Posted inଜାତୀୟ

ଜେଏମ୍‌ଏମ୍‌ ଛାଡ଼ିବେ ଚମ୍ପାଇ ସୋରେନ୍‌

ରାଞ୍ଚତ୍,୧୯ା୮(ପି.ଟି.): ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ର ବରିଷ୍ଠ ନେତା ଚମ୍ପାଇ ସୋରେନ୍‌ ଦଳ ଛାଡ଼ିବା ନେଇ ରବିବାର ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ସେ ଅତ୍ୟନ୍ତ ଅପମାନଜନକ ଅନୁଭୂତି ପାଇଛନ୍ତି, ଯାହା ତାଙ୍କୁ ବିକଳ୍ପ ପଥ ବାଛିବା ପାଇଁ ବାଧ୍ୟ କରିଥିବା ଚମ୍ପାଇ କହିଛନ୍ତି। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଦିଲ୍ଲୀରେ ପହଞ୍ଚତ୍ବା ପରେ ସୋସିଆଲ ମିଡିଆ ଆକାଉଣ୍ଟରେ ଉପରୋକ୍ତ ମନ୍ତବ୍ୟ ପୋଷ୍ଟ କରିଛନ୍ତି।
ତାଙ୍କୁ ନ ଜଣାଇ ଜୁଲାଇରେ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ଦଳର ନେତୃତ୍ୱ ବାତିଲ କରିଦେଇଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଅନ୍ୟ ଜଣେ ବାତିଲ କରିବାଠାରୁ ଗଣତନ୍ତ୍ରରେ ବଡ଼ ଅପମାନ କିଛି ନ ଥାଇପାରେ ବୋଲି ଚମ୍ପାଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଧାୟକ ଦଳ ବୈଠକ ଡାକିବା ତାଙ୍କ କ୍ଷମତାଧୀନ ହୋଇଥିବାବେଳେ ବୈଠକ ସମ୍ପର୍କରେ ତାଙ୍କ ପାଖରେ କୌଣସି ଖବର ନ ଥିଲା। ଉକ୍ତ ବୈଠକରେ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା ଏବଂ କ୍ଷମତା ଲୋଭ ନ ଥିବାରୁ ସେ ପଦ ଛାଡ଼ିଥିଲେ। ତାଙ୍କ ଆତ୍ମସମ୍ମାନକୁ ଏହା ଗଭୀର ଭାବେ ଆଘାତ ଦେଇଥିଲା ବୋଲି ଚମ୍ପାଇ କହିଛନ୍ତି। ସେଦିନ ସେ ବିଧାୟକ ଦଳ ବୈଠକରେ କହିଥିଲେ, ଆଜିଠାରୁ ତାଙ୍କ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଆତ୍ମସମୀକ୍ଷା ପରେ ସେ ତାଙ୍କ ଭବିଷ୍ୟତ କ୍ୟାରିୟର ସମ୍ପର୍କରେ ୩ଟି ବିକଳ୍ପ ବାଛିଛନ୍ତି। ପ୍ରଥମ ହେଲା ସେ ରାଜନୀତିରୁ ଅବସର ନେବେ ଏବଂ ଦ୍ୱିତୀୟରେ ନିଜସ୍ବ ସଂଗଠନ ଗଢ଼ିବେ। ଉପଯୁକ୍ତ ସହଯୋଗୀ ପାଇଲେ, ତାଙ୍କ ସହ ଆଗକୁ ବଢ଼ିବେ ବୋଲି ଚମ୍ପାଇ କହିଛନ୍ତି। ଆଗାମୀ ଝାଡ଼ଖଣ୍ଡ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କର ବିକଳ୍ପ ଖୋଲା ରହିଥିବା ଉକ୍ତ ପୋଷ୍ଟରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌ ଗିରଫ ହେବା ପରେ ୬୭ ବର୍ଷୀୟ ଚମ୍ପାଇ ଗତ ଫେବୃଆରୀ ୨ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଓ ଜୁଲାଇ ୩ରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri