Posted inଜାତୀୟ

ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି: ନଭେମ୍ବର ମାସରୁ ନାଗରିକଙ୍କୁ ଏସବୁ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭ା୧୦: କେନ୍ଦ୍ର ସରକାର ଜନଗଣନା ୨୦୨୭ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନାଗରିକମାନେ ନଭେମ୍ବର ୧ ରୁ ୭ ମଧ୍ୟରେ ଡିଜିଟାଲ୍‌ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ ଦାଖଲ କରିପାରିବେ ବୋଲି ଘୋଷଣା କରାଯାଇଛି।

ଶୁକ୍ରବାର ଜାରି ଏକ ଗେଜେଟ୍‌ ବିଜ୍ଞପ୍ତିରେ ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା କମିଶନର ମୃତ୍ୟୁଞ୍ଜୟ କୁମାର ନାରାୟଣ କହିଛନ୍ତି, ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍‌ ଗୃହତାଲିକା ଓ ଗୃହ ଜନଗଣନାର ପ୍ରାକ୍‌-ପରୀକ୍ଷଣ (ପ୍ରି-ଟେଷ୍ଟ) ନଭେମ୍ବର ୧୦ରୁ ୩୦, ୨୦୨୫ ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିର୍ଦ୍ଦିଷ୍ଟ ନମୁନା ଅଞ୍ଚଳରେ କରାଯିବ। ଏହି ପରୀକ୍ଷଣ ପାଇଁ ଗୃହ ମନ୍ତ୍ରଣାଳୟ ଜନଗଣନା ଆଇନ, ୧୯୪୮ର ଧାରା ୧୭ଏ ଅଧୀନରେ ବ୍ୟବସ୍ଥା ସମ୍ପ୍ରସାରିତ କରିଛି।

ଏହି ପ୍ରାକ୍‌-ପରୀକ୍ଷଣ ଜନଗଣନାର କାର୍ଯ୍ୟକାରିତା, ତ୍ରୁଟି ଚିହ୍ନଟ ଓ ପଦ୍ଧତି ଉନ୍ନତିକରଣ ପାଇଁ କରାଯିବ। ଜନଗଣନା ୨୦୨୭ ଏପ୍ରିଲ ୧, ୨୦୨୬ରୁ ଫେବୃଆରୀ ୨୮, ୨୦୨୭ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମରେ ଗୃହତାଲିକା (ଏଚଏଲଓ) ଓ ଦ୍ୱିତୀୟରେ ଜନସଂଖ୍ୟା ଗଣନା (ପିଇ)। ଏହା ଭାରତର ପ୍ରଥମ ଡିଜିଟାଲ୍‌ ଜନଗଣନା ହେବ, ଯେଉଁଥିରେ ପ୍ରଥମ ଥର ପାଇଁ ନାଗରିକଙ୍କ ଜାତି ତଥ୍ୟ ସଂଗ୍ରହ କରାଯିବ।

ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ମାଧ୍ୟମରେ ଗୃହର ଅବସ୍ଥା, ସମ୍ପତ୍ତି ଓ ସୁବିଧା ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ଫେବୃଆରୀ ୧, ୨୦୨୭ରୁ ଆରମ୍ଭ ହେବ, ଯେଉଁଥିରେ ଜନସାଧାରଣଙ୍କର ଜନସାଂଖ୍ୟିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ତଥ୍ୟ ସଂଗ୍ରହ କରାଯିବ।

ଜନଗଣନାର ରେଫରେନ୍ସ ତାରିଖ ସାରା ଭାରତ ପାଇଁ ମାର୍ଚ୍ଚ ୧, ୨୦୨୭ ହେବ, କିନ୍ତୁ ଲଦାଖ ଏବଂ ଜାମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ହିମାଚ୍ଛାଦିତ ଅଞ୍ଚଳ ପାଇଁ ଏହା ଅକ୍ଟୋବର ୧, ୨୦୨୬ ହେବ।

ଏହି ବିଶାଳ ତଥ୍ୟ ସଂଗ୍ରହ ପାଇଁ ୩୪ ଲକ୍ଷରୁ ଅଧିକ ଗଣନାକାରୀ ଓ ସୁପରଭାଇଜର ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କର୍ମଚାରୀ ନିୟୋଜିତ ହେବେ। ଏହା ଭାରତର ୧୬ତମ ଜନଗଣନା ଓ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା ହେବ। ୨୦୧୧ରେ ଶେଷ ଜନଗଣନା ହୋଇଥିବା ବେଳେ ୨୦୨୧ରେ କୋଭିଡ-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।

ଜନଗଣନା ୨୦୨୭ ଭାରତର ସବୁଠାରୁ ବ୍ୟାପକ ଓ ପ୍ରଯୁକ୍ତିଗତ ଭାବେ ଉନ୍ନତ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ହେବ, ଯାହା ଦେଶର ଜନସାଂଖ୍ୟିକ, ସାମାଜିକ ଓ ଅର୍ଥନୈତିକ ଚିତ୍ରକୁ ବିସ୍ତୃତ ଭାବେ ଉପସ୍ଥାପନ କରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ; ଚାଷୀଙ୍କୁ ମିଳିପାରେ ସିଧାସଳଖ ସହାୟତା

ନୂଆଦିଲ୍ଲୀ,୩୦।୧: ବଢିବାକୁ ଯାଉଛି ୟୁରିଆ ଦାମ୍। ଦେଶରେ ୟୁରିଆ ସାରର ଅତ୍ୟଧିକ ବ୍ୟବହାର ରୋକିବା ଏବଂ ବଢ଼ୁଥିବା ସବ୍‌ସିଡି ବୋଝକୁ କମ୍ କରିବା ପାଇଁ ଏହାର ଖୁଚୁରା…

ଶିଳ୍ପ ଅଭିବୃଦ୍ଧିରେ ସଂଘବାଦ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦ା୧: ଘରୋଇ ସହାୟକମାନଙ୍କ ନିମନ୍ତେ ଏକ ବିସ୍ତୃତ ଆଇନଗତ ଢାଞ୍ଚା ପ୍ରସ୍ତୁତ କରିବା ସହ ସର୍ବନିମ୍ନ ମଜୁରି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ଲାଗି ଦାଏର…

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ

ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି ।…

ପରିମାଣ ନୁହେଁ, ଗୁଣବତ୍ତାକୁ ଗୁରୁତ୍ୱ ଦେଉଛନ୍ତି ଔଷଧ କମ୍ପାନୀ

ନୂଆଦିଲ୍ଲୀ,୨୯ା୧: ଭାରତୀୟ ଔଷଧ ଶିଳ୍ପଗୁଡ଼ିକ ପରିମାଣଯୁକ୍ତ ଆଭିମୁଖ୍ୟରୁ ମୂଲ୍ୟଯୁକ୍ତ ଆଭିମୁଖ୍ୟକୁ ବଦଳୁଛନ୍ତି। ଜଟିଳ ଜେନେରିକ୍ସ, ବାୟୋସିମିଲାର୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଔଷଧ ଶିଳ୍ପ ମୂଲ୍ୟ ଶୃଙ୍ଖଳ…

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସୁନେତ୍ରା, ପ୍ରସ୍ତାବ ଦେବ ଏନ୍‌ସିପି

ମୁମ୍ବାଇ,୩୦।୧: ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ପରଲୋକ ପରେ ଦଳ ମଧ୍ୟରେ କ୍ଷମତା ଲଢ଼େଇ ଆରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପଦ…

ଶାନ୍ତି ଆଲୋଚନା ପାଇଁ ଜେଲେନସ୍କିଙ୍କୁ ମସ୍କୋ ନିମନ୍ତ୍ରଣ କଲା ରୁଷିଆ

ନୂଆଦିଲ୍ଲୀ,୨୯।୧: ଚାରି ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧର ଘଟିବ ଅନ୍ତ। ଏହି କ୍ରେମଲିନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର…

ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି: ଏତିକି ଟଙ୍କାକୁ ବଢିଗଲା ଲୋକଙ୍କ ମୁଣ୍ଡପିଛା ଆୟ

ଭୁବନେଶ୍ୱର,୨୯।୧: ଓଡ଼ିଶାର ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦ ୧,୬୮,୯୬୬ ଟଙ୍କାରେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: ଏହି କାମ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର,୨୯।୧: ଗୁରୁବାର ଲୋକସେବା ଭାବନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ବବ୍ୟାଙ୍କ ଅଧ୍ୟକ୍ଷ ଅଜ୍ଞ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri