ଅରୁନ୍ଧତୀରେ ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍‌ଲସ୍‌ ଫେଷ୍ଟିଭାଲ

ଭୁବନେଶ୍ୱର,୧୩।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଅରୁନ୍ଧତୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ଅଭିଜ୍ଞ କାରିଗରି ଦ୍ୱାରା ନିର୍ମିତ ଅଳଙ୍କାରର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍‌ଲସ୍‌ ଫେଷ୍ଟିଭାଲ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ ଡିଜାଇନ ଓ ସ୍ବତନ୍ତ୍ର କାରିଗରି ଭରା ଗୋଲ୍‌ଡ, ଡାଇମଣ୍ଡ ଏବଂ ପ୍ଲାଟିନମ କଲେକ୍ସନର ବ୍ୟାପକ ସମ୍ଭାର ପ୍ରଦର୍ଶନୀରେ ସାମିଲ ହୋଇଛି। ସେହିଭଳି ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଅଫରର ବ୍ୟବସ୍ଥା କରାଯାଇଛି। ବିଶେଷକରି ସୁନାଗହଣାର ଗଢ଼ା ମଜୁରି ଉପରେ ୫୦% ପର୍ଯ୍ୟନ୍ତ ରିହାତି ଦିଆଯାଉଥିବାବେଳେ ହୀରା ମୂଲ୍ୟ ଉପରେ ୩୦% ରିହାତି ଏବଂ ରୁପା ଅଳଙ୍କାର ଉପରେ ୫୦%ର ପର୍ଯ୍ୟନ୍ତ ସ୍ବତନ୍ତ୍ର ରିହାତି ଗ୍ରାହକମାନେ ପାଇପାରିବେ। ଏହି ଅଫର ଅରୁନ୍ଧତୀ ଜୁଏଲର୍ସର ସମସ୍ତ ୭ଟି ଶାଖାରେ ଉପଲବ୍ଧ।
ଏ ସମ୍ପର୍କରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଛନ୍ତି, ଅରୁନ୍ଧତୀର ଏହି ସ୍ବତନ୍ତ୍ର ପ୍ରଦର୍ଶନୀ ଓ ଫେଷ୍ଟିଭାଲ ଜରିଆରେ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ଓ ଚାହିଦା ମୁତାବକ ଅଳଙ୍କାର ସଂଗ୍ରହକରି ପାରିବେ ବୋଲି ମତପ୍ରକାଶ କରିଛନ୍ତି। ଅପରପକ୍ଷରେ ପାର୍ବଣର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ ଗ୍ରାହକବନ୍ଧୁମାନଙ୍କୁ ଫେଷ୍ଟିଭାଲର ମଜା ଉଠାଇବାକୁ ପ୍ରତିଷ୍ଠାନ ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଉଛି।