ଚମ୍ପାବତୀ ଉପାଖ୍ୟାନ

ଜୟଶ୍ରୀ ପଟ୍ଟନାୟକ

ସକାଳୁ ସକାଳୁ ମାଲିକ ଘର ଆଗରେ ଭିଡ଼ ଦେଖି ମୁଁ ଟିକେ ଭୟଭୀତ ହୋଇପଡ଼ିଲି। ଯେତେବେଳେ ଘଟଣା କ’ଣ ଘଟିଛି ତାହା ବୁଝିବାକୁ ଗଲି ଜଣାପଡ଼ିଲା ଯେ, ଚମ୍ପାବତୀ ନାମ୍ନୀ ଯେଉଁ ଭଦ୍ରମହିଳା ଜଣକ ପ୍ରତିଦିନ କାଳିଅନ୍ଧାରରୁ ଉଠି ମାଲିକ ଘର ଗଛରୁ ଫୁଲ ଚୋରାଏ ସେ ଆଜି ନାଳ ଉପରେ ପଡ଼ିଥିବା ସ୍ଲାବ୍‌ ଖଣ୍ଡେ ଭାଙ୍ଗିଯିବାରୁ ନାଳରେ ଗଳିପଡ଼ିଛି। ଅଣ୍ଟାରୁ ଗୋଡ଼ ନାଳ ଭିତରେ ଆଉ ଅଣ୍ଟାରୁ ମୁଣ୍ଡ ନାଳ ଉପରେ। ଓଜନ ଆନୁମାନିକ ଅଶୀ ସରିକି ହେବ। ତାକୁ ପୁଣି ନାଳରୁ କିଏ ଉଠେଇବ ଲୋ ମା’! ନାଳକୁ ଲାଗି ପିଚୁରାସ୍ତା ଲମ୍ବିଯାଇଛି। ରାତିଦିନ ଗାଡ଼ିମୋଟର ଓ ଆମ୍ବୁଲାନ୍ସ ଶବ୍ଦରେ କାନଅତଡ଼ା ଫାଟିଯାଉଛି। ଖୁବ୍‌ ଚଳଚଞ୍ଚଳ ହୋଇପଡ଼େ ରାଜଧାନୀ ପାହାନ୍ତିପ୍ରହରୁ। ଏହି ସମୟରେ ଚମ୍ପାବତୀଙ୍କ ଡାକ କାହା କାନରେ ପଡୁ ନ ଥାଏ। ନାଳ ଭିତରେ ପଡ଼ିଯାଇଥିବାରୁ ନାଳର ଗଙ୍ଗାପାଣିରେ ଗୋଡ଼ ଦୁଇଟି ଓଦା ହୋଇ ଥରୁଥାଏ। ସବୁ ହେଲା ଯେ ତାକୁ ନାଳରୁ ଉଠେଇବ କିଏ ସେନେଇ ବିଚାରବିମର୍ଶ ଚାଲିଲା। ଏହି ସମୟରେ କାଉ କା ନ ବୋଲୁଣୁ କାମରେ ଆସି ଯୋଗଦେଇଥିବା ସଫେଇ କର୍ମଚାରୀ ତଥାକଥିତ ଢଙ୍ଗରେ ପହଞ୍ଚତ୍ଗଲେ ମାଲିକ ଘର ଆଗରେ। ଆରେ ସ୍ତ୍ରୀ ଲୋକଟି ନାଳରେ ପଡ଼ିଯାଇଛି ବୋଧେ କହି ଡାକିଲା ସାଥୀ କର୍ମଚାରୀମାନଙ୍କୁ, ଆସ ସମସ୍ତେ ମିଶି ସ୍ତ୍ରୀ ଲୋକଟାକୁ ନାଳରୁ ଉଠାଇବା। ଦୁଇପଟ ଦୁଇଜଣ ଲେଖାଏଁ ଚାରିଜଣ ସଫେଇବାଲା ତା’ ବାହୁକୁ ଧରି ଉପରକୁ ଉଠେଇବାକୁ ଚେଷ୍ଟା କଲାବେଳକୁ ମହିଳା ଜଣକ କହିଲେ- ତୁମେମାନେ ମୋତେ ଛୁଇଁଲେ ମୋ ଦେହ ଅପବିତ୍ର ହେଇଯିବ। ଆରେ ୟେ କି କଥା! ନାଳ ଭିତରେ ପଡ଼ିଥିବା ମଣିଷ କେମିତି ଜୀବନ ବଞ୍ଚାଇବ ସେ କଥା ସିନା ଚିନ୍ତା କରିବ ୟେ ଓଲଟି କହୁଛି ମୋତେ ଛୁଅଁନାହିଁ ମୋ ଦେହ ଅପବିତ୍ର ହେବ। ମୋତେ ଗଙ୍ଗାପାଣିରେ ଗାଧୋଇ ତୁଳସୀ ଖାଇବାକୁ ହେବ। ସେମାନେ ତ ସହଜେ ସଫେଇବାଲା, ସେମାନେ କୋଉ କହିବା ଛାଡ଼ିଦେବେ ଯେ? ସେମାନଙ୍କ ଭିତରୁ ଜଣେ କହିଲା ମାଉସୀ ଲୋ! ତୁ ତ ନାଳ ଭିତରେ ପଶି ଅଧା ଓଦା ହେଲୁଣୁ। ପାଦ ଦୁଇଟି ନଳାପାଣିରେ ବୁଡ଼ିରହିଛି ପୁଣି ପବିତ୍ର ଅପବିତ୍ର କଥା କାହିଁକି ତୁଣ୍ଡରେ ଧରୁଛୁ କହିଲୁ? ଆଉ ଜଣେ କହିଲା ମାଉସୀ ! ତୋ ଦେହ ରକ୍ତ ଆଉ ମୋ ଦେହ ରକ୍ତ କ’ଣ ଅଲଗା? ତୃତୀୟ ଜଣକ କହିଲା ତୋ ଦେହ ତ ନଳାପାଣିରେ ଗନ୍ଧଉଛି। ଚତୁର୍ଥ ଜଣକ କହିଲା ଏଡ଼େ ମୋଟୀ ହେଇଛୁ ଯେ ତୋତେ ଉଠେଇବ କିଏ ନାଳରୁ? ମୁଁ ଯଦି ଉଠେଇବି ତା’ହେଲେ କେତେ ଟଙ୍କା ମଦପାଣିକୁ ଦେବୁ ଆମକୁ କହିଲେ ଯାଇ ଉଠେଇବୁ। ନ ହେଲେ ସେମିତି ଛିଡ଼ା ହୋଇଥା’। ଏତିକି କହି ଚାରିଜଣ ଯାକ ସେ ଠାବରୁ ଚାଲିଗଲେ ସେମାନଙ୍କ କାମରେ ହାଜିରା ଦେବାଲାଗି।
ଧୀରେ ଧୀରେ ରାସ୍ତାରେ ଯାଉଥିବା ଲୋକମାନଙ୍କ ନଜରରେ ପଡ଼ିଲା ଚମ୍ପାବତୀ। ହାତରେ ଥିବା ଫୁଲଜରିରେ ଟଗର ଆଉ ପର ବାଡ଼ିରୁ ଲଗି ଲଗେଇ ଆଣିଥିବା କନିଅର ଓ ମନ୍ଦାର ଫୁଲ ରହିଛି। କିଛି ସମୟ ପରେ ପାଖରେ ଘର କାମରେ ବ୍ୟବହୃତ ହେଉଥିବା ନିଶୁଣିକୁ ଆଣି ନାଳରେ ଥୁଆହେଲା ଆଉ ମାଉସୀ ଜଣକ ଉପରକୁ ଉଠିଲେ ଶିଡ଼ି ସାହାଯ୍ୟରେ। ପାଖ ପାଇପ୍‌ରେ ଧୁଆଧୋଇ ହୋଇ ଫୁଲଜରିକୁ ସାଙ୍ଗରେ ନ ନେଇ ଅଳିଆ ଗଦାରେ ଫିଙ୍ଗିଦେଲା। ଘରେ ପହଞ୍ଚତ୍ ଯାହା ଘଟିଥିଲା ସେ ସମ୍ପର୍କରେ ଘରଲୋକଙ୍କୁ ଜଣାଇବା ପରେ ଘରଲୋକ ଆସି ସକାଳୁ ସକାଳୁ ମାଲିକ ଘର ଉପରେ ତୁମ୍ବିତୋଫାନ। କ’ଣ ନା, କି ଘର ତିଆରି କରିଛ ଯେ ନାଳ ଉପରେ ସ୍ଲାବ୍‌ ଖଣ୍ଡେ ଭଲରେ ପକାଇପାରୁନାହଁ? ମାଲିକ ମଉସା କହିଲେ, ତୁମେ କି ଘର ବନେଇଛ ଯେ ଫୁଲଗଛ ପାଇଁ ଜାଗା ଟିକେ ନ ରଖି ୟା ବାଡ଼ିକୁ ତା ବାଡ଼ି କାଳିଅନ୍ଧାରରେ ପଶି ସବୁ ଫୁଲ ଚୋରିକରି ନେଉଛ। ଆସିଲ ବୋଲି ତ ନାଳରେ ପଡ଼ି ଖଣ୍ଡିଆ ଖାବରା ହେଲ ଆଉ ଫୁଲ ପ୍ରତିଦିନ ନେଉଛ ବୋଲି ଧରା ବି ପଡ଼ିଲ। ବଜାରରୁ ପରିବା, ସଉଦା, ନଡ଼ିଆ, କଦଳୀ ଆଣୁଛ ଆଉ ଫୁଲ ଟିକେ କିଣି ଆଣିବାକୁ କ’ଣ ଠାକୁର ମନା କରିଛନ୍ତି ଆଉ କହିଛନ୍ତି ଯେ, ପରବାଡ଼ିରୁ ଚୋରିକରି ଆଣି ପୂଜାକଲେ ମୁଁ ସନ୍ତୁଷ୍ଟ ହେବି ବୋଲି ? ଆମ ଘରେ ଗଛ ଥାଇ ଆମେ ବଜାରରୁ କିଣିକି ପୂଜା କରୁଛୁ ଅଥଚ ତୁମେ ଆମ ଗଛରୁ ଫୁଲ ନେଇ ପୂଜା କରିବ। ଚୋରି କରିବ ପୁଣି କୁଆଡୁ ଆସି ଝଗଡ଼ା କରିବ? କି ଓଲଟା ଜମାନା ହୋ। ରୁଣ୍ଡ ହୋଇଥିବା ଲୋକମାନେ ମାଲିକ ମଉସାଙ୍କ କଥାର ସପକ୍ଷ ନେଲାରୁ ଚମ୍ପାବତୀ ଘର ଲୋକେ ସେଠାରୁ ପଳାଇଲେ। କଥା ହେଉଛି ଏମିତି ଅନେକ ପୁରୁଷ ଓ ମହିଳା କାଳିଅନ୍ଧାରରୁ ବାଡ଼ି ଖଣ୍ଡେ ଧରି ଚାଲିବା ବାହାନାରେ କାହା ବାଡ଼ିରୁ ନା କାହା ବାଡ଼ିରୁ ଫୁଲ ଚୋରି କରିବାରେ ଅଭ୍ୟସ୍ତ ହୋଇଗଲେଣି। କାହାର ସୁନାହାର ଛିଣ୍ଡେଇ କିଏ ନେଲାଣି ତ କାହା ଘରେ ଚୋର ପଶିଲାଣି, କିଏ ଷ୍ଟ୍ରିଟ୍‌ କୁକୁର ହାବୁଡ଼ରେ ପଡ଼ି ସାଙ୍ଗରେ ଆଣିଥିବା ବାଡ଼ିରେ ହୁରୁଡ଼ାଇ ପ୍ରାଣ ବଞ୍ଚାଉଛନ୍ତି। ତଥାପି ଏ ଗୁଣ ଲାଗେ ତାଙ୍କର ପ୍ରକୃତିଗତ ଗୁଣ। ଆଉ ଯେତେବେଳେ ଦୁର୍ଘଟଣା ଘଟୁଛି ସେତେବେଳେ ରାସ୍ତାର ଦୋଷ। ସୁନା ଚୋରି ହେଲେ ପୋଲିସର ଦୋଷ ଏମିତି ଏମିତି କେତେ କଥା ବାହାରେ। ବାସ୍ତବରେ ଆମେ ଆମ ଗୁଣକୁ କେତେ ସଜାଡ଼ୁଛେ? ବହୁତ ପଇସା ଦେଇ ଜାଗା କିଣି ଘର କରୁଛେ, ଆପାର୍ଟମେଣ୍ଟରେ ରହୁଛେ କିନ୍ତୁ ରହୁଥିବା ସ୍ଥାନର ଚାରିପଟେ ଇଞ୍ଚେ ବି ଜାଗା ରଖୁନାହୁଁ। ପର ଦୁଆରୁ ଫୁଲ ଚୋରି କରିବା ଆମର ସାନପଣ ନୁହଁ ବରଂ ଘର ଚାରିପାଖେ ଫୁଲଗଛ ଲଗାଇବା ଓ ମାଟିହାତ ହେବାକୁ ସାନପଣ ମଣୁଛୁ। ପ୍ରଚଣ୍ଡ ନିଦାଘରେ ଘରେ ଏସି ବା କୁଲର ତଳେ ଜୀବନ କାଟିବାକୁ ପସନ୍ଦ କରୁଛୁ ହେଲେ ଘର ଚାରିପାଖରେ ଗଛ ଲଗାଇ ଫୁଲ ସହିତ ପ୍ରାକୃତିକ ପରିବେଶରେ ପବନ ଖାଇ ଘଡ଼ିଏ ସକାଳ ଓ ସଞ୍ଜର ଶାନ୍ତ ପରିବେଶରେ ପରିବାର ସହିତ କଟେଇବା ପାଇଁ ଶ୍ରେୟ ମଣୁନାହୁଁ। ଗାଡ଼ି ରଖିବାକୁ ଗ୍ୟାରେଜ କରିବା ହେଲେ ଯେଉଁ ଦେବଦେବୀଙ୍କ ପାଇଁ ଇଞ୍ଚେ ମାଟି ବି ନାହିଁ ଫୁଲଗଛଟିଏ ପୋତି ଘରୁ ବାହାରୁଥିବା ପରିବା ଚୋପାକୁ ଜୈବିକ ଖତ କରି ପକାଇ ପରିବେଶକୁ ସୁସ୍ଥ ରଖିବା କଥା ଚିନ୍ତା କରିବାକୁ। ଏସବୁ କଥା ହେଜିବା କେବେ? ଏସବୁ କରିବା ଦ୍ୱାରା ଜଗତେ କେବଳ ଜନେ ହସିବେ। ସୁଧିଜନେ ଯାହା ଭଲ ବୋଲି ବିଚାର କରୁଛନ୍ତି ସେଇୟା କରନ୍ତୁ। କାରଣ କଥାରେ ଅଛି ପରା-”ଘୁଷୁରି ପ୍ରକୃତି ପଙ୍କରେ ଲୋଟେ ମଣିଷ ପ୍ରକୃତି ମଲେ ତୁଟେ।“
ଭୁବନେଶ୍ୱର, ମୋ:୭୯୭୮୧୧୦୪୭୪


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri