କେନ୍ଦ୍ରୀୟ ଯୁଗ୍ମ ସଚିବଙ୍କ ଦାରିଙ୍ଗବାଡି ଗସ୍ତ: ସମସ୍ୟା ଜଣାଇଲେ ମାଣ୍ଡିଆ ଚାଷୀ-ଏସଏଚଜି ମହିଳା ଗ୍ରୁପ

ଦାରିଙ୍ଗବାଡି,୨୯।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରୁପା ମିଶ୍ର ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିର ବିଭିନ୍ନ ପ୍ରକଳ୍ପ ତଥା ପର୍ଯ୍ୟଟନ କ୍ଷେତ୍ର କଫି ବଗିଚା, ଦାସିଙ୍ଗବାଡି ପଞ୍ଚାୟତ ଟେକାଙ୍ଗିଆ ଯାଇ ମକାଚାଷୀଙ୍କୁ ଦେଖା କରିବା ସହ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ। ପରେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମରେ ପହଞ୍ଚି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଶାମୁକା ଏସଏଚଜି ସମେତ ଦିପ୍ତିମତି ଏସଏଚଜି, ଗୁରୁଶୀକ୍ଷା, କଲ୍ୟାଣୀ, ଗ୍ରେସ, ଜୀବନଜ୍ୟୋତି ଏବଂ ଆଶାସର ଏସଏଚଜି ମହିଳାମାନଙ୍କ ସହ ତାଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ସମୟରେ ମହିଳାମାନଙ୍କ ବିକାଶ ପାଇଁ ଅଧିକା ଅନୁଦାନ ସହାୟତା ସମେତ ପ୍ରସ୍ତୁତୀ କରଣ ପାଇଁ ବିଭିନ୍ନ ମେଶିନ ବସାଯାଇ ବିଦ୍ୟୁତ ସଂଯୋଗ ପାଇଁ ରାଜସ୍ବ ଡିପୋଜିଟ ପରେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇନଥିବା ଆଦି ଅନେକ ସମସ୍ୟା ସମ୍ପର୍କରେ ଜଣାଇଥିଲେ ସେମାନଙ୍କୁ ସହଯୋଗ କରିବାକୁ ଯୁଗ୍ମ ସଚିବ ରୁପା ମିଶ୍ର କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସେଠାରେ ୩୦ ଜଣ ମାଣ୍ଡିଆ ଅନ୍ୟାନ୍ୟ କ୍ଷୁଦ୍ରଦାନା ଚାଷୀ ଯୁଗ୍ମ ସଚିବଙ୍କୁ ଭେଟିଥିଲେ। ସେମାନଙ୍କ ମଧ୍ୟରେ ୨୮ ମହିଳା ଓ ୨ ପୁରୁଷ ମାଣ୍ଡିଆ ଚାଷୀ ରହିଥିଲେ। ସେମାନେ ଅମଳ ସାମଗ୍ରୀ ଉଚିତ ଦରରେ ବିକ୍ରି କରିପାରୁଥିବା କହିଥିଲେ। ହେଲେ ଜଳସେଚନ ବ୍ୟବସ୍ଥା ନ ଥିବା ହେତୁ ଚାଷୀମାନେ ତାଙ୍କ ଚାଷକୁ ବଢ଼ାଇ ପାରୁ ନ ଥିବା ଜଣାଇଥିଲେ। ବିଭିନ୍ନ ସମସ୍ୟା ରହିଥିବାରୁ ମାଣ୍ଡିଆ ଓ କ୍ଷୁଦ୍ରଦାନା ଚାଷ କରିବାକୁ ଇଚ୍ଛା ରହିଥିଲେ ମଧ୍ୟ ସେଚନ ଜମି, ଓ ନିଜର ଜମି ନ ଥିବାରୁ ଅନେକ ଚାଷୀ ଏହି ଚାଷ କାର୍ଯ୍ୟରୁ ବଞ୍ଚିତ ହେଉଥିବା କହିଥିଲେ। ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ କନ୍ଧମାଳ ଜିଲାପାଳ ବେଦ ଭୂଷଣ, ଜିଲା ମୁଖ୍ୟ କୃଷି ଅଧିକାରୀ ଚିତ୍ତରଞ୍ଜନ ସତପଥୀ,ବିଡ଼ିଓ ପ୍ରୀତିରଞ୍ଜନ ରଥ,ତହସିଲଦାର ଧୀରୋଜ ପାତ୍ର ଏବଂ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ସୋସିଆଲ ମିଡିଆ ପୋଷ୍ଟ ଉପରେ ଲାଗିଲା କଟକଣା

ବାଲେଶ୍ୱର,୨୧।୧(ବାଞ୍ଛାନିଧି ଦେ): ବାଲେଶ୍ୱରରେ ସୋସିଆଲ ମିଡିଆ ପୋଷ୍ଟ ଉପରେ ଜିଲା ପୋଲିସ ପକ୍ଷରୁ ବୁଧବାର କଟକଣା ଲାଗୁ କରାଯାଇଛିl କୌଣସି ସମ୍ପ୍ରଦାୟ ବିରୋଧରେ ପୋଷ୍ଟ ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri