ନିର୍ଦ୍ଦେଶରେ ସୀମିତ ସିଇଟିପି

ଯାଜପୁର ଅଫିସ,୨।୧୦: ଯାଜପୁର ଜିଲା ବ୍ରାହ୍ମଣୀ ନଦୀତଟବର୍ତ୍ତୀ ଅଞ୍ଚଳରେ ପ୍ରଦୂଷିତ ଜଳର ଉପଚାର କରିବାକୁ ସିଇଟିପି (କମନ୍‌ ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ) ସ୍ଥାପନ ପାଇଁ ହାଇକୋର୍ଟ ପ୍ରାୟ ୫ ବର୍ଷ ତଳେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରି କି ସୁପ୍ରିମକୋର୍ଟଙ୍କ ରିଟ୍‌ ପିିଟଶନ (ନଂ.୩୭୫/୨୦୧୨)କୁ ଆଧାର କରି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ହୋଇଥିବା ଆବେଦନ (ନଂ.୫୯୩/୨୦୧୭) ଉପରେ ମଧ୍ୟ ସମାନ ନିର୍ଦ୍ଦେଶ ହୋଇଥିଲା। ହେଲେ ଏ ଯାଏ ନିର୍ଦ୍ଦେଶ ପାଳନ ହୋଇପାରିଲାନାହିଁ। ସିଇଟିପି ସ୍ଥାପନ ହୋଇ ନ ପାରିବାରୁ ମାତ୍ରାଧିକ ପ୍ରଦୂଷଣରେ ବ୍ରାହ୍ମଣୀ ନଦୀଜଳ ଜହର ହେଉଛି। ଫଳରେ ଜିଲାର ଦାନଗଦି, କୋରେଇ, ରସୁଲପୁର, ଯାଜପୁର, ବିଞ୍ଝାରପୁର ଓ ବରୀ ବ୍ଲକର ଜନସାଧାରଣ ଓ ପ୍ରାଣୀଙ୍କ ଉପରେ ଗଭୀର ପ୍ରଭାବ ଦେଖିବାକୁ ମିଳୁଛି।
ଶଙ୍ଖ ଓ କୋଏଲ ନଦୀର ମିଶ୍ରଣରେ ରାଉରକେଲା ନିକଟ ପାନପୋଷଠାରେ ବ୍ରାହ୍ମଣୀ ନଦୀର ଉପତ୍ତ୍ତି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କଟକ ଓ ଯାଜପୁର ଜିଲା ଦେଇ ୪୮୦ କିଲୋମିଟର ପ୍ରବାହିତ ହୋଇ ଏହା ଚାନ୍ଦବାଲିଠାରେ ଧାମରା ମୁହାଣରେ ବଙ୍ଗୋପସାଗରରେ ମିଶିଛି। ଯାଜପୁର ଜିଲାର ଜେନାପୁରଠାରେ ବ୍ରାହ୍ମଣୀ ବିଭକ୍ତ ହୋଇ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ପରିଣତ ହୋଇଛି। ଏହି ନଦୀରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ ସୁକିନ୍ଦାର ବିଭିନ୍ନ ଖଣିର ବର୍ଜ୍ୟବସ୍ତୁ ମିଶୁଛି। ଉପରମୁଣ୍ଡରେ ଅନୁଗୋଳ ଓ ରାଉରକେଲାର ବର୍ଜ୍ୟବସ୍ଥୁ ମିଶିବା ଫଳରେ ଏହାର ଜଳ ଅଧିକ ବିଷାକ୍ତ ହେଉଛି। ଏହାର ପ୍ରତିବାଦରେ ଜନ ଆନ୍ଦୋଳନ ହେବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ୨୮ା୮ା୨୦୧୫ରେ ହାଇକୋର୍ଟ ଉକ୍ତ ଜନସ୍ବାର୍ଥ ମାମଲାର ବିଚାର କରି ଖରସ୍ରୋତାରେ ମିଶିଥିବା ଗଣ୍ଡାନାଳର ଜଳ ପ୍ରଦୂଷଣକୁ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ଶିଳ୍ପ, ଖଣି, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର ଅଧ୍ୟକ୍ଷ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଅଧ୍ୟକ୍ଷ ଏବଂ ଝାରସୁଗୁଡ଼ା, ଯାଜପୁର, ତାଳଚେର ଓ କେନ୍ଦୁଝର ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଥିଲେ। ବ୍ରାହ୍ମଣୀ ଓ ଶାଖାନଦୀଗୁଡିକର ଜଳ ପ୍ରଦୂଷଣ ମୁକ୍ତ କରିବାକୁ ସିଇଟିପି ସ୍ଥାପନ ପାଇଁ ହାଇକୋର୍ଟଙ୍କ ରାୟରେ ପ୍ରକାଶ ପାଇଥିଲା। ଏହି କ୍ରମରେ ୨୪ା୯ା୨୦୧୫ରେ ଗଣ୍ଡାନାଳ ଜଳ ପ୍ରଦୂଷଣକୁ ରୋକିବାକୁ ତାହାର ତଟବର୍ତ୍ତୀ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସିଇଟିପି ଲଗାଇବାକୁ ଏସ୍‌ପିସିବି ନିଷ୍ପତ୍ତି ନେଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏହାପରେ ୨୦୧୫ ଡିସେମ୍ବର ୨୯ରେ ବ୍ରାହ୍ମଣୀର କବାଟବନ୍ଧ, ଖରସ୍ରୋତାର ଟିସ୍କୋ ଇନ୍‌ଟେକ୍‌ ପଏଣ୍ଟ (ମାର୍ଥାପୁର), ଯୋକଡ଼ିଆ ବ୍ରିଜ୍‌, ଗଣ୍ଡାନାଳର ଦେଉଳକଣା, କୁସୁମପୁର ବ୍ରିଜ, ମାର୍ଥାପୁର ନିକଟରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ସେଥିରେ ତୀବ୍ର ବିଷାକ୍ତ ଦ୍ରବ୍ୟ ସାୟାନାଇଡ୍‌ ଓ ଫେନୋଲିକ୍‌ କମ୍ପାଉଣ୍ଡ (କୋଇଲାକ୍ତ ପଦାର୍ଥ) ରହିଥିବା ଜଣାପଡ଼ିଥିଲା। ଜଳନମୁନାରେ ଆବଶ୍ୟକତାଠାରୁ ବହୁ ଅଧିକ ତଥା ୦.୦୦୫ ମିଲିଗ୍ରାମ/ଲିଟରଠାରୁ ୮/୧୦ ଗୁଣ ଅଧିକ ଫେନୋଲିକ୍‌ କମ୍ପାଉଣ୍ଡ ଓ ସାୟାନାଇଡ ରହିଥିବା ପରୀକ୍ଷାରେ ସ୍ପଷ୍ଟ ହୋଇଥିଲା। ୨୦ା୯ା୨୦୧୮ରେ ଉପରୋକ୍ତ ଏନଜିଟି ମାମଲାର ଶୁଣାଣି ହୋଇଥିଲା। ଏଥିରେ ଜଳ ପ୍ରଦୂଷଣ ସଂକ୍ରାନ୍ତରେ ତଦନ୍ତ ଏବଂ ପ୍ରତିକାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରିଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଥିଲା। କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ଏସ୍‌ପିସିବି ସଦସ୍ୟ ସଚିବ ସାମିଲ ହୋଇ ନଦୀତଟବର୍ତ୍ତୀ ଅଞ୍ଚଳ ଅନୁଯାୟୀ ଏକ ଆକ୍ସନ ପ୍ଲାନ ତିଆରି କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ମର୍ମରେ ସିପିସିବି ଓଡ଼ିଶା ଏସ୍‌ପିସିବିକୁ ନିର୍ଦ୍ଦେଶ ଜାରି କରି କମିଟି ଗଠନ କରିବାକୁ ପରାମର୍ଶ ଦେଇଥିଲା। କିନ୍ତୁ ଯାଜପୁର ଜିଲା ଏସ୍‌ପିସିବି ପାଇଁ ଏହିସବୁ କାଗଜପତ୍ରରେ ସୀମିତ ରହିଛି। ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶ ଅନୁସାରେ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଉପରୋକ୍ତ ଅଞ୍ଚଳରେ ଏଯାଏ ସିଇଟିପି ସ୍ଥାପନ ହୋଇପାରିନାହିଁ। ତେଣୁ କଳିଙ୍ଗନଗର ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ କାରଖାନା ବ୍ରାହ୍ମଣୀ ଓ ଖରସ୍ରୋତାରୁ ନିର୍ମଳ ପାଣି ନେଇ ସ୍ଥାନୀୟ ଅଞ୍ଚଳକୁ ଗରଳ ଫେରାଉଛି। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ଚାଲିଛି। ତେବେ ସିଇଟିପି ବିଷୟରେ ଏଯାଏ ତାଙ୍କ ପାଖରେ କୌଣସି ନିର୍ଦ୍ଦେଶ ନାହିଁ। ନିର୍ଦ୍ଦେଶ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri