Traffic sign quoting shutdown
ଜୁନାଗଡ,୨୭।୭(ଡି.ଏନ୍.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମହିଚଲା ପଞ୍ଚାୟତ ଅନ୍ତର୍ଗତ ଚକୁଳି ଗ୍ରାମରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ଓ ତାଙ୍କ ପରିବାରର ଅନ୍ୟ ତିନି ଜଣ ସଦସ୍ୟ ରହିଥିଲେ। ପରେ ସେମାନଙ୍କୁ ଭବାନୀପାଟଣା ବାନ୍ଦୋପଲାସ୍ଥିତ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ସଂକ୍ରମଣ ବଢିବା ଆଶଙ୍କା କରି ସ୍ଥାନୀୟ ସରପଞ୍ଚ ଅଜୟ କୁମାର ବେହେରା ଆସନ୍ତା ୩୧ ତାରିଖ ଶୁକ୍ରବାର ରାତି ୧୦ଟା ଯାଏ ଚକୁଳି ଗ୍ରାମକୁ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଘରୁ କେହି ବାହାରକୁ ନ ବାହାରି କୋଭିଡ ନିୟମ ମାନିବାକୁ ଗ୍ରାମବାସୀଙ୍କୁ ପ୍ରଚାର ଗାଡି ମାଧ୍ୟମରେ ସୂଚନା ଦିଆଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ବାବ ନମୁନା ପରୀକ୍ଷା ପାଇଁ ନିଆଯାଇଥିବା ସରପଞ୍ଚ ବେହେରାଙ୍କଠୁ ଜଣାପଡିଛି।