କେନ୍ଦ୍ର ସବ୍‌ସିଡି ବନ୍ଦ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସହ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସଅଳ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉପରେ ଚାଷୀମାନେ ଗୁରୁତ୍ୱ ଦେଉଛନ୍ତି। ମାତ୍ର କେନ୍ଦ୍ର ସରକାର ନୂତନ କିସମ ବିହନ ପାଇଁ ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ବନ୍ଦ କରି ଦେଇଛନ୍ତି। ଫଳରେ ରାଜ୍ୟରେ ନୂତନ କିସମର ଧାନ ବିହନ ଉତ୍ପାଦନ ଓ ବ୍ୟବହାର ହ୍ରାସପାଇବା ଆଶଙ୍କା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ପୁରୁଣା କିସମ ଧାନ ବିହନ ବଦଳରେ ଅଧିକ ଅମଳକ୍ଷମ ଓ ବିପର୍ଯ୍ୟୟକୁ ସହିପାରୁଥିବା ନୂତନ କିସମର ଧାନ ବିହନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୨୦୧୨-୧୩ରୁ ପ୍ରୋତ୍ସାହନ ରାଶି ଯୋଗାଇ ଆସୁଥିଲେ। ଏ ବାବଦରେ ରାଜ୍ୟକୁ ବାର୍ଷିକ ପ୍ରାୟ ୯ କୋଟି ଟଙ୍କା ମିଳୁଥିଲା। ଏହି ରାଶିର ୭୫ ଭାଗ ବିହନ ଉତ୍ପାଦନ କରୁଥିବା ଚାଷୀ ଏବଂ ୨୫ ପ୍ରତିଶତ ଅର୍ଥ ବିହନ ଯୋଗାଣ ଦାୟିତ୍ୱରେ ଥିବା ଓଡ଼ିଶା ରାଜ୍ୟ ବିହନ ନିଗମକୁ ମିଳୁଥିଲା। ତେବେ ୨୦୨୨-୨୩ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଏହି ପ୍ରୋତ୍ସାହନ ରାଶି ବନ୍ଦକରି ଦେଇଛନ୍ତି। ଏଥିଯୋଗୁ ରାଜ୍ୟରେ ନୂତନ କିସମ ବିହନ ଉତ୍ପାଦନ କରୁଥିବା ପ୍ରାୟ ୧୦ ହଜାର ଚାଷୀ ଆଉ ନୂତନ କିସମର ଧାନ ବିହନ ଚାଷ କରିବା ପାଇଁ ଆଗ୍ରହ ଦେଖାଉନାହାନ୍ତି। କମ୍‌ ସମୟରେ ଅଧିକ ଅମଳ ଦେଉଥିବା ନୂତନ କିସମର ଧାନ ବିହନ ପ୍ରତି ରାଜ୍ୟରେ ଚାଷୀମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବା ପରେ ସେମାନେ ଅଧିକରୁ ଅଧିକ ନୂତନ ଧାନ ଉତ୍ପାଦନ କରୁଥିଲେ। ଫଳରେ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷୀଙ୍କ ନିକଟରେ ନୂତନ କିସମ ଧାନ ବିହନ ପହଞ୍ଚିପାରୁଛି। ଏଥିଯୋଗୁ ରାଜ୍ୟରେ ଧାନ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି।

ପୂର୍ବରୁ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉତ୍ପାଦନ ହେଉଥିବା ଧାନ ବିହନର ପରିବହନ ଓ ପ୍ରକ୍ରିୟାକରଣ ବାବଦରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଅର୍ଥକୁ ବନ୍ଦ କରି ଦେଇଛନ୍ତି। ଏହାପରେ ନୂତନ କିସମର ଅଧିକ ଅମଳକ୍ଷମ ଧାନ ବିହନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ। ୧ ହେକ୍ଟର ଜମିରେ ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ ପ୍ରାୟ ୩୯ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିଲା। ଏଥିଯୋଗୁ ରାଜ୍ୟର ଚାଷୀମାନେ ଅଧିକ ନୂତନ କିସମର ଧାନ ବିହନ ଉତ୍ପାଦନ କରୁଥିବା ବେଳେ ଚାଷୀ ମଧ୍ୟ ନୂତନ ବିହନ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ଏହାଦ୍ୱାରା କେବଳ ରାଜ୍ୟରେ ନୂତନ କିସମର ଧାନ ବିହନର ବ୍ୟବହାର ବଢ଼ି ନ ଥିଲା ବରଂ ରାଜ୍ୟ ବିହନ ନିଗମର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା। ରାଜ୍ୟ କୃଷି ବ୍ୟବସ୍ଥାରେ ବିହନ ନିଗମ ବିହନ ବ୍ୟବସାୟ ଅର୍ଥ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ରାଶି ବନ୍ଦ ଫଳରେ ନିଗମ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ଦେଖାଦେଇଛି।

ରାଜ୍ୟରେ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏଥିଯୋଗୁ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବିପର୍ଯ୍ୟୟ ସହନଶୀଳ ଏବଂ ଶୀଘ୍ର ଅମଳକ୍ଷମ ବିହନ ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ଏପରି ସ୍ଥଳେ କେନ୍ଦ୍ର ସରକାର ଏ ବାବଦରେ ଦେଉଥିବା ପ୍ରୋତ୍ସାହନରାଶିକୁ ବନ୍ଦ କରିଦେବା କୃଷି ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାଦ୍ୱାରା କେବଳ ନୂତନ କିସମର ବିହନ ଉତ୍ପାଦନ ବ୍ୟାହତ ହେବ ନାହିଁ, ରାଜ୍ୟର ଧାନ ଉତ୍ପାଦନ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ରାଜ୍ୟ ସରକାର ୧୦ ବର୍ଷ ଭିତରେ ବିହନ ଉତ୍ପାଦନ, ପ୍ରକ୍ରିୟାକରଣ, ସାମ୍ପଲିଂ, ପ୍ୟାକିଂ, ଟ୍ୟାଗିଂ ଓ ପରିବହନ ଇତ୍ୟାଦି ବାବଦରେ ଖର୍ଚ୍ଚ କରିବା ବେଳେ କେନ୍ଦ୍ର ସରକାର ନୂତନ କିସମର ବିହନକୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ। ଏହାକୁ ବନ୍ଦ କରିବା ଫଳରେ ରାଜ୍ୟ ବିହନ ନିଗମ ଉପରେ ଅଧିକ ଚାପ ପଡ଼ିବା ସହ ନୂତନ ବିହନ ଉତ୍ପାଦନ କ୍ଷେତ୍ରରେ ବାଧା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri