ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ୍‌ର ତଦନ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରୁ ମାଟିତଳୁ ମିଳିଥିବା ୩ ହାତୀ କଙ୍କାଳ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛି ଓ୍ବାଇଲ୍ଡଲାଇଫ୍‌ କ୍ରାଇମ୍‌ ସେଣ୍ଟ୍ରାଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ଟିମ୍‌। ଏଥିରେ ଡବ୍ଲ୍ୟୁସିସିବିର ଇନ୍ସପେକ୍ଟର କୌଶିକ ମଣ୍ଡଳ ଓ କନ୍‌ଷ୍ଟେବଳ ରାଜୀବ ଦୀକ୍ଷିତ ଶନିବାର ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏଥିସହିତ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ବୁଝିଛନ୍ତି। ଦୁଇଦିନ ଧରି ତଦନ୍ତ ପରେ ସେମାନେ ସୋମବାର ଫେରିଯିବେ। ତେବେ ଏ ସମ୍ପର୍କରେ କୌଶିକ କହିଛନ୍ତି, ଆମେ ସବୁ ଦିଗକୁ ନେଇ ତଦନ୍ତ କରୁଛୁ। ଶିକାରୀମାନେ ଏହି କାମ କରିବା ଅଲଗା କଥା, କିନ୍ତୁ ଏଠାରେ ବନ ଅଧିକାରୀମାନେ ହାତୀ ମୃତ୍ୟୁକୁ ଲୁଚାଇବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏହି ଘଟଣାରେ ଯେତେ ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲେ ମଧ୍ୟ କାହାକୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।
ଗତ ୨ ଓ ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବଡ଼ମ୍ବା ରେଞ୍ଜ୍‌ର ଭିନ୍ନ ଦୁଇଟି ସ୍ଥାନକୁ ଜେସିବି ଦ୍ୱାରା ଖୋଳି ମାଟିତଳୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର କରିଥିଲା। ଏହାପୂର୍ବରୁ ଆଠଗଡ଼ ବନଖଣ୍ଡରେ ହାତୀ ଶିକାର ଓ ହାତୀ ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଥିଲା। ଏପରି କି ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଏକ ହାତୀ ମୃତ୍ୟୁକୁ ଲୁଚାଇବାକୁ ଯାଇ ପୋତି ଦେଇଥିଲେ। ଏବେ ଦୁଇ ହାତୀ କଙ୍କାଳ ମିଳିବା ପରେ ଏହି ବନଖଣ୍ଡରେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ଦୁଇ ଘଟଣାର ତଦନ୍ତବେଳେ ବନ ବିଭାଗ ଆଉଏକ ସ୍ଥାନରେ ପୋତାଯାଇଥିବା ଏକ ହାତୀ କଙ୍କାଳ ଜବତ କରିଥିଲା। ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହେବା ସହ ବନ ବିଭାଗ ବିବାଦ ଘେରକୁ ଚାଲି ଆସିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତଦନ୍ତ ଦାବି କରିଥିଲେ। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରାଯାଇଥିଲା। ଉକ୍ତ ଟିମ୍‌ ତଦନ୍ତ ଚଳାଇଛି। ମାସକ ଭିତରେ ରିପୋର୍ଟ ଦେବା ପାଇଁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଏଫ୍‌ ମନୋଜ ନାୟରଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ବନ ବିଭାଗର ଦୁଇଜଣ କର୍ମଚାରୀ ଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପି ର଼୍ୟାଙ୍କର ଅଧିକାରୀ ରହିଛନ୍ତି। ତେବେ ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଏଥିରେ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ସାମିଲ କରିବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା କେନ୍ଦ୍ରୀୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ବିଶ୍ୱଜିତ ମହାନ୍ତି ଦାବି କରିଥିଲେ। ଏ ନେଇ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ୧୭ ତାରିଖରେ ବନ୍ୟପ୍ରାଣୀ ପିସିସିଏଫ୍‌ ଏବଂ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ମୁଖ୍ୟଙ୍କୁ ଚିଠି ଲେଖି ଜଣେ ନିରପେକ୍ଷ ବେସରକାରୀ ବ୍ୟକ୍ତିଙ୍କୁ ଏସ୍‌ଆଇଟିରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ସୋମବାର ସ୍ବତନ୍ତ୍ର ତଦନ୍ତାକରୀ ଟିମ୍‌ ଘଟଣାସ୍ଥଳକୁ ଯିବ ବୋଲି ଜଣାପଡ଼ିଛି। ତେବେ ଏଥିରେ ବନ ବିଭାଗର କର୍ମଚାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri