ନିଜ ବନ୍ଧୁ ଉପରେ ଭରସା କରି ପାରୁନାହିଁ ଚାଇନା!

ବେଜିଂ,୨୮।୧୧: ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଭଲ ବୋଲି ବିବେଚନା କରାଯାଏ। ତେବେ ନିକଟ ଅତୀତରେ ଏଭଳି ଘଟଣା ଘଟିଛି ଯେଉଁଥିପାଇଁ ଚାଇନା ଆଉ ପାକିସ୍ତାନ ଉପରେ ବିଶ୍ୱାସ କରିପାରୁ ନାହିଁ।
ସୂଚନାଯୋଗ୍ୟ, ଗତ କିଛି ବର୍ଷ ମଧ୍ୟରେ ଚାଇନା ନାଗରିକ ଏବଂ କର୍ମଚାରୀଙ୍କୁ ଟାର୍ଗେଟ କରି ପାକିସ୍ତାନରେ ଅନେକ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା। ନିକଟ ଅତୀତରେ ବାଲୁଚିସ୍ତାନ ଏବଂ ସିନ୍ଧରେ ଚାଇନା ନାଗରିକଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଇଛି।
କର୍ମଚାରୀଙ୍କ ଉପରେ ଲଗାତାର ଆକ୍ରମଣ ଯୋଗୁଁ ଚାଇନା ଅସୁବିଧାରେ ପଡିଛି। ଚାଇନା ପାକିସ୍ତାନରୁ ଦାବି କରିଛି ଯେ ଆମର କର୍ମଚାରୀ ଏବଂ ନାଗରିକଙ୍କ ସୁରକ୍ଷା ପାଇଁ ଆମେ ଆମର ସେନାକୁ ପାକିସ୍ତାନକୁ ପଠାଇ ପାରିବା। ତେବେ ଚାଇନାର ଏହି ଦାବିରେ ପାକିସ୍ତାନ ରାଜି ହୋଇନାହିଁ।

ଚାଇନାର ଏହି ଚାହିଦା ପାକିସ୍ତାନ ଉପରେ ବିଶ୍ୱାସ ହ୍ରାସ କରୁଥିବା ଦେଖାଯାଇପାରେ। ଏହି ସମୟରେ ଚାଇନା ସେନାର ମୁଖ୍ୟ ଜେନେରାଲ ବୁଧବାର ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପହଞ୍ଚିଥିଲେ। ତାଙ୍କ ସହ ଏକ ବଡ଼ ପ୍ରତିନିଧୀ ମଧ୍ୟ ଇସଲାମାବାଦ ଯାଇଛନ୍ତି। ଚାଇନା ସେନା ମୁଖ୍ୟ ଜେନେରାଲ ଝାଙ୍ଗ ୟୋସିଆ ବୁଧବାର ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ କଥା ହୋଇଛନ୍ତି। ଏହି ବୈଠକ ସମ୍ପର୍କରେ ପାକିସ୍ତାନୀ ସେନା ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି।
ପାକିସ୍ତାନୀ ନ୍ୟୁଜ ପୋର୍ଟାଲ ଡନ ଅନୁଯାୟୀ ଆଞ୍ଚଳିକ ସୁରକ୍ଷା, ସ୍ଥିରତା ଏବଂ ପାରସ୍ପରିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଏଥି ସହ କିଛି ସୂତ୍ରରୁ ପ୍ରକାଶ ଯେ ଆତଙ୍କବାଦ ବିରୋଧରେ ଚାଲିଥିବା ଅପରେସନ ତଥା ପାକିସ୍ତାନରେ ଚାଇନା ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଚାଇନା ସେନା ମୁଖ୍ୟ ଜେନେରାଲ ଝାଙ୍ଗ ଉଦବେଗ ପ୍ରକାଶ କରିଛନ୍ତି। ଏହି ଘଟଣାଗୁଡ଼ିକୁ କିପରି ନିୟନ୍ତ୍ରଣ କରାଯିବ ସେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁର୍ନିଙ୍କୁ ପଚାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ରୁଷିଆରେ ବାଲୁକା କଳା ପ୍ରଦର୍ଶନ କରିବେ ଓଡ଼ିଆ ପୁଅ ଓମ୍‌ ପ୍ରକାଶ

କର୍ଲାମୁଣ୍ଡା:୩।୫(ପ୍ରଦୀପ କୁମାର ସାହୁ): ଭାରତ-ରୁଷିଆ ଦୂତବାସଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ରୁଷିଆର ଏଲିସ୍ଥାଠାରେ ଭାରତୀୟ ସଂସ୍କୃତି ଦିବସ (Day of Indian…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

କାଳ ବୈଶାଖୀ ତାଣ୍ଡବ: ଉଡ଼ିଗଲା ୧୬୦ ଆଜବେଷ୍ଟସ ଛପର

ନନ୍ଦପୁର ୩।୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ସଦର ମହକୁମାରେ ରବିବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝଡ଼ ତୋଫାନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri