Categories: ଜାତୀୟ

ବଦଳିବ ରାଜପଥର ନାମ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୯: ବଦଳିବ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଲମ୍ବିଥିବା ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନ୍‌ର ନାମ। ଏହାର ନାମ ପରିବର୍ତ୍ତନ କରାଯାଇ ‘କର୍ତ୍ତବ୍ୟ ପଥ’ ରଖାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ନଗରପାଳିକା ପରିଷଦ (ଏନ୍‌ଡିଏମ୍‌ସି) ଆସନ୍ତା ୭ ତାରିଖରେ ଏକ ସ୍ବତନ୍ତ୍ର ବୈଠକ ଡାକିଛି। ଏଥିରେ ରାଜପଥ ଓ ସେଣ୍ଟ୍ରାଲ ଭିଷ୍ଟା ଲନ୍‌ର ନାଁ ‘କର୍ତ୍ତବ୍ୟ ପଥ’ ରଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇ ଏହାକୁ ପାରିତ କରାଯିବ ବୋଲି ଜଣାପଡିଛି। ଇଣ୍ଡିଆ ଗେଟ୍‌ରେ ଥିବା ନେଟାଜୀ ପ୍ରତିମୂର୍ତ୍ତିଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ଏବଂ ଅଞ୍ଚଳ ଏହି ନୂତନ ନାମରେ ପରିଚିତ ହେବ।

Share