ନିଯୁକ୍ତିକୁ ଚ୍ୟାଲେଞ୍ଜ

Dillip Cherian

ତେଲଙ୍ଗାନା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରି ତଥା ଆଇଏଏସ୍‌ ଅଧିକାରୀ ନୀତୁ କୁମାରୀ ପ୍ରସାଦଙ୍କ ପାଇଁ ଅଡୁଆ ବଢିଛି। ତାଙ୍କୁ ପଦବୀରୁ ହଟାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସକାଶେ ଜଣେ ସାମାଜିକ କର୍ମୀ ତେଲଙ୍ଗାନା ଉଚ୍ଚନ୍ୟାୟାଳୟରେ ପିଟିଶନ ଦାଏର କରିଛନ୍ତି। କୋର୍ଟର ଏକ ଡିଭିଜନାଲ ବେଞ୍ଚ୍‌ ମଧ୍ୟ ଏହି ପିଟିଶନର ଶୁଣାଣି କରିବାକୁ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁଯାୟୀ,ଏହି ପଦବୀ ଲାଗି ପରିବେଶ, ଜଙ୍ଗଲ ଏବଂ ବିଜ୍ଞାନ ବିଷୟରେ ବାଧ୍ୟତାମୂଳକ ଯୋଗ୍ୟତା ଏକ ବୈଧାନିକ ଆବଶ୍ୟକତା। ହେଲେ ପ୍ରସାଦ ତାହା ହାସଲ କରିନାହାନ୍ତି ବୋଲି ସମାଜସେବୀ ଜଣକ ଅଭିଯୋଗ କରିଛନ୍ତି। ପ୍ରାରମ୍ଭରୁ ବୋର୍ଡର ମେମ୍ବର ସେକ୍ରେଟାରି ଓ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ସକାଶେ ସ୍ଥିରୀକୃତ ଗାଇଡ୍‌ଲାଇନ୍‌ର ବୈଧତା ଉପରେ ପ୍ରଶ୍ନ ଉଠାଇ ରାଜ୍ୟ ଉଚ୍ଚନ୍ୟାୟାଳୟରେ ସମାନ ପ୍ରକାରର ଜନସ୍ବାର୍ଥ ମାମଲା ଦାଏର କରାଯାଇଥିଲା। ଏହାର ବିଚାର କରି ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ପଦବୀ ଲାଗି ରାଜ୍ୟ ସରକାର କେବଳ ଆଇଏଏସ୍‌ ଓ ଆଇଏଫ୍‌ଏସ୍‌ରୁ ଚୟନ କରିପାରିବେ ନାହିଁ। ପୁନଶ୍ଚ କୋର୍ଟ ମଧ୍ୟ ସୂଚାଇ ଦେଇଥିଲେ ଯେ, ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ଙ୍କ ନିଯୁକ୍ତି ବୋର୍ଡର କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ମେମ୍ବର ସେକ୍ରେଟାରି ପଦବୀରେ ସର୍ବନିମ୍ନ କାର୍ଯ୍ୟକାଳ ଦୁଇରୁ ତିନି ବର୍ଷ ରହିବାର ଆବଶ୍ୟକତା ଥିବାବେଳେ ଯେହେତୁ ସରକାର ଏହି ଅଧିକାରୀମାନଙ୍କୁ ଲଗାତର ବଦଳି କରୁଛନ୍ତି ସେଥିପାଇଁ ବୋର୍ଡ କାର୍ଯ୍ୟରେ ବାଧା ଉପୁଜିବ ବୋଲି କୋର୍ଟ ଦର୍ଶାଇଥିଲେ। ଏ ଦୃଷ୍ଟିରୁ ଏବେ ପ୍ରସାଦଙ୍କ ନିଯୁକ୍ତିକୁ ନେଇ ଦାଏର ହୋଇଥିବା ପିଟିଶନ ଉପରେ କିଛି ଭିନ୍ନ ପରିଣାମ ଆସିବାର ସମ୍ଭାବନା ନାହଁି।
ରପ୍ତାନି ଟାର୍ଗେଟ୍‌
ଭାରତର ଦୁର୍ବଳ ରପ୍ତାନି ସ୍ଥିତିକୁ ସୁଧାରିବା ଲାଗି ବାଣିଜ୍ୟ ମନ୍ତ୍ରଣାଳୟର ପୁନର୍ଗଠନ ଆବଶ୍ୟକ। ଜଣାପଡ଼ିଛି ଯେ, ନିକଟରେ ବରିଷ୍ଠ ଅଧିକାରୀଙ୍କ ସହ ଆୟୋଜିତ ବୈଠକରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ମନ୍ତ୍ରଣାଳୟ ପୁନର୍ଗଠନର ଆବଶ୍ୟକତା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱ ବାଣିଜ୍ୟରେ ରହିଥିବା ସୁବିଧା ସୁଯୋଗରୁ ଲାଭ ଉଠାଇବା ପାଇଁ ମନ୍ତ୍ରଣାଳୟର ପୁନର୍ଗଠନ ଦରକାର ବୋଲି ଗୋଏଲ ଜୋର୍‌ ଦେଇଛନ୍ତି। ସେ ବାଣିଜ୍ୟ ମନ୍ତ୍ରଣାଳୟ ସଚିବ ବି.ଭି .ଆର୍‌.ସୁବ୍ରମଣ୍ୟମ ଏବଂ ତାଙ୍କ ଟିମ୍‌ଙ୍କୁ ୨୦୨୭ ସୁଦ୍ଧା ରପ୍ତାନିକୁ ଆଗକୁ ବଢ଼ାଇବା ସହ ୨ ବିଲିୟନ୍‌ ଡଲାରର ଟାର୍ଗେଟ ହାସଲ କରିବାକୁ କହିଛନ୍ତି। ଯେଉଁମାନେ ଏହିସବୁ ନୂତନ ବିଚାର ଉପରେ ଅବଗତ ସେମାନେ କହନ୍ତି ଯେ, ନିବେଶ ଓ ବାଣିଜ୍ୟକୁ ପ୍ରୋତ୍ସାହିତ କରୁଥିବା ତଥା ମନ୍ତ୍ରଣାଳୟ ଅଧୀନସ୍ଥ ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଫରେନ୍‌ ଟ୍ରେଡ୍‌ ଏବଂ ଅନ୍ୟ ସଂସ୍ଥାଗୁଡ଼ିକର ପୁନର୍ଗଠନ ପରେ ସେଗୁଡ଼ିକୁ ରପ୍ତାନି ଟାର୍ଗେଟ ହାସଲ କରିବା ଲାଗି ଫ୍ରି ହ୍ୟାଣ୍ଡ୍‌ ଦେବା ଉଚିତ। ବୈଠକରେ ଗୋଏଲ ମଧ୍ୟ ସୂଚାଇ ଦେଇଥିଲେ ଯେ, ଏଥିପାଇଁ କାର୍ଯ୍ୟ କରିବା ଲାଗି ବିଶେଷଜ୍ଞମାନଙ୍କୁ ନେଇ ଏକ ଟ୍ରେଡ୍‌ ରେମିଡିଜ୍‌ ରିଭ୍ୟୁ କମିଟି ଗଠନ କରାଯିବ । କମିଟିର ଅନୁଧ୍ୟାନଭିତ୍ତିକ ପରିଣାମକୁ ନିଶ୍ଚିତ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଏବଂ ଏହାସହ କାର୍ଯ୍ୟ କରୁଥିବା ଅନ୍ୟ ମନ୍ତ୍ରଣାଳୟଗୁଡ଼ିକୁ ମଧ୍ୟ ସାମିଲ କରାଯିବ। ତେବେ ବ୍ରାଣ୍ଡ୍‌ ଇଣ୍ଡିଆକୁ ମଜଭୁତ କରିବା ଏବଂ ସୁବ୍ରମଣ୍ୟମ ଓ ତାଙ୍କ ସାଥୀମାନଙ୍କ ଦାୟିତ୍ୱ କମ୍‌ କରିବା ଲାଗି ଏହା ଆଉ ଏକ ପଦକ୍ଷେପ ବୋଲି ସ୍ପଷ୍ଟ ହୋଇଛି।
ପୋଲିସ ଅଧିକାରୀଙ୍କୁ ଅଙ୍କୁଶ
ନିକଟରେ ଗୁଜରାଟରେ ବ୍ୟାପକ ଘୋଟାଲା ସାମ୍ନାକୁ ଆସିଛି ଓ ଏହାକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପିନ୍ଦ୍ର ପଟେଲ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କିଛିଦିନ ହେଲା ପୋଲିସ ଅଧିକାରୀଙ୍କ ବିରୋଧରେ ବହୁ ଲାଞ୍ଚ ଓ ଦୁର୍ନୀତି ଅଭିଯୋଗ ଆସିବାରେ ଲାଗିଛି। ଖୁବ୍‌ ନିକଟରେ ରାଜକୋଟ ପୋଲିସ କମିଶନର ମନୋଜ ଅଗ୍ରଓ୍ବାଲଙ୍କ ବିରୋଧରେ ଲାଞ୍ଚ ଅଭିଯୋଗଗୁଡ଼ିକ ଆସିଛି। ଜଣେ ଭାଜପା ବିଧାୟକ ବି ଅଭିଯୋଗ ଆଣିଛନ୍ତି, ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ସୂତ୍ରରୁ ଜଣାପଡ଼ିଛି ଯେ, ପୋଲିସ ଅଧିକାରୀମାନେ ଜବରଦସ୍ତ ଅର୍ଥ ଆଦାୟ ଏବଂ ଜମି ଅଧିଗ୍ରହଣ ଆଇନର ଅପବ୍ୟବହାର ସଂକ୍ରାନ୍ତୀୟ ଅନେକ ଅଭିଯୋଗ ପଟେଲ ସରକାର ଗ୍ରହଣ କରିଛନ୍ତି । କେବଳ ରାଜକୋଟରେ ନୁହେଁ ସାରା ରାଜ୍ୟରେ ଏହା ଏକ ଗମ୍ଭୀର ପ୍ରସଙ୍ଗ ହେବାକୁ ଯାଉଛି। ସରକାର ପୋଲିସ ଅଧିକାରୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛନ୍ତି। ଜମି କିଣାବିକା ମାମଲାରୁ ସେମାନଙ୍କୁ ଦୂରେଇ ରଖିବା ଲାଗି ସରକାର ମାର୍ଗଦର୍ଶିକା ପ୍ରସ୍ତୁତ କରୁଥିବା ବିଶ୍ୱାସ କରାଯାଉଛି। ସରକାରଙ୍କ ବିନା ଅନୁମତିରେ ଜମିଜମା ସଂକ୍ରାନ୍ତୀୟ ମମଲାରେ ପୋଲିସ ଅଧିକାରୀମାନେ ତଦନ୍ତ କରିପାରିବେ ନାହିଁ ବୋଲି ନୂଆ ନିୟମରେ ଏକ ନିର୍ଦ୍ଦେଶ ରହିବ ବୋଲି କୁହାଯାଉଛି। ବରିଷ୍ଠ ଆଇପିଏସ୍‌ ଏବଂ ଆଇଏଏସ୍‌ ଅଧିକାରୀମାନଙ୍କ ବିରୋଧରେ ଥିବା ସବୁ ବଡ଼ଧରଣର ଜମିଜମା ଦୁର୍ନୀତି ଉପରେ ତଦନ୍ତ କରିବା ଲାଗି ସରକାର ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରିବା ଲାଗି ମଧ୍ୟ ଯୋଜନା କରୁଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri