ଘଟଣାସ୍ଥଳରେ କେନ୍ଦ୍ରୀୟ ଟିମ୍‌ର ତଦନ୍ତ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ବଡ଼ମ୍ବା ରେଞ୍ଜରୁ ମାଟିତଳୁ ମିଳିଥିବା ୩ ହାତୀ କଙ୍କାଳ ଘଟଣାର ତଦନ୍ତ ପାଇଁ ଓଡ଼ିଶା ଆସିଛି ଓ୍ବାଇଲ୍ଡଲାଇଫ୍‌ କ୍ରାଇମ୍‌ ସେଣ୍ଟ୍ରାଲ ବ୍ୟୁରୋ(ଡବ୍ଲ୍ୟୁସିସିବି) ଟିମ୍‌। ଏଥିରେ ଡବ୍ଲ୍ୟୁସିସିବିର ଇନ୍ସପେକ୍ଟର କୌଶିକ ମଣ୍ଡଳ ଓ କନ୍‌ଷ୍ଟେବଳ ରାଜୀବ ଦୀକ୍ଷିତ ଶନିବାର ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏଥିସହିତ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ବୁଝିଛନ୍ତି। ଦୁଇଦିନ ଧରି ତଦନ୍ତ ପରେ ସେମାନେ ସୋମବାର ଫେରିଯିବେ। ତେବେ ଏ ସମ୍ପର୍କରେ କୌଶିକ କହିଛନ୍ତି, ଆମେ ସବୁ ଦିଗକୁ ନେଇ ତଦନ୍ତ କରୁଛୁ। ଶିକାରୀମାନେ ଏହି କାମ କରିବା ଅଲଗା କଥା, କିନ୍ତୁ ଏଠାରେ ବନ ଅଧିକାରୀମାନେ ହାତୀ ମୃତ୍ୟୁକୁ ଲୁଚାଇବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏହି ଘଟଣାରେ ଯେତେ ବଡ଼ ଅଧିକାରୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲେ ମଧ୍ୟ କାହାକୁ ଛଡ଼ାଯିବ ନାହିଁ ବୋଲି ସେ କହିଛନ୍ତି।
ଗତ ୨ ଓ ୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବଡ଼ମ୍ବା ରେଞ୍ଜ୍‌ର ଭିନ୍ନ ଦୁଇଟି ସ୍ଥାନକୁ ଜେସିବି ଦ୍ୱାରା ଖୋଳି ମାଟିତଳୁ ଦୁଇଟି ହାତୀ କଙ୍କାଳ ଉଦ୍ଧାର କରିଥିଲା। ଏହାପୂର୍ବରୁ ଆଠଗଡ଼ ବନଖଣ୍ଡରେ ହାତୀ ଶିକାର ଓ ହାତୀ ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଥିଲା। ଏପରି କି ବନ ବିଭାଗର ଅଧିକାରୀ ଓ କର୍ମଚାରୀ ଏକ ହାତୀ ମୃତ୍ୟୁକୁ ଲୁଚାଇବାକୁ ଯାଇ ପୋତି ଦେଇଥିଲେ। ଏବେ ଦୁଇ ହାତୀ କଙ୍କାଳ ମିଳିବା ପରେ ଏହି ବନଖଣ୍ଡରେ ହାତୀ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହି ଦୁଇ ଘଟଣାର ତଦନ୍ତବେଳେ ବନ ବିଭାଗ ଆଉଏକ ସ୍ଥାନରେ ପୋତାଯାଇଥିବା ଏକ ହାତୀ କଙ୍କାଳ ଜବତ କରିଥିଲା। ଏହାକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ ହେବା ସହ ବନ ବିଭାଗ ବିବାଦ ଘେରକୁ ଚାଲି ଆସିଥିଲା। ବନ୍ୟପ୍ରାଣୀ ବିଶେଷଜ୍ଞମାନେ ତଦନ୍ତ ଦାବି କରିଥିଲେ। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଥିଲେ। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି) ଗଠନ କରାଯାଇଥିଲା। ଉକ୍ତ ଟିମ୍‌ ତଦନ୍ତ ଚଳାଇଛି। ମାସକ ଭିତରେ ରିପୋର୍ଟ ଦେବା ପାଇଁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଏଫ୍‌ ମନୋଜ ନାୟରଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍‌ରେ ବନ ବିଭାଗର ଦୁଇଜଣ କର୍ମଚାରୀ ଥିବାବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପି ର଼୍ୟାଙ୍କର ଅଧିକାରୀ ରହିଛନ୍ତି। ତେବେ ତଦନ୍ତରେ ସ୍ବଚ୍ଛତା ଆଣିବା ପାଇଁ ଏଥିରେ ଜଣେ ନିରପେକ୍ଷ ବିଶେଷଜ୍ଞଙ୍କୁ ସାମିଲ କରିବା ପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା କେନ୍ଦ୍ରୀୟ ବନ୍ୟପ୍ରାଣୀ ବୋର୍ଡର ସଦସ୍ୟ ବିଶ୍ୱଜିତ ମହାନ୍ତି ଦାବି କରିଥିଲେ। ଏ ନେଇ ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗତ ୧୭ ତାରିଖରେ ବନ୍ୟପ୍ରାଣୀ ପିସିସିଏଫ୍‌ ଏବଂ ପ୍ରୋଜେକ୍ଟ ଏଲିଫ୍ୟାଣ୍ଟର ମୁଖ୍ୟଙ୍କୁ ଚିଠି ଲେଖି ଜଣେ ନିରପେକ୍ଷ ବେସରକାରୀ ବ୍ୟକ୍ତିଙ୍କୁ ଏସ୍‌ଆଇଟିରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ସୋମବାର ସ୍ବତନ୍ତ୍ର ତଦନ୍ତାକରୀ ଟିମ୍‌ ଘଟଣାସ୍ଥଳକୁ ଯିବ ବୋଲି ଜଣାପଡ଼ିଛି। ତେବେ ଏଥିରେ ବନ ବିଭାଗର କର୍ମଚାରୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଗଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri