Posted inଜାତୀୟ

‘ନ୍ୟାୟପାଳିକାରେ କେନ୍ଦ୍ରର ହସ୍ତକ୍ଷେପ ବିପଜ୍ଜନକ’

ମହୀଶୂର,୨୫ା୧(ଆଇଏଏନ୍‌ଏସ୍‌): ବିଚାରପତି ନିଯୁକ୍ତି ଏବଂ ନ୍ୟାୟିକ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଠିକ୍‌ ନୁହେଁ। ଏହା ବିପଜ୍ଜନକ ବୋଲି କର୍ନାଟକର ପୂର୍ବତନ ଲୋକାୟୁକ୍ତ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏନ୍‌. ସନ୍ତୋଷ ହେଗଡେ ମଙ୍ଗଳବାର କହିଛନ୍ତି। ଗଣମାଧ୍ୟମ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ହେଗ୍‌ଡ଼େ କହିଥିଲେ, ନ୍ୟାୟପାଳିକାରେ କାର୍ଯ୍ୟପାଳିକା ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏଭଳି ହସ୍ତକ୍ଷେପ ବିପଜ୍ଜନକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ହେଗଡେ କହିଛନ୍ତି, ଲୋକାୟୁକ୍ତ ହେବା ପୂର୍ବରୁ ସମାଜ ସମ୍ପର୍କରେ ସେ ବିଶେଷ କିଛି ଜାଣି ନ ଥିଲେ। ଯେଉଁମାନେ ଧନୀ ସେମାନେ ସବୁ ସମ୍ମାନ ପାଆନ୍ତି। ଏପରିକି ଜେଲ୍‌ରୁ ବାହାରିଲେ ସେମାନଙ୍କୁ ଭବ୍ୟ ସ୍ବାଗତ କରାଯାଏ। ଧର୍ମ ଏବଂ ଭାଷାକୁ ନେଇ ମତଭେଦ ସୃଷ୍ଟି ହେବା ଦେଶ ପାଇଁ ବିପଦ ବୋଲି ପୂର୍ବତନ ଲୋକାୟୁକ୍ତ କହିଛନ୍ତି। ଦେଶରେ ଦୁର୍ନୀତି ନିୟନ୍ତ୍ରଣ ବାହାରେ। ଜନପ୍ରତିନିଧିମାନେ ନିଜକୁ ଜନତାଙ୍କ ମାଲିକ ଭାବୁଛନ୍ତି। ରାଜନେତାମାନେ ଦୁର୍ନୀତି ବିରୋଧରେ ବଡ଼ ବଡ଼ ଭାଷଣ ଦେଉଛନ୍ତି ଓ ପରସ୍ପର ବିରୋଧରେ ଅଭିଯୋଗ ଆଣୁଛନ୍ତି। ତେବେ ଦୁର୍ନୀତି ହଟାଇବା ଦିଗରେ କିଛି କରିବାକୁ ସେମାନେ ଚାହୁଁନାହାନ୍ତି ବୋଲି ଜଷ୍ଟିସ୍‌ ହେଗ୍‌ଡେ କହିଛନ୍ତି। ଏଭଳି ସ୍ଥିତି ଜାରି ରହିଲେ ଲୋକେ ଶାସନ ବ୍ୟବସ୍ଥା ବିରୋଧରେ ବିଦ୍ରୋହ କରିବେ। ଏଭଳି ସ୍ଥିତି କେବେ ଆସିବ, ତାହା ସେ ଜାଣନ୍ତି ନାହିଁ ବୋଲି ହେଗ୍‌ଡ଼େ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

ଖୋଲିବ କି ହର୍ମୁଜ୍ ପ୍ରଣାଳୀ? ଆମେରିକାର ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଆମେରିକୀୟ ଗୁଇନ୍ଦା ରିପୋର୍ଟରେ ଦାବି କରାଯାଇଛି ଯେ ଇରାନ ଶୀଘ୍ର ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାର ସମ୍ଭାବନା ନାହିଁ । ଏହାର…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ଖୁସି ଖବର! ହର୍ମୁଜ ପାର୍ ହୋଇ ଭାରତ ଆସୁଛି ତେଲ-ଗ୍ୟାସ ଜାହାଜ, କମିଯିବକି ଦର?

ନୂଆଦିଲ୍ଲୀ,୪।୪: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଭାରତ ପାଇଁ ଏକ ଆଶ୍ବସ୍ତିକର ଖବର ଅଛି । ଭାରତୀୟ ପତାକା ଲାଗିଥିବା ଜାହାଜ ସହିତ, ଅନ୍ୟ ତିନୋଟି ଜାହାଜ ସଫଳତାର…

ଟ୍ରମ୍ପଙ୍କୁ ବଡ଼ ଝଟକା: ପାକିସ୍ତାନରେ ଆଲୋଚନା କରିବାକୁ ମନା କଲା ଇରାନ, ୪୮ ଘଣ୍ଟାର ଅସ୍ତ୍ରବିରତି ସର୍ତ୍ତକୁ କଲା ପ୍ରତ୍ୟାଖ୍ୟାନ

ଓ୍ବାଶିଂଟନ୍‌,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପାଇଁ ପାକିସ୍ତାନ, କାତାର ଏବଂ ତୁର୍କୀ ଦ୍ୱାରା ମଧ୍ୟସ୍ଥତା ପାଇଁ କରାଯାଇଥିବା ପ୍ରୟାସ ବିଫଳ ହୋଇଛି, କାରଣ ଇରାନ…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ କୂଅରେ ପଡିଗଲା କାର୍, ଗୋଟିଏ ପରିବାରର ୯ ମୃତ

ମୁମ୍ବାଇ,୪ା୪: ମହାରାଷ୍ଟ୍ରର ନାଶିକରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ପାଣି ଭର୍ତ୍ତି କୂଅରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri