୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସିଜିଏସଟି ସୁପରିଟେଣ୍ଡେଣ୍ଟ, ବାନ୍ଧିଲା CBI

ବାଲେଶ୍ବର,୯।୫ ବାଞ୍ଛାନିଧି ଦେ): ଲାଞ୍ଚ ନେଉଥିବାବେଳେ କେନ୍ଦ୍ରୀୟ ଦ୍ରବ୍ୟ ଓ ସେବାକର (ସିଜିଏସଟି)ବିଭାଗର ବାଲେଶ୍ବର ଆଞ୍ଚଳିକ ଅଧୀକ୍ଷକ (ଟେକ୍ନିକାଲ  ସୁପରିଟେଣ୍ଡେଣ୍ଟ) ଓମ ପ୍ରକାଶ ନାୟକଙ୍କୁ ସିବିଆଇ ଟିମ ଶୁକ୍ରବାର ସନ୍ଧ୍ୟାରେ ଗିରଫ କରିଛି । ଜଣେ ବ୍ୟବସାୟୀଙ୍କୁ ୧୬ ଲକ୍ଷ ଟଙ୍କାର ଜିଏସଟି ରିଫଣ୍ଡ ପାଇଁ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ଭୁବନେଶ୍ବର ଶାଖାର ୨୭ ଜଣିଆ ଟିମ ଶୋଭାରାମପୁର ଓଭର ବ୍ରିଜ ପାର୍ଶ୍ବ ସିଜିଏସଟି ଅଫିସରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।
ବାଲେଶ୍ବରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ପଇଠ କରିଥିବା ଜିଏସଟି ରାଶିରୁ ସରକାରୀ ଘୋଷଣାନାମା ଭିତ୍ତିରେ ୧୬ ଲକ୍ଷ ଟଙ୍କା ଫେରସ୍ତ ପାଇବାକୁ ଆବେଦନ କରିଥିଲେ । ମାତ୍ର ଏହି ଅର୍ଥ ଫେରସ୍ତ ବାବଦକୁ  ସୁପରିଟେଣ୍ଡେଣ୍ଟ ନାୟକ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ପାଖରୁ ୮୦ ହଜାର ଟଙ୍କା ଦାବି କରିଥିଲେ । ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧି ଆଜି ୫୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ । ସିବିଆଇ ଟିମ ସିଜିଏସଟି ଅଫିସରେ ଚଢ଼ଉ କରି ୫୦ ହଜାର ଟଙ୍କା ଜବତ ସହ ଅଭିଯୁକ୍ତ ନାୟକଙ୍କୁ ଗିରଫ କରିଥିଲେ । ଗିରଫ ପରେ ତାଙ୍କୁ ସିବିଆଇ ଟିମ ଭୁବନେଶ୍ବର ନେଇ ତଦନ୍ତ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Share
Tags: CGST Officer