିତ

ଖୋର୍ଦ୍ଧା ଅଫିସ,୨୦ା୧: ‘ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’। ସ୍ବାଧୀନତା ସଂଗ୍ରାମ ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏହି ଡାକରା ଭାରତୀୟଙ୍କ ମଧ୍ୟରେ ଶିହରଣ ସୃଷ୍ଟି କରିଥିଲା। ଏହି ଡାକରାରେ ଉଦ୍‌ବୁଦ୍ଧ ହୋଇ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ ଚମ୍ପାଇଲୋ ଗ୍ରାମର ୨୦ରୁ ଊର୍ଦ୍ଧ୍ୱ ଦେଶପ୍ରେମୀ ଆଜାଦ ହିନ୍ଦ୍‌ ଫୌଜରେ ସାମିଲ ହୋଇ ବ୍ରିଟିଶ ବିରୋଧରେ ସଂଗ୍ରାମ କରିଥିଲେ। ଏପରି କି କେତେଜଣ ସ୍ବାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଡାକରାରେ ଏହି ଗ୍ରାମର ବିଶ୍ୱନାଥ ସାମନ୍ତ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ବିଟ୍ରିଶ ବିରୋଧରେ ଲଢେଇର ପ୍ରମାଣ ତଥା ସ୍ବାଧୀନତାର ସ୍ବାକ୍ଷରତା ସ୍ବରୂପ ସରକାର ତାଙ୍କୁ ମାନପତ୍ର ପ୍ରଦାନ କରିଥିଲେ। କିନ୍ତୁ ତାଙ୍କ ସ୍ମୃତିରକ୍ଷା ନିମନ୍ତେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ତାଙ୍କର ଦାୟାଦ ବସନ୍ତ ମଞ୍ଜରୀ ସାମନ୍ତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସେତେବେଳେ ଖୋର୍ଦ୍ଧା ସବଡିଭିଜନ୍‌ରେ ପ୍ରଥମ ରାଜବନ୍ଦୀର ମାନ୍ୟତା ପାଇଥିବା ବିଶ୍ୱନାଥଙ୍କୁ ସ୍ବାଧୀନ ଭାରତରେ ଉପଯୁକ୍ତ ସମ୍ମାନ ମିଳିପାରି ନାହିଁ। ଏହି ଗ୍ରାମରେ ସଂଗ୍ରାମୀ ଭବନ କି ଶହୀଦ ସ୍ତମ୍ଭଟିଏ ନିର୍ମାଣ କରାଯାଇନାହିଁ। ସଂଗ୍ରାମୀଙ୍କ ଗଁା ଭାବେ ପରିଚିତ ଚମ୍ପାଇଲୋ ପ୍ରତି ଅବହେଳା କରାଯାଉଛି। ତେଣୁ ଗ୍ରାମବାସୀଙ୍କ
ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲା ପ୍ରଶାସନର ଆନ୍ତରିକତା ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମୁକ୍ତି ସଂଗ୍ରାମରେ ବଳିଷ୍ଠ ନେତୃତ୍ୱ ନେଇଥିବା ଚମ୍ପାଇଲୋ ଗ୍ରାମର ସତ୍ତା ହଜିବାକୁ ବସିଛି। ଖଦି ଆନ୍ଦୋଳନ ସମୟରେ ଏଠାରେ ନିର୍ମାଣ ହୋଇଥିବା ଖଦିକେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମୁକ୍ତି ସଂଗ୍ରାମ ସମୟରେ ବନ୍ଦେ ମାତରମ୍‌, ଭାରତ ମାତା କୀ ଜୟଗାନରେ ଗଗନ ପବନ ମୁଖରିତ ହୋଇପଡୁଥିବା ଏହି ଗ୍ରାମର ଧୂଳିକଣାରେ ସ୍ବାଧୀନତା ସଂଗ୍ରାମୀଙ୍କ ଛିଟା ଆଜି ବି ଉଜ୍ଜୀବିତ ହୋଇରହିଛି। ଆଜାଦ୍‌ ହିନ୍ଦ ଫୌଜରେ ଯୋଗଦାନ କରିଥିବା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ସେମାନଙ୍କ ପରିବାରକୁ ତାମ୍ରଫଳକ ପ୍ରଦାନ କରିଥିବାବେଳେ ଅନ୍ୟ କୌଣସି ସୁବିଧା କିମ୍ବା ବ୍ୟବସ୍ଥା କରିନାହାନ୍ତି। ଭାରତର ସ୍ବାଧୀନତା ଲାଗି ୨୦ଜଣ ସଂଗ୍ରାମୀ ଯୁବକଙ୍କୁ ଉତ୍ସର୍ଗ କରିଥିବା ଏହି ମାଟିର ଗୌରବମୟ ଇତିହାସ କ୍ରମଶଃ ବିଲୁପ୍ତ ହେବାକୁ ବସିଛି। ଏ ନେଇ ବଳିଦାନ ଦେଇଥିବା ଦାୟାଦଙ୍କ ପରିବାର କ୍ଷୋଭ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ଲାଗି ବହୁବିଧ ପଦକ୍ଷେପ ନେଉଥିବାବେଳେ ତାଙ୍କ ସାଥିରେ ଲଢିଥିବା ସଂଗ୍ରାମୀଙ୍କୁ ଭୁଲି ଯାଉଛନ୍ତି। ସମ୍ପୃକ୍ତ ସଂଗ୍ରାମୀଙ୍କ ସମ୍ମାନାର୍ଥେ ସେମାନଙ୍କ ପ୍ରତିମୂର୍ତ୍ତି ଓ ଶହୀଦ ସ୍ତମ୍ଭ ସ୍ଥାପନ ସହ ଚମ୍ପାଇଲୋକୁ ଐତିହ୍ୟ ଗ୍ରାମର ମାନ୍ୟତା ଦେବାକୁ ଗ୍ରାମବାସୀ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri