ଚକରା ବିଷୋୟୀ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ :ଚମ୍ପିୟାନ ହେଲେ…

ଭଞ୍ଜନଗର,୧୦।୧୦(ବାବୁଲା ପ୍ରଧାନ):  ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଫାଇନାଲ ମ୍ୟାଚ୍ । ଏହା  ଭଞ୍ଜନଗର ନରେଶ ଏକାଦଶ ଓ ଆୟୋଜକ ଭଞ୍ଜନଗର ଫୁଟବଲ କ୍ଲବ ମଧ୍ୟରେ ହୋଇଥିଲା। ଏକ କଡ଼ା ସଂଘର୍ଷ ପୂର୍ଣ୍ଣ ମ୍ୟାଚ୍ରେ ଆୟୋଜକ ଭଞ୍ଜନଗର ଫୁଟବଲ କ୍ଲବ ୨-୧ ଗୋଲରେ ଚମ୍ପିୟାନ ହୋଇଥିଲା। ଭଞ୍ଜନଗର ଉପ ଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଏବଂ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ. ଦୀପକ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଅବିନାଶ ମହାର, ସରପଞ୍ଚ ପ୍ରତିନିଧି ସୁବାଷ ବରାଡ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ। ଚମ୍ପିୟାନ ଦଳକୁ ୨୨,୨୨୨ ଟଙ୍କା ଓ ଟ୍ରଫି ଏବଂ ରନରସ ଅପ୍ ଟିମ୍ କୁ ୧୭,୭୭୭ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳୀ ନରେଶ ଏକାଦଶର ସୋରେନ୍, ଶ୍ରେଷ୍ଠ ଗୋଲକିପର ଆୟୋଜକ ଟିମ୍ ର ଭିକାରୀ ବିଷୋୟୀ, ଶ୍ରେଷ୍ଠ ଡିଫେନ୍ସ୍ ଖେଳାଳୀ ଆଶିଷ, ଶ୍ରେଷ୍ଠ ସ୍କୋରର ଗୋଧି ଏବଂ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କାର ଭିକିଙ୍କୁ ପ୍ରଦାନ କରାଯାଇଥିଲା । ମ୍ୟାଚ୍ ଗୁଡିକୁ ଜାତୀୟ ରେଫରି ସୁବ୍ରତ କୁମାର ପୁରୋହିତ, ରାଜ୍ୟ ସ୍ତରୀୟ ରେଫରୀ ପି ରମେଶ, ସଲିଲ କୁମାର ବେହେରା , ବାପୁନା ସିଂ,ବିଚିତ୍ର ଜେନା , ମ୍ୟାଚ୍ କମିଶନର ପି ଆନନ୍ଦ ରାଓ ପରିଚାଳନା କରିଥିଲେ। ପ୍ରଶାନ୍ତ ମହାନ୍ତି ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳକୁ ପରିଚାଳନା କରିବାରେ ବାପୁନା ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଚିଦାନନ୍ଦ ସ୍ଵାଇଁ,ଦୀପକ ସେଠୀ, ନୃସିହଂ ନାଥ ପ୍ରଧାନ, ସୁଚିତ୍ର ଜେନା, ଦୀପଜାଳି ସାହୁ, ସ୍ମୃତିମୟୀ ମିଶ୍ର, ଭାର୍ଗବୀ ସ୍ଵାଇଁ, କ୍ରୀଷ୍ଠା ପରିଡା, ଜଗନ୍ ପୋଲେଇ ପ୍ରମୁଖ ସହଯୋଗ କରିଥିଲେ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri